ଛେନା ପୁରଦିଆ ବୁଢାଚକୁଳି – Chhenaa Budhaa Chakuli
ସାମଗ୍ରୀ:-
ଅରୁଆ ଚାଉଳ ୨୫୦ ଗ୍ରାମ , ବିରିଡାଲି -୧୫୦ ଗ୍ରାମ , ଦହିଛେନା -୧୫୦ ଗ୍ରାମ , ନଡିଆ -୧ଫାଳ , ଗୁଡ -୫୦/୬୦ ଗ୍ରାମ , ଲୁଣ – ସ୍ଵାଦ ଅନୁସାରେ , ତେଲ ଆବଶ୍ୟକ ଅନୁସାରେ ।
ପ୍ରସ୍ତୁତି ପ୍ରଣାଳୀ:
ଅରୁଆ ଚାଉଳ ଓ ବିରିଡାଲିକୁ ୫/୬ ଘଣ୍ଟାଭିଜାଇ ଦିଅନ୍ତୁ ।
ବିରିରୁ ଚୋପା ଛଡାଇ ଦିଅନ୍ତୁ , ଅରୁଆ ଚାଉଳକୁ ଧୋଇ ଛାଣି ଦିଅନ୍ତୁ । ବିରି ଓ
ଚାଉଳ ମିଶାଇ ଚିକ୍କଣ କରି ବାଟି ରଖନ୍ତୁ । ନଡିଆ କୋରି ଦିଅନ୍ତୁ । ଗୁଡ ,ଛେନା ଓ ନଡିଆ ସହିତ ପୁରା ତିଆରି
କରନ୍ତୁ । ତାୱା ଗରମ କରି ତେଲ ପକାନ୍ତୁ । ଗରମ
ତାୱାରେ ପିଠଉ ଚକୁଳି ପରି ଢାଳନ୍ତୁ । ଛେନା ପୁରା
ଦେଇ ପୁଣି ପିଠଉ ଦେଇ ପିଠାକୁ ଘୋଡାଇ ଦିଅନ୍ତୁ । ଅଳ୍ପ ଆଞ୍ଚରେ ରଖନ୍ତୁ । ଚାରିକଡରେ ତେଲ ବୁଲାଇ ଦିଅନ୍ତୁ । ପିଠା
ହୋଇଗଲେ କାଢି ରଖନ୍ତୁ । ଏବେ ପ୍ରସ୍ତୁତ ଆପଣଙ୍କ ଛେନା
ପୁରଦିଆ ବୁଢାଚକୁଳି । ଏହାକୁ କାଟି
ଖାଇବାକୁ ଦିଅନ୍ତୁ ଓ ଓଡିଆ ଘରର ସ୍ଵାଦ ଅନୁଭବ କରନ୍ତୁ ।