* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Oct 10, 2015

ତଡକା- Tadka

ତଡକା- Tadka
ପ୍ରସ୍ତୁତି  ସାମଗ୍ରୀ –

ହରଡ  - ୪  ଚାମଚ , ବୁଟଡାଲି – ୩ ଚାମଚ , ମୁଗଡାଲି – ୩ ଚାମଚ ,  ମସୁରଡାଲି- ୩ ଚାମଚ ,  ଜୀରା – ୧ ଛୋଟ  ଚାମଚ , ଶୁଖିଲାଲଙ୍କା – ୩/୪ ଟି , ପିଆଜ  ୧ ଟି , ଟମାଟୋ – ୧ ଟି  , ଅଦା ବଟା  - ୧ ଚାମଚ , ରସୁଣ ବଟା -୧ ଚାମଚ , କଞ୍ଚାଲଙ୍କା – ୨ ଟି , ଲବଙ୍ଗ – ୩/୪ଟି , ଡାଲଚିନି – ଛୋଟ ଖଣ୍ଡେ , ଧଣିଆ ଗୁଣ୍ଡ – ୧ ଚାମଚ , ଗରମମସାଲା – ୧ ଚାମଚ , ଆବଶ୍ୟକ ଅନୁଯାଇ  ଲୁଣ  ଓ ହଳଦୀ  |

 ପ୍ରଣାଳୀ  -
 ପ୍ରଥମେ  ଡାଲିକୁ  ଲୁଣ ,ହଳଦୀ ଓ ପାଣି  ମିଶାଇ  ପ୍ରେସରରେ   ସିଝାଇବେ  |କରେଇରେ  ଗରମ  ତେଲରେ  ଜୀରା , ଶୁଖିଲାଲଙ୍କା , ଡାଲଚିନି ,ଲବଙ୍ଗ  ପକାଇ  ଫୁଟଣ  କରିବ  | ଏହାପରେ  କଟା  ପିଆଜକୁ  ଭାଜିବ  |  ଏହାପରେ   ରସୁଣ ଓ ଅଦା  ବଟା ,କଞ୍ଚାଲଙ୍କା  ଭାଜିବ |  ଭାଜି  ହୋଇଗଲେ ଟମାଟୋ   ଭାଜିବ | ଭାଜିହୋଇଗଲେ ସେଥିରେ  ଗରମ  ମସଲା , ଧଣିଆଗୁଣ୍ଡ ,ହଳଦିଗୁଣ୍ଡ  ଦେଇ ଟିକିଏ  କଷିବା  ପରେ  ସିଝା  ଡାଲି  ମିଶାଇ  ସେଥିରେ   ଲେମ୍ବୁରସ  ଓ ଆବଶ୍ୟକ  ପାଣି  ଦେବ  |  ଏହା  ବହଳିଆ  ହୋଇଗଲେ  ଧଣିଆପତ୍ର  ଦେଇ  ଚୁଲା  ବନ୍ଦକରିଦବ  |   

No comments:

Post a Comment