* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Jan 10, 2017

ଆମ୍ବ ପଲାଉ – Mango Palao

ଆମ୍ବ ପଲାଉ  – Mango Palao

ପ୍ରସ୍ତୁତି  ସାମଗ୍ରୀ – 

ବାସ୍ନା ଅରୁଆ ଚାଉଳ ୨ କପ, ପାଚିଲା ଆମ୍ବ ୨ ଟି , ବିରି ଡାଲି ୧ ଚାମଚ , ଜୀରା ୧ ଚାମଚ, ସୋରିଷ ୧ ଚାମଚ , ଭୁରୁସଙ୍ଗା ପତ୍ର , କଞ୍ଚା ଲଙ୍କା , ଘିଅ , ଲୁଣ , ଫାଳେ ନଡିଆ କୋରା  ।

ପ୍ରଣାଳୀ –


ପ୍ରଥମେ ଚାଉଆକୁ ଟାଣ ଥାଇ ଭାତ ରାନ୍ଧି ରଖନ୍ତୁ । ନଡିଆ କୋରାକୁ ଜୀରା ସହ ଭଲ ଭାବେ ବାଟି ରଖନ୍ତୁ । ଏହାପରେ କରେଇରେ ତେଲ  ଗରମ କରି ସୋରିଷ ଓ ବିରି ଡାଲି ଫୁଟାନ୍ତୁ ।  ସେଥିରେ ଭୁରୁସଙ୍ଗା ପତ୍ର , କଞ୍ଚା ଲଙ୍କା, ଆମ୍ବ କୋରା ଦେଇ ଭାତରେ ଗୋଳାଇ ଦିଅନ୍ତୁ । କିଛି ସମୟ ପରେ ବଟା ନଡିଆ ଦେଇ ଗୋଳାନ୍ତୁ । ଏଥିରେ ସ୍ଵାଦ ଅନୁସାରେ ଲୁଣ ଓ ଘିଅ ଦେଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ଏହା ସ୍ଵାଦିଷ୍ଟ ଓ  ପ୍ରଚୁର ଶକ୍ତି ଦେଇଥାଏ ।