* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Nov 16, 2014

ଲାଉ କୋପତା – Bottleguard Kopta

ଲାଉ କୋପତା – Bottleguard Kopta

ଆବଶ୍ୟକ ସାମଗ୍ରୀ :

୫୦୦ ଗ୍ରା . ଲାଉ , ଅଧା କପ୍ ବେସନ, ୨ ଟି ପିଆଜ , ୧ ଟି ରସୁଣ , ୧ ଟି ଟମାଟ , ଅଧା ଚାମଚ ହଳଦିଗୁଣ୍ଡ , ଅଧା ଚାମଚ ଲଙ୍କା ଗୁଣ୍ଡ , ୧୦୦ ମି . ଲି . ରିଫାଇନ୍ ତେଲ , ୧ ଚାମଚ ଧନିଆ – ଜିରାଗୁଣ୍ଡ ଓ ଆବଶ୍ୟକ ଅନୁଯାୟୀ ଲୁଣ |

ଲାଉ  କୋପତା – Bottleguard Kopta 

ପ୍ରସ୍ତୁତ ପ୍ରଣାଳୀ :

ଲାଉର ଚୋପା ଛଡାଇ ସରୁସରୁ କୋରି ହାତରେ ଚିପୁଡି ରସ ବାହାର କରି ଅଲଗା ରଖନ୍ତୁ | ଏବେ ଏହି ଲଉକୋରାରେ ବେସନ , ସାମାନ୍ୟ ଲୁଣ ଓ ଲଙ୍କା ଗୁଣ୍ଡ ପକାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ | ଏହି ମିଶ୍ରଣକୁ ଛୋଟ ଛୋଟ ଗୁଳାକରି ରିଫାଇନ୍ ତେଲରେ ଛାଣି ରଖନ୍ତୁ | ପିଆଜ ଓ ରସୁଣକୁ ବାଟି ଦିଅନ୍ତୁ | କଡେଇରେ ତେଲ ଗରମ କରି ଏହି ବଟା ମସଲା , ହଳଦିଗୁଣ୍ଡ , ଲଙ୍କାଗୁଣ୍ଡ , ଧନିଆ – ଜିରାଗୁଣ୍ଡ , ଟମାଟ ଓ ଲୁଣ ପକାଇ କଷନ୍ତୁ | ମସଲା ଭଲଭାବରେ କଷି ହୋଇଗଲେ ସେଥିରେ ଲାଉରସ ଓ ୧ କପ୍ ପାଣି ଦିଅନ୍ତୁ | ଏହା ଫୁଟିଲା ପରେ ଲାଉ ଗୁଲାଗୁଡିକ ପକାଇ ଦିଅନ୍ତୁ | ୨ ମିନିଟ୍ ପରେ ଗରମମସାଲାଗୁଣ୍ଡ ଓ ଧନିଆ ପତ୍ର ପକାଇ ଓହ୍ଲାଇ ଆଣନ୍ତୁ | ଏହାକୁ ଭାତ ସହିତ ଗରମଗରମ ପରିବେଷଣ କରନ୍ତୁ |

No comments:

Post a Comment