କଲରା ଲକେଇ – Curry with Bitter -Gourd
ଆବଶ୍ୟକ ସାମଗ୍ରୀ :
୨୫୦ ଗ୍ରାମ କଲରା, ୧୫୦ ଗ୍ରା. ଗୁଡ, ୧୦୦ ଗ୍ରା. ତେନ୍ତୁଳୀ, ୧ ଚାମୁଚ ପଞ୍ଚଫୁଟଣ, ୮ / ୧୦ ଟି ଭୁସୁଙ୍ଗପତ୍ର, ୪ ଟି ଶୁଖିଲା ଲଙ୍କା, ସୋରିଷ ତେଲ ଓ ଆବଶ୍ୟକ ଅନୁଯାୟୀ ଲୁଣ |
ପ୍ରସ୍ତୁତ ପ୍ରଣାଳୀ :
ପ୍ରଥମେ ଚେକି ଚେକି କରି କଲରାକୁ କାଟି ଧୋଇ ରଖନ୍ତୁ | କଡେଇରେ ତେଲ ଗରମକରି ସେଥିରେ ଲଙ୍କା , ଫୁଟଣ ଓ ଭୁସୁଙ୍ଗ ପତ୍ର ପକାଇ ଭାଜନ୍ତୁ | ଫୁଟଣ ଭଲ ଭାବେ ଫୁଟିଲାପରେ କଲରା ପକାଇ କିଛି ସମୟ ଭାଜନ୍ତୁ | କଲରା ସିଝିଗଲା ପରେ ସେଥିରେ ତେନ୍ତୁଳୀ ରସ , ଗୁଡ , ଲୁଣ , ହଳଦୀ ପକାନ୍ତୁ | ପାଣିମରି ଅଳ୍ପ ରାସରସିଆ ଥିବା ଅବସ୍ଥାରେ ଚୂଳିରୁ କଡେଇ ଓହ୍ଲାଇ ଆଣନ୍ତୁ | ଏବେ ପ୍ରସ୍ତୁତ ହୋଇଗଲା କଲରା ଲକେଇ |
No comments:
Post a Comment