BABY JACK FRUIT KOPTA – ପଣସକଠା
କୋପ୍ତା
ସାମଗ୍ରୀ:
ପଣସକଠା ୧ଟି, ବୁଟ ଡାଲି ଅଧା କପ , କଞ୍ଚା ଲଙ୍କା ୨ଟି, ଅଦା, ପିଆଜ, ରସୁଣ ,ଗରମ ମସଲା, ଧଣିଆପତ୍ର , ତେଲ , ଲୁଣ , ତେଜପତ୍ର ଆବଶ୍ୟକ ପରିମାଣରେ ।
ପ୍ରସ୍ତୁତି ପ୍ରଣାଳୀ:
ବୁଟ ଡାଲି ବତୁରାଇ ରଖନ୍ତୁ । ପଣସକଠା କାଟି ଛୋଟ ଛୋଟ କରି ସିଝେଇ ଦିଅନ୍ତୁ । ଏହାପରେ ପଣସକଠା ଓ ବୁଟ ଡାଲି ବାଟି ଦିଅନ୍ତୁ । ଅନ୍ୟ ସବୁ ମସଲା ବାଟି ପେଷ୍ଟ କରି ରଖନ୍ତୁ । ତେଲ ଗରମ ହେଲେ ମସଲା କଷି ସେଥିରେ ପଣସ ଓ ବୁଟ ବଟାକୁ ପକାଇ କଷି ଦିଅନ୍ତୁ । ଏହାପରେ ଏହାକୁ ଥଣ୍ଡା ହେବାକୁ ଦିଅନ୍ତୁ । ଥଣ୍ଡା ହେଲା ପରେ ଧନିଆ ପତ୍ର ଛୋଟ ଛୋଟ କରି ଓ ଲୁଣ ସ୍ଵାଦ ଅନୁଯାଇ ପକାଇ ଗୋଳାଇ ଦିଅନ୍ତୁ। ଏହାକୁ ଛୋଟ ଛୋଟ ଗୋଳା
କରି ଭାଜନ୍ତୁ । ଏହାକୁ ଗରମ ଗରମ ଚିଲି ସସ ସହ ଖାଇବାକୁ ଦିଅନ୍ତୁ
।
No comments:
Post a Comment