* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Nov 2, 2014

ବ୍ରେଡ୍ ଦହିବରା BREAD DAHI BADA

ବ୍ରେଡ୍ ଦହିବରା - BREAD DAHI BADA

ଆବଶ୍ୟକ ସାମଗ୍ରୀ:

୧ ପ୍ୟାକେଟ ବ୍ରେଡ୍, ୨୫୦ ଗ୍ରା. ଆଳୁ, ୫୦୦ ଗ୍ରା. ଦହି, ୨ଟି ପିଆଜ, ୧ଟି ରସୁଣ, ୧ ଛୋଟ ଖଣ୍ଡ ଅଦା, ୧ ଟି ବିଲାତି ବାଇଗଣ, ୪ ଚାମଚ ଜୀରା, ୪ ଚାମଚ ଗୁଣ୍ଡ ଲଙ୍କା, ଅଧା ଚାମଚ ଗୁଣ୍ଡ ହଳଦୀ, ୨ ଚାମଚ ଚାଟ ମସଲା, ୪ ଚାମଚ ରିଫାଇନ |

ପ୍ରସ୍ତୁତି ପ୍ରଣାଳୀ :

ଆଳୁକୁ ସିଝାଇ ଚୋପା ଛଡାଇ ଚକଟି ଦିଅନ୍ତୁ | କଡେଇରେ ତେଲ ଗରମ କରି ବଟା ମସାଲା, ହଳଦୀ, ବିଲତି, ଲୁଣ ପକାଇ କଷନ୍ତୁ |ମସାଲା କଷି ହୋଇଗଲେ ସେଥିରେ ଚାଟ ମସାଲା ଗୋଳାଇ କାଢି ଆଣନ୍ତୁ | ଦହିରେ ଲୁଣ ପକାଇ ଭଲଭାବରେ ଫେଣ୍ଟି ଦିଅନ୍ତୁ | ଜିରାକୁ ଭାଜି ଗୁଣ୍ଡକରି ରଖନ୍ତୁ | ବ୍ରେଡଗୁଡ଼ିକର ଚାରିପାଖ କାଟି ଦିଅନ୍ତୁ ଏବଂ ବ୍ରେଡର ଚାରିପାଖରେ ପାଣିଲଗାଇ ଚାପି ଦିଅନ୍ତୁ |

ବର୍ତ୍ତମାନ ଏହି ବ୍ରେଡ ଖଣ୍ଡର ମଝିରେ ଆଳୁ ମସଲାକୁ ପୁର ଭଳି ରଖି ମୁହଁ ବନ୍ଦକରି ବରା ଭଳି ଗଢି ଦିଅନ୍ତୁ | ଏବେ ବ୍ରେଡ ବରାକୁ ପ୍ଲେଟରେ ରଖି ତା’ ଉପରେ ଦହି, ଗୁଣ୍ଡ ଜିରା ଓ ଗୁଣ୍ଡ ଲଙ୍କା ପକାଇ ପୁଦିନା ଚଟଣି ବା ମିଠା ତେନ୍ତୁଳି ଚଟଣି ସହିତ ପରିବେଷଣ କରନ୍ତୁ |

No comments:

Post a Comment