ରାଇସ୍  ପ୍ୟାନକେକ- RICE
PANCAKE
 ସାମଗ୍ରୀ:-
 ଅରୁଆ  ଭାତ(ଆଗ  ଦିନର  ବାସି
)  - ୨ କପ୍ ,  ଅଟା  - ୧/୪ 
କପ୍,  ବେସନ – ୧/୨ କପ୍ , ପିଆଜ  ଚୁନା  -
୨   ଛୋଟ 
ଚାମଚ , ଗାଜର  କୋରା  - ୫ ଛୋଟ 
ଚାମଚ , ଅଧ   ଚାମଚ  ହଳଦୀ , କଟା  
କଞ୍ଚା  ଲଙ୍କା – ୨ ଚାମଚ , ହେଙ୍ଗୁ – ୧/୪  ଚାମଚ , ଖଟା 
ଦହି  - ୨  ଛୋଟ 
ଚାମଚ , ଅଳ୍ପ  କଟା  ଧନିଆ ,  ସ୍ଵାଦ  ଅନୁସାରେ 
ଲୁଣ  | 
ପ୍ରସ୍ତୁତି  ପ୍ରଣାଳୀ:
-
ପ୍ରଥମେ  ଅରୁଆ 
ଭାତକୁ  ଟିକେ  ହାତରେ  
ଚକଟି  ଦିଅନ୍ତୁ  | ଏହାପରେ 
ଏଥିରେ  ସବୁତକ  ଜିନିଷ 
ମିଶାଇ  ଏକ  ବହଳିଆ 
ଘୋଳ  ପ୍ରସ୍ତୁତ  କରନ୍ତୁ 
|(ଯେପରି  ଏହି  ଘୋଳରେ 
ଚକୁଳି  ପିଠା  ପ୍ରସ୍ତୁତ 
ହୋଇପାରିବ ) | ଘୋଳ 
ପ୍ରସ୍ତୁତ  କରି  ଅଳ୍ପ 
ସମୟ  ରଖିଦିଅନ୍ତୁ  |  ଏହାପରେ   ଏକ 
ତାୱା  ଗରମ  କରି  ସେଥିରେ  ସାମାନ୍ୟ 
ତେଲ  ମାରି   ଏହି 
ଘୋଳରୁ  ଚକୁଳି  ଭଳି 
ପିଠା  କରନ୍ତୁ  |  ମନେ  ରଖନ୍ତୁ 
ପିଠାକୁ   ଅତି   ପତଳା 
କରିବେନି  |  ମଧ୍ୟମ 
ଆଞ୍ଚରେ  ଦୁଇ  ପଟ 
ଲାଲ  କରି  ଭାଜି 
ନିଅନ୍ତୁ  ଯେପରି   ଟିକେ 
ମୁସୁମୁଶିଆ   ରହିବ  | ଏହାକୁ 
ଧନିଆ   ଚଟଣି   ସହିତ  
ଖାଇବାକୁ  ଭଲ  ଲାଗିବ |

No comments:
Post a Comment