ପୋଡପିଠା - Poda Pithaa
ପ୍ରସ୍ତୁତି
ସାମଗ୍ରୀ -
ଅରୁଆ ଚାଉଳ -
୧ କି . ଗ୍ରା , ଘିଅ - ୧୦୦ ଗ୍ରାମ , ଗୁଡ – ୨୫୦
ଗ୍ରାମ , ପାନମଧୁରୀ – ୧ ଛୋଟ
ଚାମଚ , ନଡିଆ - ୧ ଟା , ଅଳେଇଚ – ୨
ଟା , ଲୁଣ - ସ୍ଵାଦ
ଅନୁସାରେ ।
ପ୍ରଣାଳୀ
-
ନଡିଆକୁ ଭାଙ୍ଗି
ସରୁ ସରୁ କରି
କାଟିଦିଅ । ଅରୁଆ
ଚାଉଳକୁ ଗୁଣ୍ଡ କରି
ରଖ । ଗୁଡରେ ୧ ଗ୍ଳାସ
ପାଣି ଦେଇ ଚୁଲିରେ
ବସାନ୍ତୁ । ଏହି ଗୁଡରେ ଲୁଣ , ପାନମଧୁରୀ , ଅଳେଇଚ ପକାନ୍ତୁ । ଗୁଡ ମିଶିଯାଇ
ପାଣି ଫୁଟିଲେ ସେଥିରେ
ଖଣ୍ଡନଡିଆ ମଧ୍ୟ ପକାନ୍ତୁ
।
ଏହାପରେ
ସେଥିରେ ଚାଉଳ ଚୂନା
ପକାଇ ଖଳି କରି
ଦିଅନ୍ତୁ । ଘିଅ
ହାତ ମାରି ଖଳି
ଥଣ୍ଡା କରି ଭଲଭାବରେ
ଚକଟିଦିଅନ୍ତୁ । ଏବେ ଗୋଟିଏ ଲୁହା
କଡେଇରେ କଦଳିପତ୍ର ପକାଇ ଦିଅନ୍ତୁ
।
ଏହା ଉପରେ
ଖଳିକୁ ଭଲଭାବରେ ଢାଳିଦିଅନ୍ତୁ
।
ପୁଣି
କଦଳିପତ୍ର ଘୋଡାଇ ଉପରେ
କାଠ ନିଆଁ ଥୋଇଦିଅନ୍ତୁ ଓ
ଏହାକୁ ଚୁଲିରେ ବସାନ୍ତୁ
।
୧
ଘଣ୍ଟାପରେ ବା ଆଗରୁ ହେଲାଣି
କି ନୁହେଁ ଦେଖି
ଚୁଲି ଉପରୁ କାଢି
ଦେବେ ।
No comments:
Post a Comment