* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Aug 16, 2019

ବିରି –ଚାଉଳ ଗୁଲଗୁଲା – Black Dal- Rice flour Gulgula


ବିରି –ଚାଉଳ ଗୁଲଗୁଲା    Black Dal- Rice flour Gulgula


ପ୍ରସ୍ତୁତି ସାମଗ୍ରୀ-

ବିରି – ୨୦୦ ଗ୍ରାମ, ଚାଉଳ ଚୂନା – ୧୦୦ ଗ୍ରାମ, ଗୁଡ ୧୦୦ ଗ୍ରାମ, ପାନମହୁରି  ଅଳ୍ପ, ତେଲ ଛାଣିବା ପାଇଁ ।


ପ୍ରଣାଳୀ

ପ୍ରଥମେ ବିରିକୁ  କିଛି ସମୟ ଭିଜାଇ ଚିକ୍କଣ କରି ବାଟି ରଖନ୍ତୁ। ଏବେ ଏଥିରେ ଚାଉଳ ଚୂନା ଗୋଳାଇ ରଖନ୍ତୁ  ଦେଖିବେ ଯେପରି ମିଶ୍ରଣ ପାଣିଆ ନ ହୁଏ ।  ଏଥିରେ ଗୁଡ , ପାନମହୁରି  ଗୋଳାଇ ଦିଅନ୍ତୁ ।  ଏବେ କଡେଇରେ  ତେଲ ଗରମ କରି ଗୋଲ ଗୋଲ କରି ଗୁଲଗୁଲା ଛାଣି ଦିଅନ୍ତୁ ।

Aug 1, 2019

ଲସି – Lassi


ଲସି  Lassi
ପ୍ରସ୍ତୁତି ସାମଗ୍ରୀ-.

୫୦୦ ମି. ଲି. ଖଟା ବସାଦହି, ପାଣି , ମହୁ , ଆଲମଣ୍ଡ  ବାଦାମ ୧୦ ଟି ।

ପ୍ରଣାଳୀ -

ପୂର୍ବରାତିରୁ ଆଲମଣ୍ଡ  ବାଦାମ ୧୦ ଟିକୁ ପାଣିରେ ବତୁରାଇ ରଖନ୍ତୁ ।  ଏହାକୁ ଛୋଟ ଛୋଟ ପତଳା ପତଳା କରି କାଟି ରଖନ୍ତୁ ।  ବ୍ଲେଣ୍ଡରରେ ଦହିକୁ ଭଲଭାବେ ଫେଣ୍ଟି ଦିଅନ୍ତୁ ।  

ଏବେ ଲମ୍ବା ଲମ୍ବା ଗ୍ଲାସରେ ଅଧା ଗ୍ଲାସ ପାଣି ନିଅନ୍ତୁ ଓ ଅଧା ଦହି ନିଅନ୍ତୁ ।  ଏବେ ଏଥିରେ ଏକ ଚାମଚ ମହୁ ପକାଇ ଭଲ ଭାବେ ଚାମଚରେ ଘାଣ୍ଟି ଦିଅନ୍ତୁ । ଉପରେ ବାଦାମ ଖଣ୍ଡ ପକାଇ ପରସନ୍ତୁ ।   ଖରା ଦିନରେ  ଥଣ୍ଡା ପାଣି  ବା ଅଳ୍ପ ବରଫ ଖଣ୍ଡ ପକାଇ ପାରିବେ ।

Jul 16, 2019

ନିମ୍ବପତ୍ର ପରିବା ମେଞ୍ଚି ମେଞ୍ଚି – Neem Leaves Vegitable Mix


ନିମ୍ବପତ୍ର ପରିବା  ମେଞ୍ଚି ମେଞ୍ଚି  Neem Leaves Vegitable Mix
ପ୍ରସ୍ତୁତି ସାମଗ୍ରୀ-

୧ -୨ ବିଡା କଅଁଳିଆ ନିମ୍ବ ପତ୍ର , ୩ଟି ଆଳୁ , ୩ଟି ବାଇଗଣ, ୨-୩ ଟି ସଜନା ଛୁଇଁ , ୨ଟି ଟମାଟୋ , ୨ ଚାମଚ ସୋରିଷ , ୪ଟି କଞ୍ଚା ଲଙ୍କା , ୧ ଚାମଚ ଫୁଟଣ , ଆବଶ୍ୟକ ଅନୁସାରେ ଲୁଣ ଓ ହଳଦୀ ଗୁଣ୍ଡ, ୪୦ ଗ୍ରାମ ସୋରିଷ ତେଲ 

ପ୍ରଣାଳୀ -

ପ୍ରଥମେ ନିମ୍ବପତ୍ରକୁ ବାଛି ଧୋଇ ଚୂନ ଚୂନ କରି କାଟି ଗ୍ରାଇଣ୍ଡ କରି ରଖନ୍ତୁ ।   ପରିବାକୁ ଧୋଇ ଖଣ୍ଡ ଖଣ୍ଡ କରି କାଟନ୍ତୁ   ସୋରିଷ ଓ କଞ୍ଚା  ଲଙ୍କାକୁ ବାଟି ରଖନ୍ତୁ ।  ଏବେ କରେଇରେ ଅଧା ତେଲ ଗରମ କରି ବଟା ନିମ୍ବ ପତ୍ରକୁ ଢାଳି ଲୁଣ ଓ ହଳଦୀ  ପକାଇ ସନ୍ତୁଳି ଗୋଟେ ପାତ୍ରରେ କାଢି ରଖନ୍ତୁ ।  ପୁଣି କରେଇରେ ତେଲ ଗରମ କରି ଫୁଟଣ ଫୁଟାଇ ଏଥିରେ କଟା ପରିବା ପକାଇ ଲୁଣ ଓ ହଳଦୀ ପକାଇ ଢାଙ୍କି ଢାଙ୍କି ରାନ୍ଧନ୍ତୁ ।  ପରିବା ଅଧା ସିଝି ଆସିଲେ ନିମ୍ବ ପତ୍ର ସନ୍ତୁଳା ଓ ବଟା ସୋରିଷ ପକାଇ ଗୋଳାନ୍ତୁ ଆବଶ୍ୟକ ହେଲେ ଅଳ୍ପ ପାଣି ଦିଅନ୍ତୁ ।  ୫-୬ ମିନିଟ ଢାଙ୍କି ରାନ୍ଧିବା ପରେ କରେଇରେ ଖେଳେଇ ଖେଳେଇ ୫ ମିନିଟ ଧୀର ଆଞ୍ଚରେ ରାନ୍ଧନ୍ତୁ ।  
ନିମ୍ବ ପତ୍ରର ଏହି ତରକାରୀ ଖୁବ ସୁଆଦିଆ ଓ ଦେହ ପାଇଁ ହିତକର    

Jul 1, 2019

କାଜୁ ପଲାଉ – Cashew Palao


କାଜୁ ପଲାଉ  Cashew Palao
ପ୍ରସ୍ତୁତି ସାମଗ୍ରୀ-

କଞ୍ଚା ମଟର ୧ କପ , ବସୁମତୀ ଚାଉଳ ୫ କପ, ଛେନା ୧ କପ , ବଡ ଆଳୁ ୩ ଟି , ପିଆଜ ୪/୫ ଟି, ୧ କପ ରିଫାଇନ ତେଲ, ଏବଂ ଲୁଣ , ଗୋଲମରିଚ, ଜୀରା , ଗୁଜରାତି ଓ ଡାଲଚିନି ।

ପ୍ରଣାଳୀ -

ପ୍ରଥମେ ଛେନାରେ ଲୁଣ, ମଇଦା ଅଳ୍ପ ଦେଇ ଭଲ ଭାବେ ଚକଟି ଛୋଟ ଛୋଟ ବରା କରି ଭାଜି ରଖନ୍ତୁ ।  ଆଳୁ ଲମ୍ବା ଲମ୍ବା କରି ଭାଜି ରଖନ୍ତୁ ଓ ପିଆଜ ମଧ୍ୟ ଭାଜି ରଖନ୍ତୁ । 
ଏବେ କରେଇରେ ତେଲ ଦେଇ ଜୀରା ଓ ଗୋଲମରିଚ , ଡାଲଚିନି ଭାଜନ୍ତୁ ଓ ପରେ ଏଥିରେ ମଟର ଓ ଚାଉଳ ପକାଇ ଭାଜନ୍ତୁ ।  ଭାଜି ହୋଇଗଲେ ପାଣି ଦେଇ ଫୁଟାନ୍ତୁ ଓ ଅଳ୍ପ ଲୁଣ ଦିଅନ୍ତୁ ।  ଭାତ ହୋଇ ଆସିଲେ ସେଥିରେ ଗୁଜରାତି ଗୁଣ୍ଡ ଦିଅନ୍ତୁ ଓ ଛେନା ବରା, ଭଜା କାଜୁ ପକାଇ ଅଳ୍ପ ଗୋଳାଇ ଢାଙ୍କି ଦିଅନ୍ତୁ ।  

ଏହାପରେ ଆଞ୍ଚରୁ ବାହାର କରି ଭଜା ପିଆଜ ଓ ଆଳୁ ଭଜା ଦେଇ  ଖାଇବାକୁ ପରସନ୍ତୁ