* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Dec 10, 2015

ପରିବା ମହୁର –Veg Mahura

ପରିବା  ମହୁର –Veg Mahura
ସାମଗ୍ରୀ:-

ଦେଶୀ  ଆଳୁ  - ଛୋଟ  ଖଣ୍ଡେ , ସାରୁ  - ୩ /୪ ଟି , କଞ୍ଚା  କଦଳୀ -୨ ଟି , ଜହ୍ନି – ୨ ଟି , ପୋଟଳ – ୨ ଟି , ମୂଳା -୧ ଟି , ଶିମ୍ବ – ୪/୫ଟି , କଖାରୁ – ୧୦୦ ଗ୍ରାମ , ବତୁରା  ବୋଟ  - ୫୦ ଗ୍ରାମ , ଫାଳେ ନଡିଆ  କୋରା , ଦେଶୀ  ଘିଅ – ୩ ଚାମଚ , ଜିରା ,ଗୋଟା  ଧନିଆ , ଗୋଲମରିଚ , ହଳଦୀ , ସ୍ଵାଦ  ଅନୁଯାଇ  ଲୁଣ 

ପ୍ରସ୍ତୁତି  ପ୍ରଣାଳୀ: -


ପ୍ରଥମେ  ସବୁ  ପରିବାକୁ  ଛୋଟ  ଛୋଟ  କରି  କାଟି  ରଖିଦିଅନ୍ତୁ  ଓ  ଜିରା , ଧନିଆ , ଗୋଲମରିଚକୁ  ବାଟି  ରଖନ୍ତୁ  | ଏହାପରେ  କଡେଇ  ଗରମ  ହୋଇଗଲେ  ଘିଅ  ପକାନ୍ତୁ  |  ଘିଅ  ଗରମ   ହୋଇଗଲେ  ସେଥିରେ  କିଛି   ଗୋଟା  ଜିରା  ଫୁଟାନ୍ତୁ  |  ଜିରା  ଫୁଟିଗଲେ  ସେଥିରେ  ସବୁ  ପରିବା  ପକାଇ  ହଳଦୀ  ଓ  ଲୁଣ  ଦେଇ  ଘାଣ୍ଟି  ଦେଇ  ଘୋଡାଇ  ଦିଅନ୍ତୁ  | ପରିବା  ଅଧା  ସିଝିଗଲେ  ସେଥିରେ  ଜିରା ,  ଧନିଆ  ଓ  ଗୋଲମରିଚ  ବଟା  ଦେଇ  ଘାଣ୍ଟି  ଦିଅନ୍ତୁ  |  ପରିବା  ପୁରା  ସିଝି  ଗଲେ  ସେଥିରେ   ନଡିଆ  କୋରା  ଦେଇ  ଘାଣ୍ଟି  ଦିଅନ୍ତୁ  ଓ  ଚୁଲା  ବନ୍ଦ  କରି  ଦିଅନ୍ତୁ  | ଏହା   ପୁରୀ  ମନ୍ଦିରର   ତରକାରୀ ପରି ଅଟେ  |

No comments:

Post a Comment