ଗୋଟା ବାଇଗଣ ଖଟା ମେଥି –BRINJAL METHI
ସାମଗ୍ରୀ:-
ବାଇଗଣ ୫ ଟି , ବୁଟ ଡାଲି ୨ ଚାମଚ , ଚୋପା ଛଡା ବିରି ଡାଲି ୧ ଚାମଚ , ମେଥି ୧ ଚାମଚ , ବେସନ , ଜୀରା , ଲୁଣ , ହଳଦୀ , ଚାଉଳ ଚୂନା , ଶୁଖିଲା ଲଙ୍କା , ତେଲ ଆବଶ୍ୟକ ଅନୁସାରେ ।
ସାମଗ୍ରୀ: -
ସର୍ବପ୍ରଥମେ ବାଇଗଣକୁ ମଝି ଫାଳ କରି ଲୁଣ
ପାଣିରେ ସିଝେଇ ରଖନ୍ତୁ । ବାଇଗଣର ଭିତର ଅଂଶ ଚାମଚରେ ଧୀରେ କୋରି
କାଢି ଦିଅନ୍ତୁ । ବୁଟ ଡାଲି ,ମେଥି , ବିରିଡାଲି , ଜୀରା , ଲଙ୍କା ଭାଜି ଗୁଣ୍ଡ କରି ନିଅନ୍ତୁ । ଏହି
ଗୁଣ୍ଡରେ ବାଇଗଣର ଭିତର ଅଂଶ ପକାଇ ଚକାଟନ୍ତୁ । ଆଳୁ ଚକଟା ମିଶାଇ ମଧ୍ୟ କରି ପାରିବେ । ବାଇଗଣ
ଭିତରେ ଏହି ପୁରା ଦେଇ ବେସନ ବୁଡେଇ ତାୱାରେ ଆଞ୍ଚ କମ କରି ଭାଜନ୍ତୁ । ରୁଚି
ଅନୁସାରେ ଏଥିରେ ସାମାନ୍ୟ ତେନ୍ତୁଳୀ ରସ ଦେଇ ପ୍ରସ୍ତୁତ କଲେ ସ୍ଵାଦ ବଢି ଥାଏ । ଏବେ ପ୍ରସ୍ତୁତ
ଆପଣଙ୍କ ଗୋଟା ବାଇଗଣ ଖଟା ମେଥି ।
No comments:
Post a Comment