ବ୍ରେଡ ଆଳୁ କଟଲେଟ –BREAD POTATO CUTLET
ସାମଗ୍ରୀ:-
ବକଳା ଥିବା ୫ ଟି ପାଉଁରୁଟି , ୨ ଟି ସିଝା ଆଳୁ , ପିଆଜ ୨ ଟି , ଧନିଆ ପତ୍ର କିଛି , ଛୋଟ ମେଥି କିଛି , ଅଦା-କଞ୍ଚା ଲଙ୍କା ପେଷ୍ଟ ୧ ଚାମଚ , ଧନିଆ ଗୁଣ୍ଡ ½ ଚାମଚ , ସ୍ଵାଦ ଅନୁସାରେ ଆମ୍ଚୁର ପାଉଡର ବା ଲେମ୍ବୁ ରସ , ୨-୩ ଚାମଚ କୋର ହୋଇଥିବା ଚିଜ , ଭଜା ଲାଲ ଚିନାବାଦାମ ଗୁଣ୍ଡ ୩ ଚାମଚ , ୨ ଚାମଚ କର୍ଣ୍ଣ ଫ୍ଲୋର , ସ୍ଵାଦ ଅନୁସାରେ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ପାଉଁରୁଟି ଖଣ୍ଡକୁ ହାତରେ ଦଳି
୧ ଚାମଚ ଦହିରେ ୨ ମିନିଟ ବତୁରାଇ ରଖନ୍ତୁ । ଏହାପରେ ସିଝା ଆଲୁରେ ବ୍ରେଡ ଚକାଟନ୍ତୁ । ପାଉଁରୁଟି ଏହାପରେ ଧୀରେ ଧୀରେ କଟା ପିଆଜ , ଧନିଆ ପତ୍ର କଟା , ମେଥି , ଅଦା ଲଙ୍କା ପେଷ୍ଟ , ଧନିଆ ଗୁଣ୍ଡ , ଲେମ୍ବୁ ରସ , ଚିନାବାଦାମ ଗୁଣ୍ଡ ,ଚିଜ, କର୍ଣ୍ଣ ଫ୍ଲୋର , ସ୍ଵାଦ ଅନୁସାରେ ଲୁଣ ପକାଇ ଧୀରେ ଧୀରେ
କରି ଭଲକରି ଗୋଳାଇ ଚକଟି ଦିଅନ୍ତୁ । ଏବେ ଏହି
ଚକଟାରୁ ଗୁଳା କରି ହାତରେ ଟିକେ ଥାପି କଟଲେଟ ଆକାରରେ
ଗଢନ୍ତୁ । ଏହାପରେ ଏକ ନନଷ୍ଟିକ ତାୱା ଗରମ କରି ଅଳ୍ପ ତେଲ ଦେଇ କଟଲେଟ
ଗୁଡିକୁ ଦୁଇ ପଟ ଲାଲ ହେଲା ପର୍ଯ୍ୟନ୍ତ ମଧ୍ୟମ ଆଞ୍ଚରେ ଭାଜନ୍ତୁ । ଏଥରେ ଆପଣଙ୍କ
କଟଲେଟ ରେଡି । ଏହାକୁ ଯେକୌଣସି ସସ ଓ ଚଟଣି ସହିତ ସ୍ନାକ୍ସ ଭାବେ
ଖାଇପାରିବେ ।