ଭୁରୁଶୁଙ୍ଗା ପତ୍ର ସୁପ୍-Curry Leaf (Karipatta) Soup
ପ୍ରସ୍ତୁତି ସାମଗ୍ରୀ –
ଭୁରୁଶୁଙ୍ଗା ପତ୍ର ୧୦୦ ଗ୍ରାମ , ଧନିଆ ପତ୍ର ୧ ବିଡା , ଦୁଧ ୨ କପ , ସାଗୁ ୨ ଚାମଚ , ଲୁଣ ସ୍ଵାଦ ଅନୁସାରେ , ବଟର ୨ ଚାମଚ ।
ପ୍ରଣାଳୀ -
ଭୁରୁଶୁଙ୍ଗା ପତ୍ର ବାଟି ରଖନ୍ତୁ । ସାଗୁ ଦାନାକୁ ଫୁଟେଇ ରଖନ୍ତୁ । ପତ୍ର ବଟା ଓ
ମସଲାକୁ ପ୍ରେସରକୁକରରେ ରଖନ୍ତୁ । ଏଥିରେ ଦୁଧ ଓ ବଟର ଦେଇ ଫୁଟାଇ ଦିଅନ୍ତୁ
। ଭଲଭାବେ
ଫୁଟି ଗଲେ ଛାଙ୍କି ନେବେ । ଖଦଡା ଅଂଶ ବାହାରି ଯିବ । ଏହି ସୂପ ସହିତ ରନ୍ଧା ସାଗୁକୁ ପକାଇ ଭଲଭାବେ ମିଶାଇ
ଦେବେ । ଏବେ ପ୍ରସ୍ତୁତ ଆପଣଙ୍କ ଉପାଦେୟ ଓ
ସ୍ଵାସ୍ଥ୍ୟକର କମ ଖର୍ଚ୍ଚରେ ବଢିଆ ଗରମ ଗରମ ସୂପ । ଏହା ପ୍ରତ୍ୟେକ ଦିନ ନେଇପାରିବେ ।