ମିଠା ଅଁଳା ଆଚାର- SWEET AMLA PICKLE
ପ୍ରସ୍ତୁତି ସାମଗ୍ରୀ –
ଅଁଳା ୧ କି.ଗ୍ରା., ଚିନି ୧ କି.ଗ୍ରା., ଖାଇବା ଚୂନ ୧/୨ ଚାମଚ, ପିଜୁଳି ପତ୍ର ୫ଟି , ଗୁଜରାତି ୧୦ ଟି , ଜୁଆଣୀ ୧ ଚାମଚ ଓ ଜିରା ୨ ଚାମଚ ।
ପ୍ରଣାଳୀ -
ପ୍ରଥମେ ଅଁଳାରୁ ମଞ୍ଜି ବାହାର କରି ରଖନ୍ତୁ
। ଏକ ପାତ୍ରରେ
ଚୂନ ନେଇ ପାଣିରେ ଭଲଭାବେ ଗୋଳେଇ ସେଥିରେ ଅଁଳାକୁ ପକାଇ ଗୋଟେ ରାତି ରଖି ଦିଅନ୍ତୁ । ଚୂନ ପାଣିରୁ
ଛାଣି ପିଜୁଳି ପତ୍ର ପକାଇ ଅଁଳାକୁ କରେଇରେ ପାଣି ଦେଇ ଅଳ୍ପ ସିଝାଇ ରଖନ୍ତୁ । ଅଁଳାକୁ କରେଇରୁ
ଛାଣି ରଖନ୍ତୁ । ଅଁଳା ଶୁଖି ଗଲେ ଏଥିରେ ଚିନି ଦେଇ କରେଇରେ
ଭଲଭାବେ ଫୁଟାନ୍ତୁ । ଚିନି ରସ ମୋଟା ହୋଇ ଆସିଲେ ଜିରା ଓ ଜୁଆଣୀ
ଗୁଣ୍ଡ ପକାଇ କିଛି ସମୟ ଭଲ ଭାବେ ଗୋଳାନ୍ତୁ । ଏହାପରେ ଗୁଜରାତି ଗୁଣ୍ଡ ପକାଇ ଗୋଳାଇ ଆଞ୍ଚ
ବନ୍ଦ କରନ୍ତୁ । ଥଣ୍ଡା ହେଲାପରେ ବୋତଲରେ ରଖନ୍ତୁ । ଅଁଳା ଆଚାର ଯେମିତି
ସ୍ଵାଦିଷ୍ଟ ସେମିତି ହଜମ ଓ ଆଖି ପାଇଁ ବହୁତ ଉପକାରୀ ।