ଷ୍ଟପିଙ୍ଗ କାକୁଡି
ଆବଶ୍ୟକ ସାମଗ୍ରୀ :
୨ ଟି କାକୁଡି , ଅଧା କପ୍ ଭଜା ଗ୍ରୀନ ମଟର , ୧ କପ୍ ସିଝା ଚକଟା ଆଳୁ , ଅଧା କପ୍ ଖଟା ମିଠା ବସାଦହି , ୧ ଚାମଚ ଜିରା ଗୁଣ୍ଡ , ୧ ଚାମଚ ଲଙ୍କାଗୁଣ୍ଡ , ୧ ଟି ପିଆଜ , ୧ ଟି ଟମାଟୋ , ୧ ଟି ଗାଜର , ୨ ମୁଠା ଗଜାମୁଗ, ସଜାଇବା ଲାଗି କିଛି ଧନିଆପତ୍ର ଓ ପୋଦିନାପତ୍ର , ସୋରିଷତେଲ ଓ ଆବଶ୍ୟକ ଅନୁଯାୟୀ ଲୁଣ |
ପ୍ରସ୍ତୁତ ପ୍ରଣାଳୀ :
ପ୍ରଥମେ କାକୁଡିରୁ ଚୋପା ଛଡାଇ ଲମ୍ବା ଆକାରରେ ୨ ଖଣ୍ଡ କରି କାଟନ୍ତୁ ଓ ମଞ୍ଜି ବାହାର କରି ଗୋଟିଏ ପାତ୍ରରେ ରଖନ୍ତୁ | ପିଆଜକୁ ଛୋଟଛୋଟ କରି କାଟି ରଖନ୍ତୁ | ଏବେ ସିଝା ଚକଟା ଆଳୁରେ ଗ୍ରୀନ ମଟର , ଲୁଣ , ସୋରିଷତେଲ , କଟା ପିଆଜ , ଗୁଣ୍ଡ ଜିରା , ଗୁଣ୍ଡ ଲଙ୍କା , ଗଜାମୁଗ ପକାଇ ମିଶାନ୍ତୁ | ତା ,ପରେ ଫାଳ କାକୁଡି ମଝିରେ ଏହି ଚକଟା ଦିଅନ୍ତୁ | ଏବେ ଏହାକୁ ପ୍ଳେଟରେ ରଖି କଟା ପିଆଜ, ଟମାଟୋ , ଗାଜର , ଧନିଆପତ୍ର ଓ ପୋଦିନାପତ୍ରରେ ସଜାନ୍ତୁ | ଖାଇବାର ଠିକ୍ ଆଗରୁ ଥଣ୍ଡା ଖଟା ମିଠା ଦହିକୁ କାକୁଡିର ଷ୍ଟପିଙ୍ଗ ଉପରେ ଦେଇ ଖାଇବାକୁ ଦିଅନ୍ତୁ ଷ୍ଟପିଙ୍ଗ କାକୁଡି |
No comments:
Post a Comment