ଆଳୁ ମଟର ଚରଣ – Patato Peas curry
ଆବଶ୍ୟକ ସାମଗ୍ରୀ:
ମଟର ୨ କପ , କଞ୍ଚା ଲଙ୍କା ୫ଟି, ଆଳୁ ୪ ଟି, ଲୁଣ ଓ ହଳଦୀ ଆବଶ୍ୟକ ଅନୁସାରେ, ସୋରିଷ ତେଲ ୨ ଚାମଚ, ଫୁଟଣ ୧
ଚାମଚ ।
ପ୍ରସ୍ତୁତି ପ୍ରଣାଳୀ
:
ପ୍ରଥମେ
ଆଳୁରୁ ଚୋପା ଛଡାଇ ଟିକି ଟିକି ଖଣ୍ଡ କରି କାଟି ରଖନ୍ତୁ । କଞ୍ଚା ଲଙ୍କାକୁ
ମଧ୍ୟ ଛୋଟ ଛୋଟ କରି କାଟି ରଖନ୍ତୁ । ଏବେ ଏକ କରେଇ ଗରମ କରି
ସେଥିରେ ତେଲ ଦେଇ ଫୁଟଣ ପକାଇ ଆଳୁ ଓ କଟା କଞ୍ଚା ଲଙ୍କା ପକାନ୍ତୁ । ଲୁଣ ଓ ହଳଦୀ ଆବଶ୍ୟକ ଅନୁସାରେ ପକାଇ ପାଣି ଦିଅନ୍ତୁ । ଏହାକୁ ଢାଙ୍କୁଣୀ
ଢାଙ୍କି ଦେଇ ସିଝାନ୍ତୁ ।
ଆଳୁ ମଟର ସିଝିଗଲେ ଓ ପାଣି ସୁଖି ଆସିଲେ ଆଞ୍ଚରୁ ବାହାର
କରି ରଖନ୍ତୁ । ଏବେ ପ୍ରସ୍ତୁତ ଆପଣଙ୍କ ମନପସନ୍ଦ ଆଳୁ ମଟର ଚରଣ । ଏହା ଚଟାପଟ
ଓ ଚଟପଟା ମଧ୍ୟ ।