ଛତୁ ଚମଚମ – Mushroom Chum Chum
ଆବଶ୍ୟକ
ସାମଗ୍ରୀ:
୧୦୦
ଗ୍ରାମ ଭେଣ୍ଡି, ୨୫୦ ଗ୍ରାମ ଛତୁ, ୧୦ଟି ବିରି ବଡି, ଅଧା କପ ସୋରିଷ ତେଲ, ୧ ଚାମଚ ବଟା ରସୁଣ, ୨ ଚାମଚ ବଟା ସୋରିଷ , ୨ଟି ଛୋଟ ଛୋଟ କଟା କଞ୍ଚା ଲଙ୍କା, ୧/୨ ଚାମଚ ଲଙ୍କା ଗୁଣ୍ଡ, ୧/୨ ଚାମଚ ହଳଦୀ ଗୁଣ୍ଡ, ୨ ଖଣ୍ଡ ଆମ୍ବୁଲ, ଭୃର୍ସଙ୍ଗା ପତ୍ର ଓ ପାଞ୍ଚ
ଫୁଟଣ ।
ପ୍ରସ୍ତୁତି
ପ୍ରଣାଳୀ :
ପ୍ରଥମେ କରେଇରେ ତେଲ ଗରମ କରି ବଡିକୁ ଭାଜି
ରଖନ୍ତୁ । ଏବେ ଭେଣ୍ଡିକୁ ବଡ ବଡ
ଖଣ୍ଡ କରି କାଟି ଭାଜି ରଖନ୍ତୁ । ଏବେ ଛତୁକୁ ଧୋଇ ଛୋଟ ଛୋଟ ଖଣ୍ଡ କରି କାଟି ଚିପୁଡି ଭାଜି ରଖନ୍ତୁ । ଏହାପରେ କରେଇରେ ଅଳ୍ପ ତେଲ ଦେଇ ଗରମ କରି ପାଞ୍ଚ ଫୁଟଣ ଫୁଟାଇ
ଭୃର୍ସଙ୍ଗା ପତ୍ର ଅଳ୍ପ , କଟା କଞ୍ଚା ଲଙ୍କା, ରସୁଣ ବଟା ପକାଇ ଅଳ୍ପ ଭାଜିଲା ପରେ ବଟା
ସୋରିଷ, ବଟା ରସୁଣ , ଲଙ୍କା ଗୁଣ୍ଡ ଓ ହଳଦୀ ଗୁଣ୍ଡ
ପକାଇ ଅଳ୍ପ ଭାଜି ୨କପ ପାଣି ଦେଇ ଫୁଟାନ୍ତୁ । ପରେ ପାଣି ଫୁଟିଲେ
ଏଥିରେ ଭେଣ୍ଡି ପକାଇ ଲୁଣ ଦେଇ କିଛି ସମୟ ଛାଡି ଦିଅନ୍ତୁ । ଏବେ ଏଥିରେ ବଡି, ଆମ୍ବୁଲ, ଛତୁ ପକାଇ ଗୋଳାଇ ୫ -୭ ମିନିଟ ପରେ ଆଞ୍ଚରୁ
ବାହାର କରି ନିଅନ୍ତୁ । ଏବେ ପ୍ରସ୍ତୁତ ଆପଣଙ୍କର ଛତୁ ଖଟେଇ ବା ଛତୁ ଚମ ଚମ । ଭାତ ସାଙ୍ଗରେ ଖାଇବାକୁ ଦିଅନ୍ତୁ ।