* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Mar 16, 2020

ଅଟକାଳି– Atakali


ଅଟକାଳି– Atakali
ପ୍ରସ୍ତୁତି ସାମଗ୍ରୀ-

 ଅରୁଆ ଚାଉଳ ଚୂନା ୪ କପ, ଅଳ୍ପ ଲୁଣ, ବଡ ନଡିଆ ୧ଟି, ଗୋଲ ମରିଚ ୧୨ଟି, ଗୁଡ ୧ କପ, ଅଳ୍ପ କିସମିସ     
ପ୍ରଣାଳୀ

ପ୍ରଥମେ ନଡିଆକୁ ଭାଙ୍ଗି ଫାଳେ କୋରି ପାତ୍ରରେ ରଖନ୍ତୁ ।   ଆର ଫାଳ ନଡିଆକୁ ସରୁ ସରୁ କାଟି ଦିଅନ୍ତୁ । ଏବେ କରେଇରେ ୫ କପ ପାଣି ଫୁଟେଇ ସେଥିରେ ଗୁଡ ଓ ଲୁଣ ଦେଇ ଭଲ ଭାବେ ମିଶାଇ ଦିଅନ୍ତୁ ।  ଅନ୍ୟ ୪କପ ପାଣିରେ ଚାଉଳ ଚୂନା ମିଶାଇ ନେଇ ଫୁଟୁଥିବା ପାଣିରେ ଢାଳି ଦିଅନ୍ତୁ।  ନଡିଆ କୋରା ଓ ନଡିଆ ଖଣ୍ଡ  ସେଥିରେ ପକାଇ ଘଣ୍ଟି ଦିଅନ୍ତୁ ।  ୩୦ ମିନିଟ ଘାଣ୍ଟିଲା ପରେ ଆଞ୍ଚରୁ ବାହାର କରି ରଖି ଦିଅନ୍ତୁ ।  ଖାଇବା ବେଳେ ଗୋଲମରିଚ ଗୁଣ୍ଡ ପକାଇ ଥଣ୍ଡା କରି ଉପରେ କିଛି କିସମିସ ପକାଇ ଖାଇବାକୁ ଦିଅନ୍ତୁ ।

Mar 1, 2020

ସୁନସୁନିଆ ବରା – Water clover Bada

ସୁନସୁନିଆ  ବରା – Water clover Bada

ପ୍ରସ୍ତୁତି ସାମଗ୍ରୀ-

ସୁନସୁନିଆ  ଶାଗ ୫୦୦ ଗ୍ରାମ, ୨ଟି ପିଆଜ, ବେସନ ୨୦୦ଟି, ୪ଟି କଞ୍ଚା ଲଙ୍କା, ଛଣିବା ପାଇଁ ରିଫାଇନ ତେଲ, ଲୁଣ ଆବଶ୍ୟକ ଅନୁସାରେ    

ପ୍ରଣାଳୀ

ପ୍ରଥମେ ସୁନସୁନିଆ  ଶାଗରୁ ଡେମ୍ଫରୁ ପତ୍ର ଗୁଡିକୁ ଛିଣ୍ଡାଇ , ଧୋଇ ପାଣି ନିଗାଡି ଓ ପରେ କାଟି ରଖନ୍ତୁ  । ଅନ୍ୟ ଗୋଟେ ପାତ୍ରରେ ବେସନ ନେଇ ଲୁଣ ଓ ପାଣି ଗୋଳେଇ ବହଳିଆ କରି ରଖନ୍ତୁ ।  ଏବେ ଏଥିରେ କଞ୍ଚା ଲଙ୍କା ଓ ପିଆଜ ଛେଚି ପକାନ୍ତୁ  । ଏବେ ଏଥିରେ ଶାଗ ପକାଇ ଗୋଳେଇ ଦିଅନ୍ତୁ । ଏବେ କରେଇରେ ତେଲ ଗରମ କରି ଏଗୁଡ଼ିକୁ ବରା ଆକାରରେ ଛାଣନ୍ତୁ । 
 ଧ୍ୟାନ ଦେବେ ଯେପରି ବହୁତ କମ ସମୟ ଛାଣିବେ ଯେପରି ସୁନସୁନିଆ ଶାଗ ବେଶୀ ପୋଡି ନ ଯାଏ । ଏବେ ପ୍ରସ୍ତୁତ ଆପଣଙ୍କ ପ୍ରିୟ ଓ ଶରୀର ପାଇଁ ଅତି ଉପାଦେୟ ସୁନସୁନିଆ ଶାଗ ବରା ।  



  

Feb 16, 2020

ଆମ୍ବ ଖଜୁରୀ ଚଟଣି ଆଚାର – Mango Dates Chatni


ଆମ୍ବ ଖଜୁରୀ ଚଟଣି ଆଚାର – Mango Dates Chatni
ପ୍ରସ୍ତୁତି ସାମଗ୍ରୀ-

ଆମ୍ବ ୧ କିଲୋ, ଖଜୁରୀ ୨୫୦ ଗ୍ରାମ, ଚିନି ୧ କିଲୋ, କିସମିସ ୧୦୦ ଗ୍ରାମ, ଅଦା ୫ ଗ୍ରାମ, ଲଙ୍କା ଗୁଣ୍ଡ ୧ ଚାମଚ, ରସୁଣ ୧ଟି, ଭିନେଗାର ୧ କପ, ଆବଶ୍ୟକ ଲୁଣ     

ପ୍ରଣାଳୀ

ପ୍ରଥମେ କଞ୍ଚା ଆମ୍ବକୁ ଚୋପା ଛଡାଇ ଛୋଟ ଛୋଟ ଖଣ୍ଡ କରି ବାଟି  ରଖନ୍ତୁ   ଆମ୍ବକୁ ୨-୩ ମିନିଟ ଗରମ ପାଣିରେ ଫୁଟାଇ ଛାଣି ନିଅନ୍ତୁ ଓ ଆମ୍ବ ଖଣ୍ଡକୁ ଦିନସାରା ଖରାରେ ଶୁଖାଇ ନିଅନ୍ତୁ     ସନ୍ଧ୍ୟାରେ ଖଜୁରୀ ଓ କିସମିସକୁ ବାଟି ରଖନ୍ତୁ ।   ଅଦା ଓ ରସୁଣକୁ ବାଟି ରଖନ୍ତୁ ।  ଏବେ କରେଇରେ ଆମ୍ବ ନେଇ ସେଥିରେ ଚିନି, ଅଦା, ରସୁଣ ବଟା ପକାଇ କିଛି ସମୟ ଏପଟ ସେପଟ କରନ୍ତୁ   ଆମ୍ବ ସିଝିଗଲେ ସେଥିରେ କିସମିସ ଖଜୁରୀ ବଟା ଓ ଭିନେଗାର ଦିଅନ୍ତୁ ।    ଲଙ୍କା ଗୁଣ୍ଡ ପକାଇ ଭଲ ଭାବେ ଗୋଳାନ୍ତୁ  ଯେପରି ତଳ ଲାଗି ନ ଯାଏ   ଏହାକୁ  ଅଳ୍ପ ଆଞ୍ଚ ରେ ବସାଇ ଲାଲ  ହେବା ପର୍ଯ୍ୟନ୍ତ    ଓ ପାଣି ମାରି ଥଣ୍ଡା କରି  ବୋତଲରେ ରଖନ୍ତୁ । ଏହା ବହୁତ ସୁଆଦିଆ ଓ ଅନେକ ଦିନ ରଖି ଖାଇ ପାରିବେ ।

Feb 1, 2020

ପୁରଦିଆ ଦହିବରା – Masalaful Dahibada


ପୁରଦିଆ ଦହିବରା – Masalaful Dahibada
ପ୍ରସ୍ତୁତି ସାମଗ୍ରୀ-

ବିରି ୨ କପ, ଅଦା ଖଣ୍ଡେ, ଭଜା ଜୀରା ଗୁଣ୍ଡ ୪  ଚାମଚ, ଆବଶ୍ୟକ ଅନୁଯାଇ ଲୁଣ, ଛାଣିବା ପାଇଁ ରିଫାଇନ ତେଲ, କଞ୍ଚା ଲଙ୍କା -୭/୮ ଟି, ଦହି ୪ କପ, ନଡିଆକୋରା ୧ କପ , କିସମିସ ୩୦ ଟି     

ପ୍ରଣାଳୀ

ପ୍ରଥମେ ବିରିକୁ ୪/୫ ଘଣ୍ଟା ଭିଜାଇ ବାଟି ଦେଇ ଭଲ ଭାବରେ ଫେଣ୍ଟା ଫେଣ୍ଟି କରି ରଖନ୍ତୁ   ୪ କପ ଦହିରେ ୪କପ ପାଣି ଦେଇ ଫେଣ୍ଟି ରଖନ୍ତୁ   ଅଦା, କଞ୍ଚା ଲଙ୍କାକୁ ଚୂନା ଚୂନା କରି କାଟି ରଖନ୍ତୁ ।  କାଜୁ , ନଡିଆକୋରା, ଅଦା, ଲଙ୍କା , କିସମିସ ଆଦିକୁ ଭଲ ଭାବେ ମିଶାଇ ରଖନ୍ତୁ ।  ଏବେ  କଦଳୀ ପତ୍ରରେ ତେଲ ମାରି ଫେଣ୍ଟା ବିରିକୁ ହାତରେ ଅଳ୍ପ ପାଣି ଲଗାଇ କାକରା ଭଳି କରି ନଡିଆ କୋରା ମିଶ୍ରଣକୁ ପୁର ଭାବେ ଦେଇ ଛାଣି ଦିଅନ୍ତୁ  । 

ଏବେ ଏହି ବରା ଉପରେ ଦହି ଢାଳି ହାତରେ ଓଲଟପାଲଟ କରି ରଖି ଦିଅନ୍ତୁ ଖାଇବାକୁ ଦେଲାବେଳେ ଏଥିରେ ଜୀରା ଗୁଣ୍ଡ ଛିଞ୍ଚି  ଦିଅନ୍ତୁ