* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Jan 15, 2015

ସୋୟା ପଲଉ- Soya Palao

ସୋୟା ପଲଉ

ଆବଶ୍ୟକ ସାମଗ୍ରୀ :

୫୦୦ ଗ୍ରା . ବାସୁମତୀ ଚାଉଳ , ୧୦୦ ଗ୍ରା . ସୋୟା , ୨ ଟି ବଡ ପିଆଜ , ୧ ଛୋଟ ଚାମଚ ବଟା ଅଦା , ୧ ଛୋଟ ଚାମଚ ବଟାରସୁଣ ଓ ୧ ଟି ଛୋଟ ଚାମଚ ଗରମମସାଲା ଗୁଣ୍ଡ , କିଛି ଗୋଟା ଗରମମସାଲା , ୩ ଟି କଞ୍ଚାଲଙ୍କା , ଆବଶ୍ୟକ ଅନୁଯାୟୀ ଲଙ୍କାଗୁଣ୍ଡ , ହଳଦିଗୁଣ୍ଡ , ଜିରାଗୁଣ୍ଡ , ଧନିଆଗୁଣ୍ଡ ଓ କସ୍ତୁରୀ ମେଥି, ୨ ଟି ତେଜପତ୍ର , ୨ ବଡ ଚାମଚ ଦେଶୀ ଘିଅ ଏବଂ ଆବଶ୍ୟକ ଅନୁଯାୟୀ ଲୁଣ |



ପ୍ରସ୍ତୁତ ପ୍ରଣାଳୀ :

ପ୍ରଥମେ ସୋୟାକୁ ଗରମ ପାଣିରେ ପକାଇ ଦିଅନ୍ତୁ |ଥଣ୍ଡା ହୋଇଗଲେ ହାତରେ ଚିପୁଡି ରଖନ୍ତୁ | କଡେଇରେ ଅଳ୍ପ ତେଲ ଦେଇ ସୋୟାକୁ ଭାଜି ରଖନ୍ତୁ | ଗୋଟିଏ ପିଆଜକୁ ଲମ୍ବାଲମ୍ବା କାଟି ତେଲରେ ଛାଣି ରଖନ୍ତୁ | ଡେକଚିରେ ଘିଅ ଗରମ କରି ତେଜପତ୍ର ଏବଂ ଗୋଟା ଗରମମସାଲା ପକାନ୍ତୁ | ଏବେ କଟା ପିଆଜ ଓ କଟା କଞ୍ଚାଲଙ୍କା ପକାଇ କିଛି ସମୟ ଭାଜନ୍ତୁ | ପିଆଜ ବାଦାମି ରଙ୍ଗ ହୋଇ ଆସିଲେ ବଟା ଅଦା , ବଟା ରସୁଣ , ଧନିଆଗୁଣ୍ଡ , ଲଙ୍କାଗୁଣ୍ଡ , ହଳଦିଗୁଣ୍ଡ ପକାଇ ଅଳ୍ପ ପାଣି ଦେଇ ମସଲାକୁ ଭାଜନ୍ତୁ | ଏବେ ଆଗରୁ ଭାଜି ରଖିଥିବା ସୋୟାକୁ ପକାଇ ଭଲଭାବରେ ଗୋଳାନ୍ତୁ | ତା , ପରେ ଚାଉଳ ପକାଇ ଗୋଳାନ୍ତୁ | ଚାଉଳର ଦୁଇଗୁଣା ପାଣି ଓ ଆବଶ୍ୟକ ଅନୁଯାୟୀ ଲୁଣ ପକାଇ ଗୋଳାନ୍ତୁ | ଢାଙ୍କୁଣୀ ଘୋଡାଇ ଧିମା ଆଞ୍ଚରେ ଭାତ ହେବା ଯାଏ ରାନ୍ଧନ୍ତୁ | ଭାତ ହୋଇଗଲେ ଗରମମସଲା ଗୁଣ୍ଡ , କଟା ଧନିଆପତ୍ର ଓ ଭଜା ପିଆଜରେ ସଜାଇ ପରିବେଷଣ କରନ୍ତୁ ସୋୟା ପଲଉ |

No comments:

Post a Comment