ଟମାଟୋ ଡାଲି – Tamato Dal
ସାମଗ୍ରୀ: 
ଟମାଟୋ ୨ଟି, ପିଆଜ ୧ଟି, ସୋରିଷ ୧/୨ ଚାମଚ , ହଳଦୀ ଗୁଣ୍ଡ ୧ ଚାମଚ, କଞ୍ଚା ଲଙ୍କା ୨ଟି , ଭୁରୁସଙ୍ଗା ପତ୍ର, ହରଡ କିମ୍ବା ମସୁର ଡାଲି ୧ କପ, ବିରି ଡାଲି ୧/୨ ଚାମଚ, ତେଲ, ଲୁଣ ସ୍ଵାଦ ଅନୁସାରେ ।
|  | 
| DAMATO DAL BY ODIATASTYKHANA | 
ପ୍ରଣାଳୀ:
ପ୍ରଥମେ  ଡାଲିକୁ ହଳଦୀ ପାଣିରେ ସିଝାଇ ରଖନ୍ତୁ । ଏହାପରେ କରେଇ ବସାଇ ତେଲ ପକାନ୍ତୁ ।  ତେଲ ଗରମ ହେଲେ କଟା ପିଆଜ ପକାଇ ଭଜନ୍ତୁ । ଏହାପରେ ଏଥିରେ କଟା ବିଲାତି ଓ କଞ୍ଚା ଲଙ୍କା ପକାଇ ଭଜନ୍ତୁ ।  ତାପରେ  ଡାଲି ପକେଇ ଗୋଳେଇ ଦିଅନ୍ତୁ । ସ୍ଵାଦ ଅନୁସାରେ ଲୁଣ ପକାଇ ଗୋଳେଇ ଦିଅନ୍ତୁ । ଅନ୍ୟ ଏକ କରେଇରେ ତେଲ ଫୁଟେଇ ବିରିଡାଲି, ସୋରିଷ, ହେଙ୍ଗୁ, ଭୁରୁସଙ୍ଗା ପତ୍ର ପକାଇ ଭାଜି ଡାଲି ସହିତ ମିଶାଇ ଦିଅନ୍ତୁ ।  ଏହାକୁ ଗରମ ଗରମ ଖାଇବାକୁ ପରଷନ୍ତୁ ।  ଏହାକୁ ରୁଟି ସହିତ ଖାଇବାକୁ ଭଲ ଲାଗେ ।
No comments:
Post a Comment