* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Nov 16, 2019

ବିଲାତି ପୋଡା ଚଟଣି – Roasted Tomato Chatni


ବିଲାତି ପୋଡା ଚଟଣି – Roasted Tomato  Chatni
ପ୍ରସ୍ତୁତି ସାମଗ୍ରୀ-

ପାଚିଲା ଟମାଟୋ ୦୪ ଟି, ପିଆଜ ୧ଟି , ରସୁଣ ୨ କୋଳ, ୨ଟି କଞ୍ଚା ଲଙ୍କା, ଭଜା ବଡି ଚୋରା ୪ଟି , ୨ ଚାମଚ ସୁରିଷ ତେଲ, ଅଳ୍ପ ଧଣିଆ ପତ୍ର  ଓ ଆବଶ୍ୟକ ଲୁଣ  

ପ୍ରଣାଳୀ


ପ୍ରଥମେ ଟମାଟୋଉପରେ ଅଳ୍ପ ତେଲ ଲଗାଇ  କାଠ ବା ଆଞ୍ଚ କିମ୍ବା ଗ୍ୟାସ ଷ୍ଟୋଭରେ  ପୋଡି ଚୋପା ଛଡାଇ ରଖନ୍ତୁ ।  ଏବେ ୧ଟି  ପିଆଜ, ରସୁଣ ୨ କୋଳ ଓ କଞ୍ଚା ଲଙ୍କା କୁ ଅତି ଛୋଟ ଛୋଟ କରି କାଟି ରଖନ୍ତୁ ।  

ଏଥର ଟମାଟୋକୁ ଭଲ ଭାବେ ଚକଟି  ସେଥିରେ କଟା ପିଆଜ , ରସୁଣ , ଲଙ୍କା , ସୁରିଷ ତେଲ ଓ ଆବଶ୍ୟକ ଅନୁଯାଇ ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ  ଉପରେ ଅଳ୍ପ ଭଜା ବଡି ଚୋରା ଓ ଧଣିଆ ପତ୍ର ପକାଇ ପରସନ୍ତୁ ।  ଆଃହ କି   ରୁଚିକର ଖାନା ।