ଛେନା ପାଏସ୍ - CHHENAA PAIES
ଆବଶ୍ୟକ   ସାମଗ୍ରୀ :
୨୫୦ ଗ୍ରା .   ଚିପୁଡା   ଛେନା ,  ୨  ଲିଟର   କ୍ଷୀର  ,  ୨୦୦ ଗ୍ରା .   ଚିନି  ,  ୪ ଟି  ଗୁଜୁରାତି , ଗୋଟେରୁ  ଚଉଠ  ଜାଇଫଳ , ୧ କପ୍ ରିଫାଇନ  ତେଲ  | 
ପ୍ରସ୍ତୁତ  ପ୍ରଣାଳୀ  :
କଡେଇରେ  ତେଲ  ଗରମ  କରି  ଛେନାକୁ  ଗ୍ରେଅରରେ   କୋରି   ତେଲରେ  ଛାଣି  ରଖନ୍ତୁ  | ଅନ୍ୟ  ଏକ   ପାତ୍ରରେ  ୧ ଚାମଚ       ଘିଅ  ଦେଇ  ଗୋଟା   ଗୁଜୁରାତିକୁ   ଫାଳ   କରି  ଏବଂ  ଲବଙ୍ଗକୁ   ସେଥିରେ   ପକାନ୍ତୁ  |  ଏଥିରେ   ଏବେ  କ୍ଷୀର   ଦେଇ   ଧିମା  ଆଞ୍ଚରେ  କ୍ଷୀର  ବହଳିଆ  ହେବା  ଯାଏ   ଫୁଟାନ୍ତୁ   |  ଏବେ   ଏଥିରେ   ଚିନି   ପକାନ୍ତୁ  |   ୫  ମିନିଟ   କ୍ଷୀରକୁ   ଭଲ   ଭାବରେ   ଗୋଳାନ୍ତୁ , ଚିନି  ମିଶିଗଲେ  ଆଗରୁ   ଛାଣିରଖିଥିବା   ଛେନାକୁ   ପକାଇ  ୫  ମିନିଟ  ଚୁଲିରେ  ବସାନ୍ତୁ  |  ଚୁଲିରୁ  ଓହ୍ଲାଇ  ଥଣ୍ଡା  କରନ୍ତୁ   |  ଜାଇଫଳକୁ   ଗୁଣ୍ଡ  କରି   ତା , ଉପରେ  ପକାଇ   ପରିବେଷଣ   କରନ୍ତୁ   ଛେନା    ପାଏସ  |

No comments:
Post a Comment