ମିକ୍ସଭେଜ ଚାଓମିନ MIXED VEG CHAUMIN
ଆବଶ୍ୟକ ସାମଗ୍ରୀ :
୧୦୦ ଗ୍ରା .
ନୁଡୁଲସ, ବନ୍ଧାକୋବି
ଓ ଗାଜର ,
୫୦ ଗ୍ରା . ବିନସ , କ୍ୟାପସିକମ ଓ ଛଣା
ପନିର ଖଣ୍ଡ ,
୧ ଟି କଞ୍ଚାଲଙ୍କା ,
ଆବଶ୍ୟକ ଅନୁଯାୟୀ ଚିଲିସସ , ଟମାଟୋସସ ଓ
ସୋୟାସସ ,
ଅଧାଚାମଚ ଗୋଲମରିଚ ଗୁଣ୍ଡ , ୩ ଚାମଚ
ତେଲ , କିଛି କଟା
ଧନିଆପତ୍ର ,
ଆବଶ୍ୟକ ଅନୁଯାୟୀ ଲୁଣ |
ପ୍ରସ୍ତୁତ ପ୍ରଣାଳୀ :
ପ୍ରଥମେ ନୁଡୁଲସକୁ
ବଏଲ କରି କିଛି
ସମୟ ରଖନ୍ତୁ | ବନ୍ଧାକୋବି , କ୍ୟାପସିକମ , ଗାଜର , ବିନସକୁ ଲମ୍ବାଲମ୍ବା
ଚାଇନିଜ୍ କଟ୍ କରି
ଅଲଗା ରଖନ୍ତୁ | ପ୍ରଥମେ ୩
ଚାମଚ ତେଲ ଗରମ
କରି ସେଥିରେ କଟା କଞ୍ଚାଲଙ୍କା
ପକାଇ ଅଳ୍ପ ସମୟ
ଭାଜିଲା ପରେ ସେଥିରେ
କଟା ପରିବାକୁ ପକାଇ
୧୦ ମିନିଟ ଫ୍ରାଏ
କରନ୍ତୁ | ଏହାପରେ ନୁଡୁଲସକୁ
ପକାଇ ଫ୍ରାଏ କରନ୍ତୁ
| ତା , ପରେ ଆବଶ୍ୟକ ଅନୁଯାୟୀ
ଲୁଣ , ଗୋଲମରିଚ ଗୁଣ୍ଡ ,
କଟା ଧନିଆପତ୍ର ଓ ଛଣା
ପନିର ଖଣ୍ଡ ପକାଇ
ପ୍ରସ୍ତୁତ କରିନିଅନ୍ତୁ ମିକ୍ସଭେଜ
ଚାଓମିନ | ପରଷିବା ବେଳେ ଆବଶ୍ୟକ
ଅନୁସାରେ ସୋୟାସସ ,
ଟମାଟୋସସ ଓ ଚିଲିସସ
ଦେଇ ଦିଅନ୍ତୁ |
No comments:
Post a Comment