* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Jan 1, 2020

ଭେଜ ପରଟା – Sabji Parathaa


ଭେଜ ପରଟା – Sabji Parathaa


ପ୍ରସ୍ତୁତି ସାମଗ୍ରୀ-

୨ କପ ଅଟା, ଅଧା କପ ସୁଝି, ୧/୪ କପ ଗାଜର  କୋରା ଓ ଅତି ଛୋଟ ଛୋଟ କଟା ଯାଇଥିବା ୧/୪ କପ ପାଳଙ୍ଗ ଶାଗ , ଗୋଟା ଜୀରା, ହଳଦୀ, ଲଙ୍କା ଗୁଣ୍ଡ ଓ ଲୁଣ ଆବଶ୍ୟକ ଅନୁଯାଇ, ସୁରିଷ ତେଲ ଅଳ୍ପ

ପ୍ରଣାଳୀ

Tasty Tasty ଭେଜ ପରଟା – Sabji Parathaa ପାଇଁ ପ୍ରଥମେ ସମସ୍ତ ପ୍ରସ୍ତୁତି ସାମଗ୍ରୀ ଗୋଡିକୁ ନେଇ ପାଣି ଦେଇ  ଦେଇ ଭଲଭାବେ ଚକଟି ଦିଅନ୍ତୁ ପରଟା ପରି ବଡ ବଡ ଗୋଳା କରି ମୋଟା କରି ଧୀରେ ଧୀରେ ବେଲି ଦିଅନ୍ତୁ ।  ଏବେ ଅଳ୍ପ ଅଳ୍ପ ତେଲ ନେଇ ପ୍ୟାନରେ  ପରଟା ପରି କରି ନିଅନ୍ତୁ ଯେପରି ଉପରେ ବାଦାମି ରଙ୍ଗର ଚିହ୍ନ ଆସିଯିବ ।   ଏବେ ବାହାର କରି  ସଂପୂର୍ଣ୍ଣ ଥଣ୍ଡା ହେଲେ ଚଣା ଚଟଣି  ବା ଖାଲି ଖାଇବାକୁ ଦିଅନ୍ତୁ ।   

ଏହାକୁ ପିଲାଙ୍କ tiffin box ବା office tifffin ଭାବରେ ଦେଇ ପାରିବେ  

Dec 16, 2019

ଡାଳିମ୍ବ ସରବତ – Pomegranate Sarbat


ଡାଳିମ୍ବ ସରବତ – Pomegranate Sarbat
ପ୍ରସ୍ତୁତି ସାମଗ୍ରୀ-

୫୦୦ ଗ୍ରାମ ଡାଳିମ୍ବ (red Pomegranate ), ୫୦୦ ଗ୍ରାମ ଚିନି, ୨୫୦ ଗ୍ରାମ ପାଣି , ବରଫ ଅଳ୍ପ , କଳା ଲୁଣ, ପୁଦିନା ପତ୍ର  

ପ୍ରଣାଳୀ                                   
         
ଡାଳିମ୍ବ ସରବତ – Pomegranate Sarbat ଯେପରି ସହଜ ସେପରି ଏକ recipe ନ ହେଲେ ବି cooking India ରେ ସାମିଲ କରିପାରିବା ।  ଏହା  ପିଲା ଠାରୁ ବୟସ୍କ ସମସ୍ତଙ୍କର ଅତି ପ୍ରିୟ ଓ ଦେହ ପାଇଁ ହିତକର ମଧ୍ୟ । Odia recipe ଡାଳିମ୍ବ ସରବତ ପାଇଁ ପ୍ରଥମେ ଡାଳିମ୍ବ ଛଡାଇ ରସ ବାହାର କରି ରଖନ୍ତୁ ।   ପାଣି ଓ ଚିନି ନେଇ ଗରମ କରନ୍ତୁ ।  ଏହା ଥଣ୍ଡା ହେଲାପରେ ଡାଳିମ୍ବ ରସ ମିଶାଇ juice ଗ୍ଲାସ ରେ ରଖି ଅଳ୍ପ ଗୁଣ୍ଡ ବରଫ, ପୁଦିନା ପତ୍ର  ଓ କଳା ଲୁଣ ଦେଇ ପରସନ୍ତୁ ସମସ୍ତଙ୍କ ପ୍ରିୟ ଡାଳିମ୍ବ ସରବତ ।

Dec 1, 2019

ଆମ୍ବୁଲ ଦହି ଖଟେଇ – Dry mango-Curd Chatne


ଆମ୍ବୁଲ ଦହି ଖଟେଇ – Dry mango-Curd Chatne
ପ୍ରସ୍ତୁତି ସାମଗ୍ରୀ-

୬/୭ ଖଣ୍ଡ ଆମ୍ବୁଲ (Dry Mango), ୧ ଚାମଚ ସୁରିଷ ତେଲ, ୨ ଶୁଖିଲା ଲଙ୍କା, ୧ ଚାମଚ ପାଞ୍ଚ ଫୁଟଣ, ୮-୧୦ ଟି ଭୃଶୁଙ୍ଗା ପତ୍ର, ୧ ଚାମଚ ଦେଶୀ ଘିଅ, ୨ ଚାମଚ ଗୋଟା ସୁରିଷ ବଟା, ୧/୨ ଚାମଚ ଅଦା ବଟା , ୧/୨ ଚାମଚ ଆମ୍ବ କଷି ଅଦା, ୨ ଚାମଚ ନଡିଆ କୋରା, ୧/୨ ଚାମଚ ଜୀରା ଓ ଲଙ୍କା ଭଜା, ୫୦ ଗ୍ରାମ ଗୁଡ, ୧/୨ ଚାମଚ କଳା ଲୁଣ  ଓ ଆବଶ୍ୟକ ଅନୁସାରେ ଲୁଣ

ପ୍ରଣାଳୀ


ପ୍ରଥମେ ଆମ୍ବୁଲକୁ ୧ ଘଣ୍ଟା ପାଣିରେ ବତୁରାଇ ରଖନ୍ତୁ । ଏବେ କରେଇ ଗରମ କରି ଘିଅ ଦିଅନ୍ତୁ ଓ ଏଥିରେ ଭୃଶୁଙ୍ଗା ପତ୍ର, ପାଞ୍ଚ ଫୁଟଣ ଓ ଶୁଖିଲା ଲଙ୍କା ଫୁଟାନ୍ତୁ ।   ଗରମ ହେଇ ଫୁଲି ଆସିଲେ ଏଥିରେ ବଟା ଅଦା ପକାନ୍ତୁ ।ଏବେ ଏଥିରେ ବତୁରା ଆମ୍ବୁଲ ପକାଇ  ୨-୩ ମିନିଟ ଅଳ୍ପ ଆଞ୍ଚରେ ବସାଇ ଏଥିରେ ସୁରିଷ ବଟା ପକାଇ ୨ ମିନିଟ ଫୁଟାଇ ଏଥିରେ ଗୁଡ ଓ ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ।   ଧୀର ଆଞ୍ଚରେ ୫ ମିନିଟ ବସାଇ  ପରେ ଏଥିରେ ନଡିଆ କୋରା , ଲଙ୍କା ଓ ଜୀରା ଗୁଣ୍ଡ , କଳା ଲୁଣ , ଦହି ଅଳ୍ପ ପକାଇ ଭଲ ଭାବେ ଗୋଳାଇ ଆଞ୍ଚରୁ ବାହାର କରି ରଖନ୍ତୁ । ଏବେ ପ୍ରସ୍ତୁତ ଆପଣଙ୍କ  ଅତି ସୁଆଦିଆ ଓ ହିତକର ଆମ୍ବୁଲ ଦହି ।

Nov 16, 2019

ବିଲାତି ପୋଡା ଚଟଣି – Roasted Tomato Chatni


ବିଲାତି ପୋଡା ଚଟଣି – Roasted Tomato  Chatni
ପ୍ରସ୍ତୁତି ସାମଗ୍ରୀ-

ପାଚିଲା ଟମାଟୋ ୦୪ ଟି, ପିଆଜ ୧ଟି , ରସୁଣ ୨ କୋଳ, ୨ଟି କଞ୍ଚା ଲଙ୍କା, ଭଜା ବଡି ଚୋରା ୪ଟି , ୨ ଚାମଚ ସୁରିଷ ତେଲ, ଅଳ୍ପ ଧଣିଆ ପତ୍ର  ଓ ଆବଶ୍ୟକ ଲୁଣ  

ପ୍ରଣାଳୀ


ପ୍ରଥମେ ଟମାଟୋଉପରେ ଅଳ୍ପ ତେଲ ଲଗାଇ  କାଠ ବା ଆଞ୍ଚ କିମ୍ବା ଗ୍ୟାସ ଷ୍ଟୋଭରେ  ପୋଡି ଚୋପା ଛଡାଇ ରଖନ୍ତୁ ।  ଏବେ ୧ଟି  ପିଆଜ, ରସୁଣ ୨ କୋଳ ଓ କଞ୍ଚା ଲଙ୍କା କୁ ଅତି ଛୋଟ ଛୋଟ କରି କାଟି ରଖନ୍ତୁ ।  

ଏଥର ଟମାଟୋକୁ ଭଲ ଭାବେ ଚକଟି  ସେଥିରେ କଟା ପିଆଜ , ରସୁଣ , ଲଙ୍କା , ସୁରିଷ ତେଲ ଓ ଆବଶ୍ୟକ ଅନୁଯାଇ ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ  ଉପରେ ଅଳ୍ପ ଭଜା ବଡି ଚୋରା ଓ ଧଣିଆ ପତ୍ର ପକାଇ ପରସନ୍ତୁ ।  ଆଃହ କି   ରୁଚିକର ଖାନା ।