* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Apr 16, 2020

କଞ୍ଚା କଦଳୀ ଦମ – Green Banana Dum


କଞ୍ଚା କଦଳୀ ଦମ  – Green Banana Dum
ପ୍ରସ୍ତୁତି ସାମଗ୍ରୀ-

 କଞ୍ଚା କଦଳୀ  ୩ ଟି, ଲଙ୍କା ଗୁଣ୍ଡ ଅଧା ଚାମଚ, ପୋସ୍ତ ୧ ଚାମଚ, ରିଫାଇନ ତେଲ ୨ ଚାମଚ, ଲୁଣ ଓ ହଳଦୀ ଆବଶ୍ୟକ ପରିମାଣ, ତେଜ ପତ୍ର ୨-୩ ଟି, ଗୁଜୁରାତି ୩ଟି, ଡାଲଚିନି ୪-୫ ଟି ଛୋଟ ଛୋଟ ଖଣ୍ଡ ବିଲାତି ବାଇଗଣ ୧ ଟି , ନଡିଆ କୋରା ୧ ଚାମଚ, ଧନିଆ ଓ ଜୀରା ଗୁଣ୍ଡ ୨ ଚାମଚ, ଅଦା ଖଣ୍ଡେ     

ପ୍ରଣାଳୀ

ପ୍ରଥମେ କଞ୍ଚା କଦଳୀକୁ ଚୋପା ଛଡାଇ ବଡ ବଡ ଖଣ୍ଡ କରି କାଟି ରଖନ୍ତୁ    ଏବେ ପୋସ୍ତ, ଅଦା ଓ ନଡିଆ କୋରାକୁ  ବାଟି ରଖନ୍ତୁ ।   ଏବେ କରେଇରେ ତେଲ ଗରମ କରି ଏଥିରେ ତେଜ ପତ୍ର, ଡାଲଚିନି ଓ  ଗୁଜୁରାତି  ଫୁଟାଇ ଦିଅନ୍ତୁ ।  ସେଥିରେ କଦଳୀ ପକାଇ ଲୁଣ , ହଳଦୀ  ପକାଇ ଭଲ ଭାବେ ଗୋଳାଇ ଅଳ୍ପ ଭାଜି ଦିଅନ୍ତୁ ।  ଏଥିରେ ଏବେ ଅଳ୍ପ ପାଣି ଦେଇ ଘୋଡାଇ ଦିଅନ୍ତୁ ।   କଦଳୀ ସିଝି ଗଲେ ସେଥିରେ ପୋସ୍ତ , ନଡିଆ ବଟା , ଲଙ୍କା ଗୁଣ୍ଡ ଓ ବିଲାତି କଟା ପକାଇ ଗୋଳାଇ ଦିଅନ୍ତୁ ।  ଏହାପରେ ଏଥିରେ ଧନିଆ ଓ ଜୀରା ଗୁଣ୍ଡ ପକାଇ ରଖନ୍ତୁ ଯେପରି ଅଳ୍ପ ଝୋଳ ରହିବ । ଏବେ  ପ୍ରସ୍ତୁତ ଆପଣଙ୍କ ସୁନ୍ଦର ଓ ସୁଆଦିଆ କଞ୍ଚା କଦଳୀ ଦମ 

Apr 1, 2020

ପାଳଙ୍ଗ ପୁରି – Palang Puri


ପାଳଙ୍ଗ ପୁରି – Palang Puri

ପ୍ରସ୍ତୁତି ସାମଗ୍ରୀ-

ପାଳଙ୍ଗ ୪ ଗିନା, ୨୫୦ ଗ୍ରାମ ମଇଦା, ଛଣିବା ପାଇଁ ରିଫାଇନ ତେଲ, ଆବଶ୍ୟକ ଲୁଣ, ୧ ଚାମଚ ଜୁଆଣୀ ,  ଚାମଚ ଚିନି    

ପ୍ରଣାଳୀ

ପାଳଙ୍ଗ ଶାଗକୁ ଧୋଇ କଢେଇରେ ଏକ କପ ପାଣି ଦେଇ ପକାନ୍ତୁ । ଏକ ଚାମଚ ଚିନି ଓ ଲୁଣ ପକାଇ ଶାଗକୁ ସିଝାନ୍ତୁ । ଶାଗ ସିଝିଗଲେ ଥଣ୍ଡାକରି  ଗ୍ରାଇଣ୍ଡର ପେଷ୍ଟ କରି ରଖନ୍ତୁ । ଏବେ  ମଇଦା, ଜୁଆଣୀ, ୪ ଚାମଚ ରିଫାଇନ ତେଲ ଓ ଲୁଣ ଆବଶ୍ୟକ ଅନୁସାରେ ପକାଇ ଗୋଳାଇ ଦିଅନ୍ତୁ। ଏଥିରେ ଶାଗ ପେଷ୍ଟକୁ ମିଶାଇ ଭଲଭାବେ ଗୋଳାଇ ଛୋଟ ଛୋଟ ଗୋଳା କରି ପୁରି ଆକାରରେ ବେଲି କଢେଇରେ ତେଲ ଗରମ କରି ଛାଣି ଦିଅନ୍ତୁ । ଏହାକୁ ଗରମ ଗରମ ବୁଟ ଡାଲି ବା ଟମାଟୋ  କିମ୍ବା ପୋଦିନା ଚଟଣି ସହ ଖାଇବାକୁ ଦିଅନ୍ତୁ

Mar 16, 2020

ଅଟକାଳି– Atakali


ଅଟକାଳି– Atakali
ପ୍ରସ୍ତୁତି ସାମଗ୍ରୀ-

 ଅରୁଆ ଚାଉଳ ଚୂନା ୪ କପ, ଅଳ୍ପ ଲୁଣ, ବଡ ନଡିଆ ୧ଟି, ଗୋଲ ମରିଚ ୧୨ଟି, ଗୁଡ ୧ କପ, ଅଳ୍ପ କିସମିସ     
ପ୍ରଣାଳୀ

ପ୍ରଥମେ ନଡିଆକୁ ଭାଙ୍ଗି ଫାଳେ କୋରି ପାତ୍ରରେ ରଖନ୍ତୁ ।   ଆର ଫାଳ ନଡିଆକୁ ସରୁ ସରୁ କାଟି ଦିଅନ୍ତୁ । ଏବେ କରେଇରେ ୫ କପ ପାଣି ଫୁଟେଇ ସେଥିରେ ଗୁଡ ଓ ଲୁଣ ଦେଇ ଭଲ ଭାବେ ମିଶାଇ ଦିଅନ୍ତୁ ।  ଅନ୍ୟ ୪କପ ପାଣିରେ ଚାଉଳ ଚୂନା ମିଶାଇ ନେଇ ଫୁଟୁଥିବା ପାଣିରେ ଢାଳି ଦିଅନ୍ତୁ।  ନଡିଆ କୋରା ଓ ନଡିଆ ଖଣ୍ଡ  ସେଥିରେ ପକାଇ ଘଣ୍ଟି ଦିଅନ୍ତୁ ।  ୩୦ ମିନିଟ ଘାଣ୍ଟିଲା ପରେ ଆଞ୍ଚରୁ ବାହାର କରି ରଖି ଦିଅନ୍ତୁ ।  ଖାଇବା ବେଳେ ଗୋଲମରିଚ ଗୁଣ୍ଡ ପକାଇ ଥଣ୍ଡା କରି ଉପରେ କିଛି କିସମିସ ପକାଇ ଖାଇବାକୁ ଦିଅନ୍ତୁ ।

Mar 1, 2020

ସୁନସୁନିଆ ବରା – Water clover Bada

ସୁନସୁନିଆ  ବରା – Water clover Bada

ପ୍ରସ୍ତୁତି ସାମଗ୍ରୀ-

ସୁନସୁନିଆ  ଶାଗ ୫୦୦ ଗ୍ରାମ, ୨ଟି ପିଆଜ, ବେସନ ୨୦୦ଟି, ୪ଟି କଞ୍ଚା ଲଙ୍କା, ଛଣିବା ପାଇଁ ରିଫାଇନ ତେଲ, ଲୁଣ ଆବଶ୍ୟକ ଅନୁସାରେ    

ପ୍ରଣାଳୀ

ପ୍ରଥମେ ସୁନସୁନିଆ  ଶାଗରୁ ଡେମ୍ଫରୁ ପତ୍ର ଗୁଡିକୁ ଛିଣ୍ଡାଇ , ଧୋଇ ପାଣି ନିଗାଡି ଓ ପରେ କାଟି ରଖନ୍ତୁ  । ଅନ୍ୟ ଗୋଟେ ପାତ୍ରରେ ବେସନ ନେଇ ଲୁଣ ଓ ପାଣି ଗୋଳେଇ ବହଳିଆ କରି ରଖନ୍ତୁ ।  ଏବେ ଏଥିରେ କଞ୍ଚା ଲଙ୍କା ଓ ପିଆଜ ଛେଚି ପକାନ୍ତୁ  । ଏବେ ଏଥିରେ ଶାଗ ପକାଇ ଗୋଳେଇ ଦିଅନ୍ତୁ । ଏବେ କରେଇରେ ତେଲ ଗରମ କରି ଏଗୁଡ଼ିକୁ ବରା ଆକାରରେ ଛାଣନ୍ତୁ । 
 ଧ୍ୟାନ ଦେବେ ଯେପରି ବହୁତ କମ ସମୟ ଛାଣିବେ ଯେପରି ସୁନସୁନିଆ ଶାଗ ବେଶୀ ପୋଡି ନ ଯାଏ । ଏବେ ପ୍ରସ୍ତୁତ ଆପଣଙ୍କ ପ୍ରିୟ ଓ ଶରୀର ପାଇଁ ଅତି ଉପାଦେୟ ସୁନସୁନିଆ ଶାଗ ବରା ।