* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Showing posts with label veg odia kitchen tips. Show all posts
Showing posts with label veg odia kitchen tips. Show all posts

Mar 20, 2016

ଦହି ପଖାଳ –DAHI PAKHAAL (CURD WATER RICE)

ଦହି ପଖାଳ – DAHI PAKHAAL ( CURD WATER RICE )

ସାମଗ୍ରୀ:-

ଚାଉଳ ୨୫୦ ଗ୍ରାମ , ବସା ଦହି ୧ କପ , କଞ୍ଚା ଲଙ୍କା ୨ ଟି , ଆମ୍ବକଶିଆ ଅଦା  ଖଣ୍ଡେ (½ ଇଞ୍ଚ) , ଲୁଣ 



ପ୍ରସ୍ତୁତି  ପ୍ରଣାଳୀ:


୨୫୦ ଗ୍ରାମ ଚାଉଳ ନେଇ ଭାତ ରାନ୍ଧି ଦିଅନ୍ତୁ ଭାତ ଥଣ୍ଡା ହେଇଆସିଲେ ପାଣି ଦେଇ ପଖାଳି ଦିଅନ୍ତୁ ଏହା ଥଣ୍ଡା ହେଲାପରେ ଏଥିରେ କଞ୍ଚା ଲଙ୍କା ପକାନ୍ତୁ ଏହାପରେ ଏଥିରେ ଛେଚା ଆମ୍ବକଶିଆ ଅଦା ପକାଇ ଗୋଳାଇ ଦିଅନ୍ତୁ ଲୁଣ ସ୍ଵାଦ ଓ ରୁଚି ଅନୁଯାଇ ପକାଇ ଖାଇବାକୁ ଦିଅନ୍ତୁ ଏହାକୁ ଆଳୁ ଭଜା କିମ୍ବା ବଡି ଚୂରା ସହ ଖାଇବାକୁ ଦିଅନ୍ତୁ  

ଏ ଦହି ପଖାଳ ଓଡିଆ ମାନଙ୍କର ଆପଣାର ଓ ସ୍ଵାଦିଷ୍ଟ ଖାଦ୍ୟ । 

Feb 10, 2016

ରାଜମା କସମସ-RAAJMA COSMOS

ରାଜମା କସମସ-RAAJMA COSMOS
ସାମଗ୍ରୀ:-

ରାଜମା ୩୦୦ ଗ୍ରାମ , ଚିନି କିମ୍ବା ଗୁଡ ୧୦୦ ଗ୍ରାମ , ତେନ୍ତୁଳୀ ୧ ଗୁଳା , ବେସନ ୩ ଚାମଚ ,ନଡିଆକୋରା ୧ କପ ,ରିଫାଇନ ତେଲ ୫ ଚାମଚ , ସୋରିଷ ୩ ଚାମଚ, ଲଙ୍କା ଗୁଣ୍ଡ ,ହଳଦୀ ଓ ପାନମଧୁରୀ ପ୍ରତ୍ୟେକ ୩ ଚାମଚ  କରି ।


ପ୍ରସ୍ତୁତି  ପ୍ରଣାଳୀ:


୧ ରାତି ପାଣିରେ ରାଜମା ଭିଜିଗଲାପରେ ଏହାକୁ ପ୍ରେସରକୁକରରେ  ୪/୫ ଟି ହୁଇସିଲ ପରେ ରଖନ୍ତୁ ତେନ୍ତୁଳୀକୁ ପାଣିରେ ଭିଜେଇ ଖଦାକୁ କାଢି ରଖନ୍ତୁ ବେସନକୁ ସାମାନ୍ୟ ତେଲରେ ଭାଜି ଦିଅନ୍ତୁ ଏହାପରେ କରେଇରେ ତେଲ ପକାଇ ଲଙ୍କା, ଫୁଟଣ ପକାଇ ନଡିଆକୋରା ଦିଅନ୍ତୁ ଏଥିରେ ତେନ୍ତୁଳୀ ମଣ୍ଡ , ଗୁଡ ପକାଇ ସିଝା ରାଜମକୁ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ ୨ ମିନିଟ ପରେ ଭଜା ବେସନକୁ ପକାଇ ଗୋଳାଇ ଦିଅନ୍ତୁ ଫୁଟି ଗଲାପରେ କଟା ଧନିଆପତ୍ର ପକାଇ ଆଞ୍ଚ ବନ୍ଦ କରନ୍ତୁ ଏଥର ଆପଣଙ୍କ ରାଜମା କସମସ ପ୍ରସ୍ତୁତ ଏହା ମୁଖ୍ୟତ ଶୀତ ଦିନେ ଖାଇବାକୁ ଭଲଲାଗେ । 

Feb 1, 2016

କଞ୍ଚା କଦଳୀ ବରା - RAW BANANA GREEN BADA


କଞ୍ଚା କଦଳୀ ବରା - RAW BANANA GREEN BADA
ସାମଗ୍ରୀ:-

୨-୩ ଟି ବଡ କଦଳୀ, ୫-୬ ଟି ଆଳୁ , ୨ଟି ବଡ ପିଆଜ , ୨-୩ ଟି କଞ୍ଚା ଲଙ୍କା , ଧନିଆ ପତ୍ର ୧ ବିଡା , ପୋଦିନା ପତ୍ର ୧ ବିଡା , ବଡ ଖଣ୍ଡେ ଅଦା , ଲୁଣ ସ୍ଵାଦ ଅନୁସାରେ , ୨-୩ ଚାମଚ ଲେମ୍ବୁ ରସ , ବରା ଭାଜିବା ପାଇଁ ତେଲ


ପ୍ରସ୍ତୁତି  ପ୍ରଣାଳୀ:

କଦଳୀରୁ ପତଳା କରି ଚୋପା ଛଡାଇ ଆଳୁ ସହ ସିଝାଇ ଦିଅନ୍ତୁ ସିଝି ଗଳାପରେ ଆଳୁରୁ ଚୋପା ଛଡାଇ ଦିଅନ୍ତୁ ଏବେ  କଦଳୀ ଓ ଆଳୁକୁ ଭଲ ଭାବରେ ଚକଟି ଦିଅନ୍ତୁ ଏହାପରେ ଏଥିରେ  କଟା ପିଆଜ , କଞ୍ଚା ଲଙ୍କା , କଟା ଅଦା, କଟା ପୋଦିନା ଓ ଧନିଆ ପତ୍ର , ଲେମ୍ବୁ ରସ, ଲୁଣ ପକାଇ ଭଲ ଭାବେ ଗୋଳାନ୍ତୁ ଏହି ମିଶ୍ରଣକୁ ଛୋଟ ଛୋଟ ଗୋଳା କରି ବରା ପରି ଛାପି ରଖନ୍ତୁ ଏହାପରେ ତାୱା ଗରମ କରି ତେଲ ପକାଇ  ତେଲ ଭଲ ଭାବେ ଗରମ ହେଲେ ବରାକୁ ବାଦାମି ରଙ୍ଗ ହେବା ପର୍ଯ୍ୟନ୍ତ ଓଲଟାଇ ଭାଜନ୍ତୁ ଏହା କରିବା ପାଇଁ ଯେତିକି ସହଜ ସେତିକି ସ୍ଵାସ୍ଥକର ଏହାକୁ ସ୍ନାକ୍ସ ଭାବେ କିମ୍ବା ଭାତ , ଡାଲି ସହ ଗରମ ଗରମ ଖାଇବାକୁ ଦିଅନ୍ତୁ  

Jan 20, 2016

ଇଡ୍ଲୀ ମାଞ୍ଚୁରିଆନ -Idli Maachurian

ଇଡ୍ଲୀ ମାଞ୍ଚୁରିଆନ -Idli Maachurian
ସାମଗ୍ରୀ:-

ଇଡ୍ଲୀ ୬ଟି, ମଇଦା ୧ କପ, କର୍ନ ଫ୍ଲୋର ½ କପ , ଲୁଣ ୧ ଚାମଚ, ଗୋଲମରିଚ ଗୁଣ୍ଡ ½ ଚାମଚ ,ଛାଣିବା ପାଇଁ ରିଫାଇନ ତେଲ ସସ ପାଇଁ ତେଲ ୧ ଚାମକ ,ପିଆଜ ୧ଟି, କଞ୍ଚା ଲଙ୍କା ୧ଟି, ଅଦା ରସୁଣ ପେଷ୍ଟ ୧ ଚାମଚ, ଛୋଟ କ୍ୟାପସିକମ ୧ଟି, ଟମାଟୋ ସସ ୨ ଚାମଚ, ସୋୟ ସସ ୨ ଚାମଚ, ଚିନି ୧ ଚାମଚ , ଲଙ୍କା ଗୁଣ୍ଡ ½ ଚାମଚ, ଲୁଣ ସ୍ଵାଦ ଅନୁସାରେ, ଅଳ୍ପ ପାଣିରେ ଗୋଳା ଯାଇଥିବା ୧ ଚାମଚ କର୍ନଫ୍ଲୋର  

ପ୍ରସ୍ତୁତି  ପ୍ରଣାଳୀ:

ମଇଦା, କର୍ନଫ୍ଲୋର, ଲୁଣ, ଗୋଲମରିଚ ଗୁଣ୍ଡ ଓ ଅଳ୍ପ ପଣି ଦେଇ ଏକ ଘୋଳ ତିଆରି କରନ୍ତୁ ଏହାପରେ ଏଥିରେ  ଇଡ୍ଲୀଗୁଡିକୁ ଛୋଟ ଛୋଟ ଖଣ୍ଡ କରି କାଟି ନିଅନ୍ତୁ କରେଇରେ ତେଲ ଗରମ କରି ଘୋଳରେ ଥିବା ଇଡ୍ଲୀ ଖଣ୍ଡକୁ ବାଦାମି ରଙ୍ଗ କରି ଛାଣି ଅଲଗା ରଖନ୍ତୁ ଏବେ ଆଉ ଏକ କରେଇରେ ୧ ଚାମଚ ରିଫାଇନ ତେଲ ଗରମ କରି କଟା ପିଆଜ ଓ କଞ୍ଚାଲଙ୍କା ପକାଇ ଭାଜନ୍ତୁ ପିଆଜ ଅଳ୍ପ ଭାଜି ହୋଇଗଲାପରେ ସେଥିରେ ଅଦା ରସୁଣ ପେଷ୍ଟ ମିଶାଇ କଷି ଦିଅନ୍ତୁ ଏବେ ସେଥିରେ  କଟା କ୍ୟାପସିକମ , ଟମାଟୋ  ସସ , ସୋୟ ସସ ,ଚିନି ,ଲଙ୍କାଗୁଣ୍ଡା ,ଲୁଣ  ଓ କର୍ନଫ୍ଲୋର ଗୋଳା ହୋଇଥିବା ପାଣି ପକାଇ ଏପଟ ସେପଟ କରନ୍ତୁ ଏଥିରେ  ଛଣା ହୋଇଥିବା ଇଡ୍ଲୀକୁ ମିଶାଇ ଭାଜନ୍ତୁ ମସଲା ଶୁଖିଲା ହୋଇଆସିଲେ ଅଳ୍ପ କିଛି କଟା ରସୁଣ ଗୋଳାଇ ଆଞ୍ଚ ବନ୍ଦ ରଖନ୍ତୁ ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଇଡ୍ଲୀ ମାଞ୍ଚୁରିଆନ  

Jan 10, 2016

ଲେମ୍ବୁ ଭାତ - LEMON RICE

ଲେମ୍ବୁ ଭାତ   - LEMON RICE
ସାମଗ୍ରୀ:-
ବସୁମତୀ ଚାଉଳ ୩୫୦ ଗ୍ରାମ , ଚିନା ବାଦାମ ½ କପ ,ଶୁଖିଲା ଲଙ୍କା ଗୋଟା ୨ ଟି , ହରଡ ଡାଲି ୧ ଚାମଚ, ସୁରିଷ ୧ ଚାମଚ, ଚଣା  ଡାଲି ୧ ଚାମଚ, ହଳଦୀ ଗୁଣ୍ଡ ½ ଚାମଚ, ମେଥି  ½ ଚାମଚ, ଲେମ୍ବୁ ଯୁସ ୩ ଚାମଚ , ପାନମଧୁରୀ ଅଳ୍ପ , ଭୃସୁଙ୍ଗା ପତ୍ର ୧୦/୧୨ ଟି, ନଡିଆ (ଗ୍ରାଇଣ୍ଡିଙ୍ଗ ହୋଇଥିବା) ୧ ଚାମଚ, ତେଲ ୧ ଚାମଚ, ଲୁଣ ସ୍ଵାଦ ଅନୁସାରେ  


ପ୍ରସ୍ତୁତି  ପ୍ରଣାଳୀ:

ପ୍ରଥମେ ଚାଉଳକୁ ୨୦ ମିନିଟ ପାଣିରେ ବତୁରାଇ ଛାଣି ରଖନ୍ତୁ ଏହାପରେ ଲୁଣ ସ୍ଵାଦ ଅନୁସାରେ ଦେଇ ଚାଉଳକୁ ପାଣିରେ  ସିଝାଇ ଦିଅନ୍ତୁ ଚାଉଳ ଭଲ ଭାବରେ ସିଝି ଗଲାପରେ ଏହାକୁ ଗାଳି ଶୁଖିଲା କରି ରଖନ୍ତୁ କରେଇରେ ତେଲ ଦେଇ  ଭଲଭାବେ ଗରମ ହେଲେ  ଏଥିରେ ପାନମଧୁରୀ  ଲଙ୍କା ପକାଇ ଫୁଟାନ୍ତୁ ଏହାପରେ ହରଡ ଡାଲି, ଚଣା ଡାଲି ଓ ମେଥି ପକାଇ ହଲକା ବାଦାମି ରଙ୍ଗ ହେଲା ପର୍ଯ୍ୟନ୍ତ ଭାଜନ୍ତୁ ଏହାକୁ କରେଇରୁ କାଢି ରଖି ଦିଅନ୍ତୁ ।  ଏବେ କରେଇରେ ଗୋଟା ସୁରିଷ ଫୁଟାଇ ଓ ପରେ  ଚିନା (ଲାଲ ) ବାଦାମ ଏବଂ ଭୃସୁଙ୍ଗା ପତ୍ର  ପକାଇ ½ ମିନିଟ ଭାଜନ୍ତୁ ଏଥିରେ ରଖିଥିବା ଭଜା ଚାଉଳ ପକାଇ ଏଥିରେ ହଳଦୀ ଗୁଣ୍ଡ ପକାନ୍ତୁ ।  ଏହାପରେ ଲେମ୍ବୁ ଯୁସ ଦେଇ ଭଲ ଭାବେ ଗୋଳାଇ ଦିଅନ୍ତୁ ଏହାକୁ ନଡିଆ ଚଟଣି ସହ ଖାଇବାକୁ ଦିଅନ୍ତୁ ଶୀତ ଦିନେ ଏଥିରେ ଅଳ୍ପ ଲବଙ୍ଗ ପକାଇ ଖାଇବାକୁ ଦେଲେ ସୁସ୍ଵାଦୁକର ହୋଇଥାଏ 

Sep 10, 2015

କାନିକା- Kaanika

କାନିକା- Kaanika
ପ୍ରସ୍ତୁତି  ସାମଗ୍ରୀ – 
ବାସୁମତୀ  ଚାଉଳ  - ୩  କପ୍, କାଜୁ  - ୧୦/୧୫ ଟି , କିସମିସ – ୧୦/୧୫ଟି , ଚିନି – ଅଧେ କପ୍, ଘିଅ  - ୫ /୬  ଚାମଚ , ଗୋଟା   ଡାଲଚିନି , ଗୋଟା  ଲବଙ୍ଗ , ଗୋଟା  ଗୁଜୁରାତି , ଆବଶ୍ୟକ  ଅନୁଯାଇ   ଲୁଣ  ଓ  ହଳଦୀ  |  

ପ୍ରଣାଳୀ  -
ପ୍ରଥମେ  କାଜୁ  ଓ  କିସମିସକୁ  ଭାଜି  ରଖ | ଏହାପରେ କୁକରରେ  ଘିଅ  ଦେଇ ଗୁଜୁରାତି , ଲବଙ୍ଗ  ଓ ଡାଲଚିନି  ଦେଇ  ଚାଉଳକୁ   ଭାଜନ୍ତୁ  | ଚାଉଳ  ଭାଜି  ହୋଇଗଲେ  ପାଣି  ଦେଇ  ପ୍ରେସର  ଦିଅନ୍ତୁ | ଗୋଟିଏ  ହୁଇସିଲ୍ ଦେଲେ  ପ୍ରେସର   ଫିଟାଇ  କାଢନ୍ତୁ |  ଢାଙ୍କୁଣି  କାଢି   ଚିନି , କାଜୁ ,  କିସମିସ   ଗୋଳେଇ  ୨ ମିନିଟ୍   ଚୁଲାରେ  ଧୀର ଆଞ୍ଚରେ  ଘାଣ୍ଟ  ଓ  ଉପରେ  ଗୁଆଘିଅ  ଦେଇ    କାଢନ୍ତୁ