* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Sep 1, 2020

କଲରା ସମ୍ବର - Bitter Guard –Potato Vartaa

 

କଲରା  ସମ୍ବର  - Bitter Guard –Potato Vartaa

ପ୍ରସ୍ତୁତି  ସାମଗ୍ରୀ  -

କଲରା ୪ଟି, ସୋରିଷ ତେଲ ୨ ଚାମଚ, ଲାଲ ଲଙ୍କା ୨ଟି, ଆଳୁ ୨ଟି, ଫୁଟଣ ୧ ଚାମଚ, କଞ୍ଚା ଲଙ୍କା ୪ଟି, ଆବଶ୍ୟକ ଅନୁସାରେ ଲୁଣ 

ପ୍ରଣାଳୀ  -

କଲରା  ସମ୍ବର  - Bitter Guard –Potato Vartaa by www.Odiatastykhana.in

ପ୍ରଥମେ କରେଇରେ ଆଳୁ ଓ କଲରାକୁ ସିଝାଇ ରଖନ୍ତୁ  ଏହା  ଥଣ୍ଡା ହେଲେ ଆଳୁ ଚୋପା ଛଡାଇ ଦିଅନ୍ତୁ   କଲରାର ମଞ୍ଜି ବାହାର କରି  ଆଳୁ ସହ ମିଶାଇ ଭଲ ଭାବେ ଚକଟି ଦିଅନ୍ତୁ ।  ଏବେ କଞ୍ଚା ଲଙ୍କା ଚୂନ ଚୂନ କରି କାଟି ରଖନ୍ତୁ ।  କରେଇରେ ତେଲ ଗରମ କରି ଲାଲ ଲଙ୍କା ଓ ଫୁଟଣ ଫୁଟେଇ ଦିଅନ୍ତୁ ।  ସେଥିରେ କଞ୍ଚା ଲଙ୍କା କଟା ପକାଇ ଆଳୁ କଲରା ଚକଟା ପକାନ୍ତୁ ।  

ଧୀରେ ଧୀରେ ଭାଜି ଭାଜି ବାହାର କରି ପରସନ୍ତୁ ।  ଏଥିରେ ପିଆଜ ଚୂନ ଚୂନ କରି କାଟି ମିଶାଇ ପାରିବେ କିମ୍ବା ଉପରେ ପକାଇ ଦେଇ ପାରିବେ ।

Aug 1, 2020

ଚୁଡା ରୋଲ (poha roll) – Flattened rice roll

 

ଚୁଡା ରୋଲ (Poha roll)Flattened rice roll

ପ୍ରସ୍ତୁତି ସାମଗ୍ରୀ -

ଚୂଡା ୨୫୦ଗ୍ରାମ, ଆଳୁ ୨୦୦ ଗ୍ରାମ, ଲୁଣ ଓ ହଳଦୀ ଆବଶ୍ୟକ ଅନୁସାରେ, ଲଙ୍କା ଗୁଣ୍ଡ ୧/୨ ଚାମଚ, ଚାଟ ମସଲା ୧ ଚାମଚ, ଛଣିବା ପାଇଁ ତେଲ, କଟା କଞ୍ଚା ଲଙ୍କା 

from www.odiatastykhana.in

ପ୍ରଣାଳୀ

ପ୍ରଥମେ ଆଳୁ ସିଝାଇ ଚୋପା ଛଡାଇ ଭଲ ଭାବେ ଚକଟି ରଖନ୍ତୁ ।  ଚୁଡାକୁ ଭଲଭାବେ ଧୋଇ ପାଣିରୁ ଛାଣି ଏଥିରେ ଆଳୁ ଚକଟା, ଲୁଣ, ହଳଦୀ ଗୁଣ୍ଡ, ଚାଟ ମସଲା, ଲଙ୍କା ଗୁଣ୍ଡ ଅଳ୍ପ , କଟା କଞ୍ଚା ଲଙ୍କା ପକାଇ ଭଲ ଭାବେ ଚକଟି ଦିଅନ୍ତୁ ।  ଏବେ ଏହାକୁ ଭେଜ ରୋଲ ଭଳି କରି ତେଲ ଗରମ କରି ଛାଣନ୍ତୁ । ଓଲଟପାଲଟ କରି ଛାଣିବେ ଯେପରି ବାଦାମି ରଙ୍ଗ ହେବା ପରେ ବାହାର କରି ରଖନ୍ତୁ । 

ଗରମ ଗରମ ଚଟଣି ସହ ଖାଇବାକୁ ପରସନ୍ତୁ ।   

Jul 16, 2020

ପାଳଙ୍ଗ ବଡି ଚୁଡ୍ଚୁଡା – Palak Badi Chudchudaa


ପାଳଙ୍ଗ ବଡି ଚୁଡ୍ଚୁଡା – Palak Badi Chudchudaa
ପ୍ରସ୍ତୁତି ସାମଗ୍ରୀ-

ଫୁଲ ବଡି ୭-୮ ଟି, ତେଲ ଅଳ୍ପ, ପାଳଙ୍ଗ ଶାଗ ୨ ବିଡା, ରସୁଣ ୬-୮ କୋଲା, ସୋରିଷ ବଟା ୧ ଚାମଚ, ଲୁଣ ଆବଶ୍ୟକ ଅନୁଯାଇ, କଞ୍ଚା ଲଙ୍କା ୧ଟି  
  
ପ୍ରଣାଳୀ

ପ୍ରଥମେ ଫୁଲ ବଡିକୁ ତେଲରେ ଭାଜି ରଖନ୍ତୁ । ଏବେ କରେଇରେ ତେଲ ଫୁଟାଇ ସେଥିରେ କଟା ପାଳଙ୍ଗଶାଗ ପକାନ୍ତୁ ।  ପିଠା ଖଡିକାରେ ଏପଟ ସେପଟ କରି ଅଳ୍ପ ସିଝି ଆସିଲେ ଏଥିରେ ଛେଚା ରସୁଣ, ସୋରିଷ ବଟା, ଭଜା ବଡି ପକାଇ ଅଳ୍ପ ଆଞ୍ଚରେ ବସାଇ ଢାଙ୍କଣା ଦେଇ ୧-୨ ମିନିଟ ଛାଡି ଦିଅନ୍ତୁ। ଏବେ ଏଥିରେ ଲୁଣ ଆବଶ୍ୟକ ଅନୁସାରେ ପକାଇ ଗୋଳାଇ ପାଣି ମରିଗଲେ ଗରମ ଗରମ ପରସନ୍ତୁ ।   କଞ୍ଚା ଲଙ୍କା ଚୁନ ଚୁନ କରି ପକାଇ ପାରିବେ ।  

Jul 1, 2020

ପୋଟଳ ପିଆଜ ବସା – Potal (pointed guard) Onion Basaa


ପୋଟଳ ପିଆଜ ବସା – Potal (pointed guard) Onion Basaa

ପ୍ରସ୍ତୁତି ସାମଗ୍ରୀ-

ପୋଟଳ ୫୦୦ ଗ୍ରାମ, ପିଆଜ ୨୫୦ ଗ୍ରାମ, ହଳଦୀ, ଲଙ୍କା, ଡାଲଚିନ ଓ ଲୁଣ ଆବଶ୍ୟକ ଅନୁଯାଇ, ରସୁଣ ୨-୩ କୋଲା, ତେଲ ଅଳ୍ପ, କ୍ଷୀର ୨ ଚାମଚ ଓ  ଗୁଆ ଘିଅ ୧ ଚାମଚ, କାଜୁ ଓ କିସମିସ ଅଳ୍ପ     

ପ୍ରଣାଳୀ

ପ୍ରଥମେ ପୋଟଳକୁ ଚାଞ୍ଛି ଭଲ ଭାବେ ପାଣିରେ ଧୋଇ ଦୁଇ ଫାଳ କରି କାଟି  ରଖନ୍ତୁ ।  ପିଆଜ ଅଧା ନେଇ ସରୁ ସରୁ ଲମ୍ବା କରି କାଟି ରଖନ୍ତୁ   ଆର ଅଧକ ପିଆଜ ସହ ରସୁଣ, ଲଙ୍କା, ଡାଲଚିନି ବାଟି ଦିଅନ୍ତୁ    
ଏବେ ତେଲ ଗରମ କରି ପିଆଜ କଟା  ଓ ପୋଟଳ, ଲୁଣ ହଳଦୀ ଗୁଣ୍ଡ ଦେଇ ଭାଜନ୍ତୁ ।  ଅଧା ଭଜା ହୋଇଗଲେ ସେଥିରେ ବଟା  ମସଲାକୁ ପକାଇ ସିମରେ ଢାଙ୍କୁଣୀ ଦେଇ ଘୋଡାଇ ରଖନ୍ତୁ ।  ଭଲ ଭାବେ ଭାଜି ହୋଇଗଲେ ୨ ଚାମଚ କ୍ଷୀର ଓ ୧ ଚାମଚ ଗୁଆ ଘିଅ ଦେଇ ଗୋଳେଇ ଦିଅନ୍ତୁ । ଏଥିରେ ଭଜା କାଜୁ ଓ କିସମିସ ଦେଇ ପରସନ୍ତୁ ।   ଖାଆନ୍ତୁ ଓ ଖୁଆନ୍ତୁ ବହୁତ ଟେଷ୍ଟି ।