ଚୁଡା ରୋଲ (Poha roll) – Flattened rice roll
ପ୍ରସ୍ତୁତି
ସାମଗ୍ରୀ -
ଚୂଡା
୨୫୦ଗ୍ରାମ, ଆଳୁ ୨୦୦ ଗ୍ରାମ, ଲୁଣ ଓ
ହଳଦୀ ଆବଶ୍ୟକ ଅନୁସାରେ, ଲଙ୍କା ଗୁଣ୍ଡ ୧/୨ ଚାମଚ, ଚାଟ ମସଲା ୧ ଚାମଚ, ଛଣିବା ପାଇଁ ତେଲ, କଟା କଞ୍ଚା ଲଙ୍କା ।
ପ୍ରଣାଳୀ
–
ପ୍ରଥମେ ଆଳୁ ସିଝାଇ ଚୋପା ଛଡାଇ ଭଲ ଭାବେ ଚକଟି ରଖନ୍ତୁ । ଚୁଡାକୁ ଭଲଭାବେ ଧୋଇ ପାଣିରୁ ଛାଣି ଏଥିରେ ଆଳୁ ଚକଟା, ଲୁଣ, ହଳଦୀ ଗୁଣ୍ଡ, ଚାଟ ମସଲା, ଲଙ୍କା ଗୁଣ୍ଡ ଅଳ୍ପ , କଟା କଞ୍ଚା ଲଙ୍କା ପକାଇ ଭଲ ଭାବେ ଚକଟି ଦିଅନ୍ତୁ । ଏବେ ଏହାକୁ ଭେଜ ରୋଲ ଭଳି କରି ତେଲ ଗରମ କରି ଛାଣନ୍ତୁ । ଓଲଟପାଲଟ କରି ଛାଣିବେ ଯେପରି ବାଦାମି ରଙ୍ଗ ହେବା ପରେ ବାହାର କରି ରଖନ୍ତୁ ।
ଗରମ ଗରମ ଚଟଣି ସହ ଖାଇବାକୁ ପରସନ୍ତୁ ।