* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Jan 1, 2019

ଅମୃତଭଣ୍ଡା ପୋସ୍ତ ତରକାରୀ – Papaya Posta curry


ଅମୃତଭଣ୍ଡା ପୋସ୍ତ ତରକାରୀ – Papaya Posta curry

ଆବଶ୍ୟକ ସାମଗ୍ରୀ: 

ଅମୃତଭଣ୍ଡା ୧ କିଲୋ , ଜୀରା ୧ ଚାମଚ , ରିଫାଇନ ତେଲ ୪ ଚାମଚ , ପୋସ୍ତ ୧ କପ , କଞ୍ଚା ଲଙ୍କା ୧୦ ଟି , ଲୁଣ ଓ ହଳଦୀ ଆବଶ୍ୟକ ଅନୁସାରେ 


ପ୍ରସ୍ତୁତି  ପ୍ରଣାଳୀ  :

ପ୍ରଥମେ ଅମୃତଭଣ୍ଡା ଚୋପା ଛଡାଇ ପତଳା ଓ ଛୋଟ ଛୋଟ କରି କାଟି ରଖନ୍ତୁ    ପୋସ୍ତ ଓ କଞ୍ଛା ଲଙ୍କା ବାଟି ରଖନ୍ତୁ ।  ଏବେ କରେଇରେ ତେଲ ଦେଇ ଗରମ କରି ଜୀରା ଫୁଟାନ୍ତୁ । ଏବେ ଏଥିରେ କଟା ଅମୃତଭଣ୍ଡା  ପକାଇ ଲୁଣ , ହଳଦୀ ପକାଇ ଭଲଭାବେ ଗୋଳାଇ ଢାଙ୍କୁଣୀ ଦେଇ ସିଝାନ୍ତୁ ।  କମ ନିଆଁରେ ରଖି ଅମୃତଭଣ୍ଡା ସିଝିଗଲା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ।  

ଏବେ ଏଥିରେ ପୋସ୍ତ ବଟା ଦେଇ ଗୋଳାଇ ୨ ମିନିଟ ଛାଡି ଦିଅନ୍ତୁ    ଏବେ ଆପଣଙ୍କ  ଅମୃତଭଣ୍ଡା ପୋସ୍ତ ପ୍ରସ୍ତୁତ ।  ଏହା ବହୁତ କମ ଖର୍ଚ୍ଚରେ ଓ କମ ସମୟରେ ହୋଇଥାଏ । 

Dec 16, 2018

ମୂଳା ଭୁଜିଆ – Radish Bhujia

ମୂଳା ଭୁଜିଆ – Radish Bhujia

ଆବଶ୍ୟକ ସାମଗ୍ରୀ: 

ସିଝା ହୋଇ ଚକଟା ମୂଳା ୪/୫ ଟି, ଚୂନା ଚୂନା କଟା ପିଆଜ ୨/୩ ଟି , ରସୁଣ ଛେଚା ୧ ଚାମଚ, ଲଙ୍କା, ଧନିଆ  ଓ ହଳଦୀ ଗୁଣ୍ଡ , ଜୀରା , ହେଙ୍ଗୁ , କଟା ଧନିଆ ପତ୍ର ଅଳ୍ପ , ଆବଶ୍ୟକ ଅନୁସାରେ ଲୁଣ ଓ ତେଲ ।


ପ୍ରସ୍ତୁତି  ପ୍ରଣାଳୀ  :

ପ୍ରଥମେ ଏକ ପ୍ୟାନରେ  ତେଲ ଗରମ କରି ସେଥିରେ ଜୀରା ଫୁଟାନ୍ତୁ ।  ଅଳ୍ପ ହେଙ୍ଗୁ ପକାଇ ପିଆଜ , ରସୁଣ ପକାଇ ଭଲ ଭାବେ କଷି ଦିଅନ୍ତୁ ।   ଏବେ  ସେଥିରେ  ଲୁଣ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ହଳଦୀ ଗୁଣ୍ଡ ମିଶାଇ କିଛି ସମୟ ଭାଜନ୍ତୁ ।  

ଏବେ  ଏଥିରେ ଚକଟା ଯାଇଥିବା ମୂଳା ପକାଇ ତେଲ ଛାଡିବା ପର୍ଯ୍ୟନ୍ତ  ଭାଜନ୍ତୁ ।   ୩/୪ ମିନିଟ ଭାଜିବା ପରେ  ଏଥିରେ ଧଣିଆପତ୍ର ଓ ଆମ୍ଚୁର ଗୁଣ୍ଡ ପକାଇ ଭଲଭାବେ ମିଶାନ୍ତୁ ।  ଏହାକୁ ରୁଟି ବା ପରଟା ସହିତ  ଗରମ ଗରମ ପରସନ୍ତୁ  ।  ଏହା ସୁଆଦିଆ ଓ ପୁଷ୍ଟିକର ମଧ୍ୟ  
 

Dec 1, 2018

ଆଳୁ ମଟର ଚରଣ – Patato Peas curry


ଆଳୁ ମଟର ଚରଣ Patato Peas curry

ଆବଶ୍ୟକ ସାମଗ୍ରୀ: 

ମଟର ୨ କପ , କଞ୍ଚା ଲଙ୍କା ୫ଟି, ଆଳୁ ୪ ଟି, ଲୁଣ ଓ ହଳଦୀ ଆବଶ୍ୟକ ଅନୁସାରେ,  ସୋରିଷ ତେଲ ୨ ଚାମଚ, ଫୁଟଣ ୧ ଚାମଚ


ପ୍ରସ୍ତୁତି  ପ୍ରଣାଳୀ  :

ପ୍ରଥମେ ଆଳୁରୁ ଚୋପା ଛଡାଇ ଟିକି ଟିକି ଖଣ୍ଡ କରି କାଟି ରଖନ୍ତୁ ।  କଞ୍ଚା ଲଙ୍କାକୁ ମଧ୍ୟ ଛୋଟ ଛୋଟ କରି କାଟି ରଖନ୍ତୁ  ଏବେ ଏକ କରେଇ ଗରମ କରି ସେଥିରେ ତେଲ ଦେଇ ଫୁଟଣ ପକାଇ ଆଳୁ ଓ କଟା କଞ୍ଚା ଲଙ୍କା ପକାନ୍ତୁ ।  ଲୁଣ ଓ ହଳଦୀ ଆବଶ୍ୟକ ଅନୁସାରେ ପକାଇ  ପାଣି ଦିଅନ୍ତୁ ।   ଏହାକୁ ଢାଙ୍କୁଣୀ ଢାଙ୍କି ଦେଇ ସିଝାନ୍ତୁ । 

ଆଳୁ ମଟର ସିଝିଗଲେ ଓ ପାଣି ସୁଖି ଆସିଲେ ଆଞ୍ଚରୁ ବାହାର କରି ରଖନ୍ତୁ । ଏବେ ପ୍ରସ୍ତୁତ ଆପଣଙ୍କ ମନପସନ୍ଦ ଆଳୁ ମଟର ଚରଣ ।   ଏହା ଚଟାପଟ ଓ ଚଟପଟା ମଧ୍ୟ ।