* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Jul 10, 2015

ପାଲଙ୍ଗ ବାଇଗଣ -Palang Brinjal Curry

ପାଲଙ୍ଗ  ବାଇଗଣ -Palang Brinjal Curry
ପ୍ରସ୍ତୁତି  ସାମଗ୍ରୀ  - 
ବାଇଗଣ  - ୨ ଟି ,  ପାଲଙ୍ଗ  - ୧  ବିଡା , କଅଁଳ  କଖାରୁପତ୍ର  - ୪ଟି , ଅଦା  ବଟା  -   ଛୋଟ ୧   ଚାମଚ, ରସୁଣ  ବଟା  -   ଛୋଟ ୧  ଚାମଚ, ପିଆଜ  ବଟା  -   ଛୋଟ ୧  ଚାମଚ, କଞ୍ଚାଲଙ୍କା  ୪/୫ ଟି , ଜିରା  ଗୁଣ୍ଡ – ଅଧା  ଚାମଚ ,  ଧନିଆ ଗୁଣ୍ଡ  -  ଅଧା  ଚାମଚ ,    ଗରମ  ମସଲା - ଛୋଟ ୧  ଚାମଚ,  କାଜୁ- ୧୦/୧୫  ଟି , ଦହି  -  ୫/୬  ଚାମଚ  (ଦେଖିବେ  ଦହିଟି  ଯେପରି   ଖଟା   ନ  ଥିବ  ଓ  ବସା  ଦହି  ଥିବ  )  , ଫୁଟଣ –  ଛୋଟ  ୧ ଚାମଚ,  ଭୃସୁଙ୍ଗା ପତ୍ର- ୪/୫ଟି ,  ଆବଶ୍ୟକ  ଅନୁଯାଇ  ହଳଦୀ ,  ଲଙ୍କାଗୁଣ୍ଡ  -  ଛୋଟ ୧   ଚାମଚ,   ଆବଶ୍ୟକ  ଅନୁଯାଇ   ତେଲ 

ପ୍ରଣାଳୀ  -
ପ୍ରଥମେ  ପାଲଙ୍ଗ ପତ୍ର  ଓ  କଅଁଳ  କଖାରୁପତ୍ରକୁ  ଫୁଟନ୍ତା  ଗରମ  ପାଣିରେ  ପକାଇ  ସାଙ୍ଗେ  ସାଙ୍ଗେ ଛାଣି   ଗୋଟିଏ  ପାତ୍ରରେ  କାଢି  ରଖନ୍ତୁ   ପାଣି  ଗଡିଗଲେ  ଏହାକୁ  ବାଟି  ଦିଅନ୍ତୁ   ଏହାପରେ  ଚୂଲିରେ  କଡେଇ  ବସାନ୍ତୁ   କଡେଇ  ଗରମ  ହୋଇଗଲେ  ତେଲ  ପକାନ୍ତୁ     ତେଲ ଗରମ  ହୋଇଗଲେ   ବାଇଗଣ  ୨ ଟିକୁ  ଛାଣି  ରଖନ୍ତୁ   ତା  ପରେ  ଗରମ  କଡେଇରେ  ଅଦା , ରସୁଣ , ପିଆଜ  ବଟା  ଦିଅନ୍ତୁ   ସେହି  ମସଲାରେ  ଅଳ୍ପ  ଲୁଣ  ଦେଇ   କସନ୍ତୁ  ଓ  ସେଥିରେ  ହଳଦୀ  , ଲଙ୍କାଗୁଣ୍ଡ   ପକାନ୍ତୁ  । (ଏଥିରେ  କଞ୍ଚାଲଙ୍କା  କାଟି  ପକାଇ  ପାରିବେ  )ଏହାପରେ  ଜିରାଗୁଣ୍ଡ  ଓ  ଧନିଆଗୁଣ୍ଡ  ପକାନ୍ତୁ  ୧  ଚାମଚ  ଗରମ ମସଲାଗୁଣ୍ଡ  ପକାନ୍ତୁ । ସେଥିରେ   କାଜୁ  ବଟାକୁ  ଦିଅନ୍ତୁ  ଓ ସେଥିରେ  ଦହି  ଦିଅନ୍ତୁ  । ଏବେ  ମସଲାରେ  ଛଣା  ଗୋଟା   ବାଇଗଣକୁ   ପକାନ୍ତୁ  ।  ଏବେ  ପାଲଙ୍ଗପତ୍ର  ଓ  କଅଁଳ କଖାରୁପତ୍ରର  ବଟାକୁ  ପକାନ୍ତୁ  ।  ଏବେ  ହୋଇଗଲା   ପାଲଙ୍ଗ  ବାଇଗଣ  ।  ଏବେ  ଶେଷରେ   ତଡକା  ଦେଇପାରିବେ  ।   ଏବେ  କଡେଇରେ  ୧/୨ ଠୋପା  ତେଲ  ନେବେ  ।  ତେଲ  ଗରମ  ହୋଇଗଲେ  ସେଥିରେ  ୧/୨ଟି  ଶୁଖିଲା  ଲଙ୍କା ,  କିଛି  ଫୁଟଣ ଓ ୪/୫ଟି ଭୃସୁଙ୍ଗା  ପତ୍ର  ପକାଇ  ଦେବେ  ।  ସେଇ  ତଡକାକୁ  ନେଇ  ଆଗରୁ  ପ୍ରସ୍ତୁତ  ହୋଇଥିବା  ପାଲଙ୍ଗ  ବାଇଗଣର  ଉପରେ   ପକାଇ  ଦେବେ  । ଏହାକୁ  ରୁଟିରେ  ଖାଇ  ପାରିବେ  ।  ଏହା  ବହୁତ  ସ୍ଵାଦିଷ୍ଟ  ଅଟେ  ।

1 comment:

  1. Brinjal Curry is my all time favorite curry. it was very delicious in taste and never beat any vegetable in taste with Brinjal. Thanks for sharing this article.

    ReplyDelete