ଡାଲି ଦହି - DAL-CURD
ସାମଗ୍ରୀ:-
ଧନିଆ ଓ ପୋଦିନା ପତ୍ର ବଟା -୩ ଚାମଚ , ଗଜା ବୁଟ/ମୁଗ , ଚୁନ ଚୁନ କଟା ହୋଇଥିବା କଞ୍ଚା ଲଙ୍କା
-୨ ଟି , ବସାଦହି -୩
୧/୨ କପ, ଚାଟ ମସଲା
ଅଧା ଚାମଚ, ଲଙ୍କା
ଗୁଣ୍ଡ , ଗୁଡ ୩
ଚାମଚ , ଲୁଣ , ତେନ୍ତୁଳୀ ମଣ୍ଡ ୧/୪ କପ ।
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ୨ କପ ଲୁଣ ପାଣିରେ ଗଜା ମୁଗକୁ
ସିଝାଇ ରଖନ୍ତୁ । ଦହିକୁ ଭଲଭାବରେ ଫେଣ୍ଟି ସେଥିରେ ମସଲା ସବୁକୁ ମିଶାଇ
ଏଥିରେ ଡାଲିକୁ ମିଶାଇ ଦିଅନ୍ତୁ । ଏଥିରେ ତେନ୍ତୁଳୀ ରସ , ଗୁଡ , ଧନିଆ ପତ୍ର , ପୋଦିନା ଚଟଣିକୁ ଢାଳି ଦିଅନ୍ତୁ । ଏବେ ପ୍ରସ୍ତୁତ ଆପଣଙ୍କର ସ୍ପେଶଲ ଡାଲି ଦହି ଯାହା ସ୍ଵାଦିଷ୍ଟ ଓ ଖୁବ ସ୍ଵାସ୍ଥ୍ୟକର ଅଟେ ।