* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Jul 20, 2016

ଆଳୁ ବିନସ ଭଜା – POTATO BEANS FRY

ଆଳୁ ବିନସ ଭଜା – POTATO BEANS FRY

ସାମଗ୍ରୀ:-

୨୦୦ ଗ୍ରାମ ବିନସ , ୨ଟି  ମଧ୍ୟମ ଆକାରର ଆଳୁ, ୧ ଟି କଞ୍ଚା ଲଙ୍କା , ୧ ଖଣ୍ଡ ଅଦା , ୧ ଚାମଚ ଲଙ୍କା ଗୁଣ୍ଡ , ୧ ଚାମଚ ହଳଦୀ ଗୁଣ୍ଡ , ଅଧା ଚାମଚ ଗୋଟା ଜୀରା , ଅଧା ଚାମଚ  ଜୀରା ଗୁଣ୍ଡ , ଅଧା ଚାମଚ ସୁରିଷ, ସ୍ଵାଦ ଅନୁସାରେ ଲୁଣ ଓ ଭାଜିବା ପାଇଁ ତେଲ


ପ୍ରସ୍ତୁତି  ପ୍ରଣାଳୀ:

ବିନସକୁ ଭଲଭାବେ ଧୋଇ ଛୋଟ ଛୋଟ କରି କାଟି ରଖନ୍ତୁ ବିନସ ଆଳୁ ଚୋପା ଛଡାଇ ଚାରି କୋଣିଆ କରି ଛୋଟ ଛୋଟ କରି କାଟି ଦିଅନ୍ତୁ  ପ୍ୟାନ ଗରମ କରି ମଧ୍ୟମ ଆଞ୍ଚରେ ୧/୨ ଚାମଚ ତେଲ ଦିଅନ୍ତୁ  ତେଲ ଗରମ ହେଲେ ଏଥିରେ ଜୀରା ଓ ସୁରିଷ ପକାଇ ଫୁଟାଇ ଦିଅନ୍ତୁ ଏହାପରେ ଏଥିରେ କଞ୍ଚା ଲଙ୍କା ଓ  ଛେଚା ଅଦା ପକାଇ ୨ ମିନିଟ ଭାଜନ୍ତୁ ଏଥିରେ ହଳଦୀ ଗୁଣ୍ଡ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ ବିନସ ଓ ଆଳୁ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ କିଛି ସମୟ ଛାଡି ପୁଣି ଗୋଳାଇ ଦିଅନ୍ତୁ ଜୀରା ଗୁଣ୍ଡ ଓ ଲଙ୍କା ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ ମଧ୍ୟମ ଅଳ୍ପ  ଆଞ୍ଚରେ ବସାନ୍ତୁ , ବିନସ ହୋଇଗଲେ ଏହାକୁ ଭାତ ବା ରୋଟି ସହ ଖାଇବାକୁ ଦିଅନ୍ତୁ ।