ଛତୁ ପଲଉ–Mushroom Palao
ଆବଶ୍ୟକ ସାମଗ୍ରୀ :
୫୦୦ ଗ୍ରା .
ବାସୁମତୀ ଚାଉଳ ,
୧୦୦ ଗ୍ରା . ଛତୁ , ୨ ଟି ବଡ
ପିଆଜ , ୧ ଟି ଛୋଟ
କ୍ୟାପସିକମ , ୧
ଛୋଟ ଚାମଚ
କଟା ଅଦା ,
୪ ଟି କଟା କଞ୍ଚାଲଙ୍କା ,
୭ ଟି ଗୋଟା ଗୋଲମରିଚ , ଅଳ୍ପ ଗୋଲମରିଚ
ଗୁଣ୍ଡ , ଗୋଟେ ଲେମ୍ବୁର
ରସ , ୨ ବଡ ଚାମଚ
ଦେଶୀ ଘିଅ ଏବଂ ଆବଶ୍ୟକ
ଅନୁଯାୟୀ ଲୁଣ |
ପ୍ରସ୍ତୁତ ପ୍ରଣାଳୀ
:
ଚାଉଳକୁ ଧୋଇ
ପାଣିରେ ୧୦
ମିନିଟ ବତୁରାଇ ରଖନ୍ତୁ
|
ଛତୁକୁ ଛୋଟଛୋଟ କାଟି
ଧୋଇ ଚିପୁଡିବା ପରେ
କଡେଇରେ ଅଳ୍ପ ତେଲ
ଦେଇ ଭାଜି ରଖନ୍ତୁ
|
ଡେକଚିରେ ଘିଅ ଗରମ
କରି କଟା ପିଆଜ ,
କଟା କଞ୍ଚାଲଙ୍କା ,
ଗୋଟା ଗୋଲମରିଚ , କଟା ଅଦା
ପକାଇ ଅଳ୍ପ ସମୟ
ଭାଜନ୍ତୁ | ଏବେ କ୍ୟାପସିକମ
ଓ ଛତୁ ପକାଇ
ଅଳ୍ପ ସମୟ ଭାଜି
ଚାଉଳ ପକାନ୍ତୁ | ଭଲଭାବରେ ଗୋଳାଇ
ଚାଉଳର ୨ ଗୁଣା ପାଣି ,
ଆବଶ୍ୟକ ଅନୁସାରେ ଲୁଣ
ପକାଇ ଢାକୁଣୀ ଘୋଡାଇ
ଧିମା ଆଞ୍ଚରେ ଭାତ
ହେବା ଯାଏ ରାନ୍ଧନ୍ତୁ
| ଭାତ
ଅଧା ହୋଇଗଲେ ଗୋଲମରିଚ ଗୁଣ୍ଡ , ଲେମ୍ବୁରସ
ଓ ଦେଶୀ ଘିଅ
ପକାଇ ଢାଙ୍କୁଣି ଘୋଡାଇ
ଧିମା ଆଞ୍ଚରେ ୫
ମିନିଟ ବସାନ୍ତୁ | ଚୁଲିରୁ
ଓହ୍ଲାଇ ଭଲଭାବରେ ଗୋଳାଇ
ପରିବେଷଣ କରନ୍ତୁ ଛତୁ
ପଲଉ |
No comments:
Post a Comment