* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Sep 20, 2016

ନଡିଆ –ଦହି ଘାଣ୍ଟ ତରକାରୀ -COCONUT CURD MIX CURRY

ନଡିଆ –ଦହି ଘାଣ୍ଟ ତରକାରୀ -COCONUT CURD MIX CURRY

ପ୍ରସ୍ତୁତି  ସାମଗ୍ରୀ – 

 କୋରା ନଡିଆ ୪ କପ, ୨ ବା ୩ ଟି କଞ୍ଚା ଲଙ୍କା ,ଅଦା ବଡ ଖଣ୍ଡେ , ୩ ଚାମଚ ଜିରା , ୩ କପ ଦେଶୀ ଫେଣ୍ଟା ଖଟା ଦହି , ୩ କପ ପାଣି ,୫୦୦ ଗ୍ରାମ ଦେଶୀ ଆଳୁ ,୫୦୦ ଗ୍ରାମ ପାଣିକଖାରୁ , ୪ ଟି କଞ୍ଚା କଦଳୀ , ୪ ବା ୫ ଟି ସଜନା ଛୁଇଁ , ୨୫୦ ଗ୍ରାମ କଖାରୁ , ୧୦୦ ଗ୍ରାମ ଶିମ୍ବ , ସ୍ଵାଦ ଅନୁସାରେ ପ୍ରାୟ ୬ ଚାମଚ ଲୁଣ , ୩ ଡାଳ ଭୃଶଙ୍ଗା ପତ୍ର , ୪ ବା ୫ ଚାମଚ ହଳଦୀ ଗୁଣ୍ଡ , ୪ ଚାମଚ ଦେଶୀ ଘିଅ 

ପ୍ରଣାଳୀ  -

ନଡିଆ, ଲଙ୍କା ଜିରା ଅଳ୍ପ ପାଣି ଦେଇ ଭଲ ଭାବରେ ବାଟି ଦିଅନ୍ତୁ ଏଥିରେ ଦହି , ଅଦା ଛେଚା ମିଶାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ ନଡିଆ ବଟା ,ଭୃଶଙ୍ଗା ପତ୍ର ଓ ଘିଅ ବ୍ୟତୀତ ସମସ୍ତ ସାମଗ୍ରୀ ମିଶାଇ ଗୋଟିଏ ସିଟି ପର୍ଯ୍ୟନ୍ତ ପ୍ରେସରରେ ବସାଇ ଦିଅନ୍ତୁ ୧ ଟି ସିଟି ପରେ ସଙ୍ଗେ ସଙ୍ଗେ ହୁଇସିଲ ଖୋଲି ଦିଅନ୍ତୁ ଏଥିରେ ନଡିଆ ବଟା , ଭୃଶଙ୍ଗା ପତ୍ର ଓ ଘିଅ ମିଶାଇ ଭଲ ଭାବେ ଘାଣ୍ଟି ଦିଅନ୍ତୁ ଆଞ୍ଚରେ ବସେଇ ଫୁଟି ଆସିବା ପର୍ଯ୍ୟନ୍ତ ରଖି ଆଞ୍ଚ କମେଇ ୨ /୩ ମିନିଟ ଧୀରେ ଧୀରେ ଫୁଟିବାକୁ  ଦିଅନ୍ତୁ ଏହାପରେ ଅନ୍ୟ ଏକ ପାତ୍ରକୁ କାଢି ଦିଅନ୍ତୁ ଓ ଉପରେ ଘିଅ ଦିଅନ୍ତୁ ଭୃଶଙ୍ଗା ପତ୍ର ଓ ଘିଅ ଗରମ ଗରମ ଖାଇବାକୁ ପରଷନ୍ତୁ  ।