* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Feb 10, 2017

ସଜନା ଶାଗ ଛତୁ ଠୁକଠୁକା – Drumstick Leaves Mushroom Thukthukaa

ସଜନା ଶାଗ ଛତୁ ଠୁକଠୁକା – Drumstick Leaves Mushroom Thukthukaa

ପ୍ରସ୍ତୁତି  ସାମଗ୍ରୀ – 

୩ କପ ସଜନା ଶାଗ , ୨୫୦ ଗ୍ରାମ ଛତୁ, ୧ ଚାମଚ ଜୀରା , ୨ ଟି ଆଳୁ, ୨ ଛୁଟ ଚାମଚ ସୋରିଷ, ୪/୫ କୋଲା ଛଡା ରସୁଣ, ଫୁଟାଇବା ପାଇଁ  ସୁରିଷ ତେଲ , ଶୁଖିଲା ଲଙ୍କା ୨ ଟି , ସ୍ଵାଦ ଅନୁସାରେ ହଳଦୀ ଗୁଣ୍ଡ ଓ ଲୁଣ  ।  

ପ୍ରଣାଳୀ –
ସଜନା ଶାଗ ଛତୁ ଠୁକଠୁକା – Drumstick Leaves Mushroom Thukthukaa


ପ୍ରଥମେ ସଜନା ପତ୍ରକୁ ଡେମ୍ଫରୁ ଅଲଗା କରି ସଫା କରି ରଖନ୍ତୁ । ଛତୁକୁ ସଫା କରି ଲୁଣ ହଳଦୀ ପକାଇ ଭାଜି ରଖନ୍ତୁ । ଏବେ ସବୁ ମସଲକୁ ଏକାଠି ଭଲଭାବେ ବାଟି ରଖନ୍ତୁ । ଏଥର କଡେଇ ଗରମ କରି ଜୀରା ଶୁଖିଲା ଲଙ୍କା ଫୁଟେଇ ବଟା ମସଲା ଦେଇ କଟା ଆଳୁ ଓ ଲୁଣ ଏବଂ ହଳଦୀ ଦେଇ ଢାଙ୍କୁଣୀ ଘୋଡାଇ ଦିଅନ୍ତୁ । ଏହାପରେ ସିଝି ଆସିଲା ବେଳକୁ ଭଜାଛତୁ ପକାଇ ଅଳ୍ପ ପାଣି ଦେଇ ପୁଣି ଢାଙ୍କୁଣୀ ଘୋଡାଇ ରଖନ୍ତୁ । ଏବେ ଆଞ୍ଚ କମ କରି କିଛି ସମୟ ଛାଡି ଦିଅନ୍ତୁ । ଏହା  ଜୁକୁଜୂକିଆ  ହୋଇ ଆସିଗଲେ ସଜନା ଶାଗ ପକାଇ ଅଳ୍ପ ସମୟ ପରେ ଆଞ୍ଚରୁ ଓହ୍ଲାଇ ରଖନ୍ତୁ । ନଜର ଦେବେ ଯେପରି ସଜନା ଶାଗ ବେଶୀ ସିଝି ନ ଯାଏ । ଏହା ଅଧିକ ପୃଷ୍ଟିକର ଓ ସବୁ ବେଳେ କରି ଖାଇ ପାରିବେ । 

No comments:

Post a Comment