* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Oct 1, 2019

ବିରି ଲଡୁ - Black daal Laddu


ବିରି ଲଡୁ - Black daal Laddu
ପ୍ରସ୍ତୁତି ସାମଗ୍ରୀ-

ବିରି ୨୫୦ ଗ୍ରାମ, ସୁଜି ୫୦ ଗ୍ରାମ, ପାନମଧୁରୀ ଅଳ୍ପ, ଛାଣିବା ପାଇଁ ଘିଅ, ପାଚିଲା କଦଳୀ ୨ଟି , ଲୁଣ ଆବଶ୍ୟକ ଅନୁସାରେ ।

ପ୍ରଣାଳୀ

ବିରିକୁ କିଛି ସମୟ ବତୁରାଇ ଧୋଇ ଚିକ୍କଣ କରି ବାଟି ରଖନ୍ତୁ । ଏଥିରେ ପାନମଧୁରୀ, ଗୁଡ, ଲୁଣ ପକାଇ ଭଲଭାବେ ଗୋଳାଇ ମିଶାନ୍ତୁ । ପାଚିଲା କଦଳୀ ୨ଟି ଚକଟି ମିଶାଇ ଦିଅନ୍ତୁ ।  ଏହାକୁ ଲଡୁ ଆକାରରେ କରି ରଖନ୍ତୁ । ଏବେ କରେଇରେ ଘିଅ ଗରମ କରି ଛାଣି ନିଅନ୍ତୁ । ଏବେ ପ୍ରସ୍ତୁତ ଆପଣଙ୍କ ବିରି ଲଡୁ ।   ଏହାକୁ ଥଣ୍ଡା ହେଇଆସିଲେ ଖାଇବାକୁ ଦିଅନ୍ତୁ ।  

Sep 16, 2019

ଚୁଡା ପିଠା– Flattened Rice Pithaa


ଚୁଡା ପିଠା  Flattened Rice Pithaa
ପ୍ରସ୍ତୁତି ସାମଗ୍ରୀ-

ଚୁଡା ୫୦୦ ଗ୍ରାମ, ଦହିଛେନା ୧୦୦ ଗ୍ରାମ, ନଡିଆ ୧ଟା, ମଇଦା ୨-୩ ଚାମଚ, ଚିନି ୧୦୦ ଗ୍ରାମ, ପାନମଧୁରୀ  ୧ ଚାମଚ, ଛାଣିବା ପାଇଁ ରିଫାଇନ ତେଲ, ଅଳେଇଚ ଗୁଣ୍ଡ ଅଧା ଚାମଚ, ଲୁଣ ଆବଶ୍ୟକ ଅନୁସାରେ ।

ପ୍ରଣାଳୀ

ପ୍ରଥମେ ଚୁଡାକୁ ଧୋଇ ଅଳ୍ପ ପାଣିରେ ଭିଜାଇ ରଖନ୍ତୁ ।  ଏବେ ଏଥିରେ ମଇଦା, ଲୁଣ, ପାନମଧୁରୀ ପକାଇ ଚକଟି ଦିଅନ୍ତୁ ।   ନଡିଆ କୋରି, ଛେନା ଓ ଚିନି ମିଶାଇ ପୁର ପ୍ରସ୍ତୁତ କରି ରଖନ୍ତୁ । ପୁରରେ ଅଳେଇଚ ଗୁଣ୍ଡ ମିଶାଇ ଏହି ପିଠା ମଝିରେ ଦିଅନ୍ତୁ । କରେଇରେ ତେଲ ଗରମ କରି ଏହି ପିଠାଗୁଡିକୁ ଛାଣି ଦିଅନ୍ତୁ ।  ଏବେ  ପ୍ରସ୍ତୁତ ଆପଣଙ୍କ ଚୁଡାପିଠା ।   ଏହାକୁ ଗରମ ଗରମ ଖାଇବାକୁ ଦିଅନ୍ତୁ ।

Sep 1, 2019

ମୁଗ ଡାଲି ଗାଜର – Mung dal - Carrot


ମୁଗ ଡାଲି ଗାଜର   Mung dal - Carrot

ପ୍ରସ୍ତୁତି ସାମଗ୍ରୀ-

ମୁଗ ଡାଲି ୨ କପ, କଞ୍ଚା ଲଙ୍କା ୩ ଟି, ଟମାଟୋ ୨ ଟି , ତେଲ ୨ ଚାମଚ, ଗାଜର କୋରା ୧ କପ , କଟା ଧନିଆ ପତ୍ର ୧ କପ , ଚୂନ ଚୁନ କଟା ପିଆଜ ୩ ଟି  

ପ୍ରଣାଳୀ

ପ୍ରଥମେ ମୁଗ ଡାଲିକୁ  ଦର ସିଝା କରି ରଖନ୍ତୁ ।  ଏବେ ତେଲ ଗରମ କରି ସୋରିଷ ଫୁଟାନ୍ତୁ ଓ ପିଆଜ ଦିଅନ୍ତୁ । 
ଏହା ପରେ ଡାଲି , କୋରା ଗାଜର , କଞ୍ଚା ଲଙ୍କା ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ।  ଏବେ ଏଥିରେ କଟା ଧନିଆ ପତ୍ର ପକାଇ ଗରମ ଗରମ ପରସନ୍ତୁ  

Aug 16, 2019

ବିରି –ଚାଉଳ ଗୁଲଗୁଲା – Black Dal- Rice flour Gulgula


ବିରି –ଚାଉଳ ଗୁଲଗୁଲା    Black Dal- Rice flour Gulgula


ପ୍ରସ୍ତୁତି ସାମଗ୍ରୀ-

ବିରି – ୨୦୦ ଗ୍ରାମ, ଚାଉଳ ଚୂନା – ୧୦୦ ଗ୍ରାମ, ଗୁଡ ୧୦୦ ଗ୍ରାମ, ପାନମହୁରି  ଅଳ୍ପ, ତେଲ ଛାଣିବା ପାଇଁ ।


ପ୍ରଣାଳୀ

ପ୍ରଥମେ ବିରିକୁ  କିଛି ସମୟ ଭିଜାଇ ଚିକ୍କଣ କରି ବାଟି ରଖନ୍ତୁ। ଏବେ ଏଥିରେ ଚାଉଳ ଚୂନା ଗୋଳାଇ ରଖନ୍ତୁ  ଦେଖିବେ ଯେପରି ମିଶ୍ରଣ ପାଣିଆ ନ ହୁଏ ।  ଏଥିରେ ଗୁଡ , ପାନମହୁରି  ଗୋଳାଇ ଦିଅନ୍ତୁ ।  ଏବେ କଡେଇରେ  ତେଲ ଗରମ କରି ଗୋଲ ଗୋଲ କରି ଗୁଲଗୁଲା ଛାଣି ଦିଅନ୍ତୁ ।