* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Showing posts with label METHI PALAO. Show all posts
Showing posts with label METHI PALAO. Show all posts

Oct 16, 2014

ମେଥି କର୍ନ ପଲଉ - Fenugreek Corn Palao

ମେଥି କର୍ନ ପଲଉ - Fenugreek Corn Palao

ଆବଶ୍ୟକ ସାମଗ୍ରୀ:

୫୦୦ ଗ୍ରା . ଡେରାଡୁନ ବାସୁମତୀ ଚାଉଳ , ୨ ବିଡା ମେଥି ଶାଗ , ଅଧା କପ୍ ମକା ଦାନା , ୨ ଟି ବଡ ପିଆଜ , ୨/୩ଟି ଗୁଜୁରାତି , ୫/୬ଟି ଲବଙ୍ଗ , ୧ ଖଣ୍ଡ ଡାଲଚିନି , ୨ ଟି ତେଜପତ୍ର , ୭/୮ଟି ଗୋଟା ଗୋଲମରିଚ , ୧ ଛୋଟ ଚାମଚ ଗରମମସାଲା ଗୁଣ୍ଡ, ୨/୩ଟି କଟା କଞ୍ଚାଲଙ୍କା , ୨ ବଡ ଚାମଚ ଦେଶୀ ଘିଅ ଓ ଆବଶ୍ୟକ ଅନୁଯାୟୀ ଲୁଣ |




ପ୍ରସ୍ତୁତ ପ୍ରଣାଳୀ :

ଚାଉଳକୁ ଧୋଇ ବତୁରାଇ ରଖନ୍ତୁ | ଶାଗକୁ ବାଛି ପତ୍ର ଅଲଗା କରି ଧୋଇ କାଟି ରଖନ୍ତୁ | ପିଆଜକୁ ଲମ୍ବାଲାମ୍ବା କାଟି ରଖନ୍ତୁ | ଡେକ୍ଚିରେ ଘିଅ ଗରମ କରି ଉପରେ ଦିଆଯାଇଥିବା ସମସ୍ତ ଗରମମସାଲା , ତେଜପତ୍ର , କଟା ପିଆଜ ଓ କଟା କଞ୍ଚାଲଙ୍କା ପକାଇ ଭାଜନ୍ତୁ | ପିଆଜ ଭାଜି ହୋଇଆସିଲେ ଚାଉଳକୁ ପକାନ୍ତୁ | ମକା ଦାନା କିମ୍ବା ମକାରୁ ଦାନା କାଢି ଚାଉଳରେ ପକାଇ ଭଲ ଭାବରେ ଗୋଳାନ୍ତୁ | ଏବେ ମେଥିପତ୍ର ପକାଇ ଗୋଳାଇ ଚାଉଳରେ ୨ ଗୁଣା ପାଣି , ଗରମମସାଲା ଗୁଣ୍ଡ ଓ ଆବଶ୍ୟକ ଅନୁଯାୟୀ ଲୁଣ ପକାଇ ଢାଙ୍କୁଣୀ ଘୋଡାଇ ଧିମା ଆଞ୍ଚରେ ଭାତ ହେବା ଯାଏ ରାନ୍ଧନ୍ତୁ | ଚୁଲିରୁ ଓହ୍ଲାଇ ଭଲଭାବରେ ଗୋଳାଇ ପରିବେଷଣ କରନ୍ତୁ ମେଥି କର୍ନ ପଲଉ |