* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Feb 1, 2019

ଆଳୁ ନଡିଆ ଚଡଚଡି – Potato Coconut chadchadi


ଆଳୁ ନଡିଆ ଚଡଚଡି – Potato Coconut chadchadi

ଆବଶ୍ୟକ ସାମଗ୍ରୀ: 

ଆଳୁ  5 ଟି, ଅଦା  ଛୋଟ  ଖଣ୍ଡେ ,  କଞ୍ଚା ଲଙ୍କା ୨ ଟି, ତେଜ ପତ୍ର ୨ ଟି , ଜୀରା ଅଳ୍ପ  , ନଡିଆ କୋରା 1 କପ , ରିଫାଇନ ତେଲ    ଚାମଚ, ଲୁଣ ଓ ହଳଦୀ ଆବଶ୍ୟକ ଅନୁସାରେ ।  

ପ୍ରସ୍ତୁତି  ପ୍ରଣାଳୀ  :

ପ୍ରଥମେ ଆଳୁକୁ ଧୋଇ ଛୋଟ ଛୋଟ କରି କାଟି ରଖନ୍ତୁ ।  ଅଦା ଓ କଞ୍ଚା ଲଙ୍କା  ଛେଚି ରଖନ୍ତୁ ।  ଏବେ କରେଇରେ ତେଲ ଗରମ କରି ଜୀରା ଓ ତେଜପତ୍ର ଫୁଟାଇ ଆଳୁକୁ  ପକାଇ ଅଳ୍ପ ଭାଜନ୍ତୁ ।  ଆଳୁ ଅଳ୍ପ ଭାଜି ହେଲାପରେ ଏଥିରେ ଲୁଣ, ହଳଦୀ , ଅଳ୍ପ ପାଣି , ନଡିଆକୋରା , ଅଦା , କଞ୍ଚା ଲଙ୍କା ଛେଚା ପକାଇ ଭଲରେ ଗୋଳାଇ ଦିଅନ୍ତୁ ।  ଆଳୁ  ସିଝି ଆସିଲେ ଅଳ୍ପ ଅଳ୍ପ ପାଣି ଥିଲେ ତରକାରୀ ବାହାର କରି  ପରସନ୍ତୁ ।  

Jan 16, 2019

କଖାରୁ ଶାଗ ଭଜା – Pumpkin Spinach Fry




କଖାରୁ  ଶାଗ ଭଜା – Pumpkin Spinach Fry
ଆବଶ୍ୟକ ସାମଗ୍ରୀ: 

କଖାରୁ ଶାଗ ଡଙ୍କ -୩/୪ ଖଣ୍ଡ, କଖାରୁ ୨୦୦ ଗ୍ରାମ, ତେଲ ୨ ଚାମଚ , ଫୁଟଣ ୨ ଚାମଚ , କଞ୍ଚା ଲଙ୍କା ୨ ଟି , ଲୁଣ ଆବଶ୍ୟକ ଅନୁସାରେ 


ପ୍ରସ୍ତୁତି  ପ୍ରଣାଳୀ  :


ପ୍ରଥମେ କଖାରୁ  ଡଙ୍କକୁ ଧୋଇ ଛୋଟ ଛୋଟ କରି କାଟି ରଖନ୍ତୁ ।   ପତ୍ର ସବୁକୁ ଚୂନା ଚୂନା କରି କାଟି କାଟି ରଖନ୍ତୁ    କଖାରୁ ବଡ ବଡ କରି କାଟି ରଖନ୍ତୁ ।   ପ୍ରେସର କୁକରରେ  ଅଳ୍ପ ସମୟ ଡଙ୍କ, ପତ୍ର , କଖାରୁ  ଓ ଲୁଣ  ଦେଇ  ସିଝାନ୍ତୁ ।   

ପାଣି ଥିଲେ ଅଧିକ ନିଆଁ ଦେଇ ଶୁଖାନ୍ତୁ    ଏବେ  କରେଇରେ  ତେଲ ପକାଇ ଫୁଟଣ ଫୁଟାନ୍ତୁ । ଏଥିରେ କଟା ଲଙ୍କା ପକାଇ ଫୁଟାନ୍ତୁ ।   ଶାଗକୁ ବଘାରି ଦେଇ ଗରମ ଗରମ ଖାଇବାକୁ ଦିଅନ୍ତୁ ।

Jan 1, 2019

ଅମୃତଭଣ୍ଡା ପୋସ୍ତ ତରକାରୀ – Papaya Posta curry


ଅମୃତଭଣ୍ଡା ପୋସ୍ତ ତରକାରୀ – Papaya Posta curry

ଆବଶ୍ୟକ ସାମଗ୍ରୀ: 

ଅମୃତଭଣ୍ଡା ୧ କିଲୋ , ଜୀରା ୧ ଚାମଚ , ରିଫାଇନ ତେଲ ୪ ଚାମଚ , ପୋସ୍ତ ୧ କପ , କଞ୍ଚା ଲଙ୍କା ୧୦ ଟି , ଲୁଣ ଓ ହଳଦୀ ଆବଶ୍ୟକ ଅନୁସାରେ 


ପ୍ରସ୍ତୁତି  ପ୍ରଣାଳୀ  :

ପ୍ରଥମେ ଅମୃତଭଣ୍ଡା ଚୋପା ଛଡାଇ ପତଳା ଓ ଛୋଟ ଛୋଟ କରି କାଟି ରଖନ୍ତୁ    ପୋସ୍ତ ଓ କଞ୍ଛା ଲଙ୍କା ବାଟି ରଖନ୍ତୁ ।  ଏବେ କରେଇରେ ତେଲ ଦେଇ ଗରମ କରି ଜୀରା ଫୁଟାନ୍ତୁ । ଏବେ ଏଥିରେ କଟା ଅମୃତଭଣ୍ଡା  ପକାଇ ଲୁଣ , ହଳଦୀ ପକାଇ ଭଲଭାବେ ଗୋଳାଇ ଢାଙ୍କୁଣୀ ଦେଇ ସିଝାନ୍ତୁ ।  କମ ନିଆଁରେ ରଖି ଅମୃତଭଣ୍ଡା ସିଝିଗଲା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ।  

ଏବେ ଏଥିରେ ପୋସ୍ତ ବଟା ଦେଇ ଗୋଳାଇ ୨ ମିନିଟ ଛାଡି ଦିଅନ୍ତୁ    ଏବେ ଆପଣଙ୍କ  ଅମୃତଭଣ୍ଡା ପୋସ୍ତ ପ୍ରସ୍ତୁତ ।  ଏହା ବହୁତ କମ ଖର୍ଚ୍ଚରେ ଓ କମ ସମୟରେ ହୋଇଥାଏ । 

Dec 16, 2018

ମୂଳା ଭୁଜିଆ – Radish Bhujia

ମୂଳା ଭୁଜିଆ – Radish Bhujia

ଆବଶ୍ୟକ ସାମଗ୍ରୀ: 

ସିଝା ହୋଇ ଚକଟା ମୂଳା ୪/୫ ଟି, ଚୂନା ଚୂନା କଟା ପିଆଜ ୨/୩ ଟି , ରସୁଣ ଛେଚା ୧ ଚାମଚ, ଲଙ୍କା, ଧନିଆ  ଓ ହଳଦୀ ଗୁଣ୍ଡ , ଜୀରା , ହେଙ୍ଗୁ , କଟା ଧନିଆ ପତ୍ର ଅଳ୍ପ , ଆବଶ୍ୟକ ଅନୁସାରେ ଲୁଣ ଓ ତେଲ ।


ପ୍ରସ୍ତୁତି  ପ୍ରଣାଳୀ  :

ପ୍ରଥମେ ଏକ ପ୍ୟାନରେ  ତେଲ ଗରମ କରି ସେଥିରେ ଜୀରା ଫୁଟାନ୍ତୁ ।  ଅଳ୍ପ ହେଙ୍ଗୁ ପକାଇ ପିଆଜ , ରସୁଣ ପକାଇ ଭଲ ଭାବେ କଷି ଦିଅନ୍ତୁ ।   ଏବେ  ସେଥିରେ  ଲୁଣ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ହଳଦୀ ଗୁଣ୍ଡ ମିଶାଇ କିଛି ସମୟ ଭାଜନ୍ତୁ ।  

ଏବେ  ଏଥିରେ ଚକଟା ଯାଇଥିବା ମୂଳା ପକାଇ ତେଲ ଛାଡିବା ପର୍ଯ୍ୟନ୍ତ  ଭାଜନ୍ତୁ ।   ୩/୪ ମିନିଟ ଭାଜିବା ପରେ  ଏଥିରେ ଧଣିଆପତ୍ର ଓ ଆମ୍ଚୁର ଗୁଣ୍ଡ ପକାଇ ଭଲଭାବେ ମିଶାନ୍ତୁ ।  ଏହାକୁ ରୁଟି ବା ପରଟା ସହିତ  ଗରମ ଗରମ ପରସନ୍ତୁ  ।  ଏହା ସୁଆଦିଆ ଓ ପୁଷ୍ଟିକର ମଧ୍ୟ