ଛେନା ପାଳଙ୍ଗ- Panir Spinach
ପ୍ରସ୍ତୁତି ସାମଗ୍ରୀ :
ପାଳଙ୍ଗଶାଗ ୫୦୦
ଗ୍ରାମ , ଛେନା ୨୦୦ ଗ୍ରାମ ,
ଟମାଟୋ ୧ ଟି ,
ବଡପିଆଜ ୧ ଟି ,
ରସୁଣ ୫ ପାଖୁଡା ,
ତେଲ ୪/୫ ଚାମଚ ,
[ଲୁଣ , ହଳଦୀ , ଲଙ୍କାଗୁଣ୍ଡ , ଧନିଆପତ୍ର , ଗରମମସାଲା ] ଦରକାର ଅନୁଯାଇ ।
ପ୍ରଣାଳୀ
:
ପ୍ରଥମେ ପାଳଙ୍ଗକୁ
ଧୋଇ କାଟି ସିଝେଇ ନେବେ ଓ
ଶିଳରେ ବାଟିନେବେ । ପିଆଜ , ଅଦା , ରସୁଣ
ଭଲଭାବରେ ବାଟିନେବେ । ଛେନାକୁ ଭଲଭାବରେ ଚକଟି
ସେଥିରେ ଲୁଣ ,
ଲଙ୍କାଗୁଣ୍ଡ ମିଶାନ୍ତୁ ଏବଂ
ଏହାକୁ ଅଳ୍ପ ତେଲରେ ଭାଜି
ରଖନ୍ତୁ । ଏହାପରେ ତେଲ
ଗରମ କରି ମସଲା
ଭାଜନ୍ତୁ ।
ଏଥିରେ ଧନିଆଗୁଣ୍ଡ ,
ଲଙ୍କାଗୁଣ୍ଡ ଦିଅନ୍ତୁ । ଟମାଟୋ
ପକାଇ ଭାଜନ୍ତୁ ଏବଂ ବଟା
ପାଳଙ୍ଗଶାଗ ପକେଇ ମିଶାନ୍ତୁ । ଫୁଟାପାଣି , ଦୁଧ
୨ ଚାମଚ ଓ ଗରମମସଲା
ଦିଅନ୍ତୁ । ଫୁଟିଲାବେଳକୁ ଭଜା ଛେନା
ପକେଇ ମିଶାନ୍ତୁ । ୧୦/୧୫
ମିନିଟ ଫୁଟିଲା ପରେ ଚୁଲାରୁ
କାଢି ଦିଅନ୍ତୁ ।