ବୁଟ ଡାଲି ପୁରଦିଆ ମଣ୍ଡା ପିଠା– Buta Dal Manda Pitha
ଆବଶ୍ୟକ ସାମଗ୍ରୀ:
ଅରୁଆ ଚାଉଳ ୧ କି.ଗ୍ରା, , ବୁଟ ଡାଲି ୪୦୦ ଗ୍ରାମ, ଭଲ ଗୁଡ
୨୦୦ ଗ୍ରାମ , ଅଦା ଖଣ୍ଡେ, ନଡିଆ ୧ଟି , ଗୋଲମରିଚ ୨ ଚାମଚ ।
ପ୍ରସ୍ତୁତି
ପ୍ରଣାଳୀ :
ପ୍ରଥମେ ବୁଟ ଡାଲିକୁ ଭଲ ଭାବେ
ଧୋଇ ୨ ଘଣ୍ଟା ବତୁରାଇ ରଖନ୍ତୁ । ଅରୁଆ ଚାଉଳକୁ ପାଣି
ଛିଞ୍ଚି ଗ୍ରାଇଣ୍ଡର ଗ୍ରାଇଣ୍ଡରରେ ଚୂନା କରି ରଖନ୍ତୁ । ବୁଟ ଡାଲିକୁ ସିଝାଇ ରଖନ୍ତୁ । ନଡିଆ କୋରି କରି ରଖନ୍ତୁ
। ଏବେ ବୁଟ ଡାଲିକୁ ଅଧା ଚକଟି ନଡିଆ କୋରା, ଅଦା ବଟା, ଗୁଲମରିଚ
ଗୁଣ୍ଡ ଓ ଗୁଡ ପକାଇ ଭଲଭାବେ ମିଶାଇ ଦିଅନ୍ତୁ । ଏହାପରେ ଚାଉଳ ଚୂନାକୁ ଖଳି କରି ଏହାକୁ ଗୋଲ ଗୋଲ
କରି ମଣ୍ଡା ପରି ଗଢି ସେଥିରେ ବୁଟ ଡାଲି ମିଶ୍ରଣକୁ ପୁର ଦେଇ ବନ୍ଦ କରି ଦିଅନ୍ତୁ । ଏବେ ମଣ୍ଡାକୁ
ଇଡ୍ଲୀ ଛାଞ୍ଚରେ ସିଝାଇ ଦିଅନ୍ତୁ । ଏବେ ପ୍ରସ୍ତୁତ ଆପଣଙ୍କ ବୁଟ ଡାଲି ପୁରଦିଆ ମଣ୍ଡାପିଠା ।