ଦହି ବାଇଗଣ - Dahi Brinjal
ସାମଗ୍ରୀ ---
ଦହି—୨୦୦ଗ୍ରାମ ,ମଧ୍ୟମ ଆକାରର ବାଇଗଣ ୨ଟି ,ରିଫାଇନ ତେଲ ୧୦୦ ଗ୍ରାମ ,କଞ୍ଚାଲଙ୍କା – ୪ଟି ,ସୋରିଷ ଅଧ ଚାମଚ , ଜୀରା ଅଧ ଚାମଚ ଭୁଶୁଙ୍ଗା ପତ୍ର ୮/୧୦ଟି , ଲୁଣ ଆବଶ୍ୟକତା ଅନୁଯାୟୀ |
ପ୍ରଣାଳୀ----
ଦହିରେ ଲୁଣ ମିଶାଇ ଭଲଭାବରେ ଫେଣ୍ଟିନିଅନ୍ତୁ | ବାଇଗଣକୁ ଲମ୍ବା ଆକାରରେ କାଟନ୍ତୁ |ଏକ କଡାଇରେ ତେଲ ଗରମ କରି ବାଇଗଣକୁ ଛାଣି ଦହିରେ ପକାଇ ଦିଅନ୍ତୁ | ଅଧିକ ତେଲ ବଳିଲେ ବାହାର କରି ସେଥିରେ ଜିରା , ସୋରିଷ , କଞ୍ଚାଲଙ୍କା ଏବଂ ଭୁସୁଙ୍ଗା ପତ୍ର ଫୁଟାନ୍ତୁ | ଏହା ଫୁଟିଗଲେ ଦହିପାତ୍ରରେ ଢାଳି ଦିଅନ୍ତୁ |
No comments:
Post a Comment