ଓଟ୍ ଆଇସ୍କ୍ରିମ - Oats Ice-Cream
ସାମଗ୍ରୀ:
୩ ଚାମଚ ଓଟ୍ , ୧/୪ କପ କଟା ଫଳ , ଚିନି ସ୍ଵାଦ ଅନୁସାରେ , ୧/୨ କପ ଗରମ ପାଣି କିମ୍ବା କ୍ଷୀର
ପ୍ରଣାଳୀ:
ଏକ ପାତ୍ରରେ ଓଟ୍ ନେଇ ଆବଶ୍ୟକ ଗରମ ପାଣି ନିଅନ୍ତୁ | ମନେରଖନ୍ତୁ ଅଧିକ ପାଣି ଯେପରି ନ ହୁଏ | ଏହାକୁ ଭଲ ଭାବରେ ମିଶାଇ ବାହାର କରି ରଖନ୍ତୁ | ଥଣ୍ଡା କରନ୍ତୁ ଯେପରି ପାଣି ପୁରା
ମରିଯାଏ | ଏକ ବ୍ଲେଣ୍ଡର ବା
ମିକ୍ସର ରେ ଓଟ୍ ଓ ୧/୨ କପ ଫଳ ପସନ୍ଦ ଅନୁସାରେ ଓ
ଚିନି ଆବଶ୍ୟକ ଅନୁସାରେ ନେଇ ଭଲଭାବରେ ପେଷ୍ଟ କରନ୍ତୁ | ଏହି ପେଷ୍ଟକୁ ଏକ ଏୟାର ଟାଇଟ ପାତ୍ରରେ
ରଖି ଫ୍ରିଜରେ ୧ ବା ୨ ଘଣ୍ଟା ରଖନ୍ତୁ ଯେପରି ପେଷ୍ଟ ସେଟ ହୋଇଯିବ | ଏହାପରେ ଫ୍ରିଜରୁ ବାହାର କରି ପରସନ୍ତୁ ଓ ଷ୍ଟ୍ରାୱବେରୀ
ବା ଏପଲ ଫ୍ଳେଭୋର ଦେଇ ସଜାନ୍ତୁ ଏବଂ ମଜା ନିଅନ୍ତୁ |
No comments:
Post a Comment