* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Showing posts with label Easy recipes. Show all posts
Showing posts with label Easy recipes. Show all posts

Jan 10, 2016

ଲେମ୍ବୁ ଭାତ - LEMON RICE

ଲେମ୍ବୁ ଭାତ   - LEMON RICE
ସାମଗ୍ରୀ:-
ବସୁମତୀ ଚାଉଳ ୩୫୦ ଗ୍ରାମ , ଚିନା ବାଦାମ ½ କପ ,ଶୁଖିଲା ଲଙ୍କା ଗୋଟା ୨ ଟି , ହରଡ ଡାଲି ୧ ଚାମଚ, ସୁରିଷ ୧ ଚାମଚ, ଚଣା  ଡାଲି ୧ ଚାମଚ, ହଳଦୀ ଗୁଣ୍ଡ ½ ଚାମଚ, ମେଥି  ½ ଚାମଚ, ଲେମ୍ବୁ ଯୁସ ୩ ଚାମଚ , ପାନମଧୁରୀ ଅଳ୍ପ , ଭୃସୁଙ୍ଗା ପତ୍ର ୧୦/୧୨ ଟି, ନଡିଆ (ଗ୍ରାଇଣ୍ଡିଙ୍ଗ ହୋଇଥିବା) ୧ ଚାମଚ, ତେଲ ୧ ଚାମଚ, ଲୁଣ ସ୍ଵାଦ ଅନୁସାରେ  


ପ୍ରସ୍ତୁତି  ପ୍ରଣାଳୀ:

ପ୍ରଥମେ ଚାଉଳକୁ ୨୦ ମିନିଟ ପାଣିରେ ବତୁରାଇ ଛାଣି ରଖନ୍ତୁ ଏହାପରେ ଲୁଣ ସ୍ଵାଦ ଅନୁସାରେ ଦେଇ ଚାଉଳକୁ ପାଣିରେ  ସିଝାଇ ଦିଅନ୍ତୁ ଚାଉଳ ଭଲ ଭାବରେ ସିଝି ଗଲାପରେ ଏହାକୁ ଗାଳି ଶୁଖିଲା କରି ରଖନ୍ତୁ କରେଇରେ ତେଲ ଦେଇ  ଭଲଭାବେ ଗରମ ହେଲେ  ଏଥିରେ ପାନମଧୁରୀ  ଲଙ୍କା ପକାଇ ଫୁଟାନ୍ତୁ ଏହାପରେ ହରଡ ଡାଲି, ଚଣା ଡାଲି ଓ ମେଥି ପକାଇ ହଲକା ବାଦାମି ରଙ୍ଗ ହେଲା ପର୍ଯ୍ୟନ୍ତ ଭାଜନ୍ତୁ ଏହାକୁ କରେଇରୁ କାଢି ରଖି ଦିଅନ୍ତୁ ।  ଏବେ କରେଇରେ ଗୋଟା ସୁରିଷ ଫୁଟାଇ ଓ ପରେ  ଚିନା (ଲାଲ ) ବାଦାମ ଏବଂ ଭୃସୁଙ୍ଗା ପତ୍ର  ପକାଇ ½ ମିନିଟ ଭାଜନ୍ତୁ ଏଥିରେ ରଖିଥିବା ଭଜା ଚାଉଳ ପକାଇ ଏଥିରେ ହଳଦୀ ଗୁଣ୍ଡ ପକାନ୍ତୁ ।  ଏହାପରେ ଲେମ୍ବୁ ଯୁସ ଦେଇ ଭଲ ଭାବେ ଗୋଳାଇ ଦିଅନ୍ତୁ ଏହାକୁ ନଡିଆ ଚଟଣି ସହ ଖାଇବାକୁ ଦିଅନ୍ତୁ ଶୀତ ଦିନେ ଏଥିରେ ଅଳ୍ପ ଲବଙ୍ଗ ପକାଇ ଖାଇବାକୁ ଦେଲେ ସୁସ୍ଵାଦୁକର ହୋଇଥାଏ 

Jan 1, 2016

ନଡିଆ ଚିତଉ ପିଠା -COCONUT CHITAU PITHAA

ନଡିଆ ଚିତଉ ପିଠା -COCONUT CHITAU PITHAA
ସାମଗ୍ରୀ:-
ଅରୁଆ ଚାଉଳ -୫୦୦ ଗ୍ରାମ , ନଡିଆ- ୧ଟା, ଲୁଣ –ସ୍ଵାଦ ଅନୁସାରେ

ପ୍ରସ୍ତୁତି  ପ୍ରଣାଳୀ: -


ଅରୁଆ ଚାଉଳକୁ ୫/୬ ଘଣ୍ଟା ପାଣିରେ ବତୁରାଇ ରଖନ୍ତୁ । ନଡିଆକୁ ସରୁ ସରୁ କରି କୋରି ରଖନ୍ତୁ ଚାଉଳକୁ  ଧୋଇ ନଡିଆ କୋରା ସହ ମିଶାଇ ଭଲଭାବରେ ବାଟି / ଗ୍ରାଇଣ୍ଡିଙ୍ଗ କରି ଏଥିରେ ସ୍ଵାଦ ଅନୁସାରେ ଲୁଣ ପକାଇ ଅଳ୍ପ ସମୟ ରଖିଦିଅନ୍ତୁ ମାଟି ପଲମ କିମ୍ବା ଲୁହା କରେଇ ଚୁଲିରେ ବସାନ୍ତୁ ଦେଖିବାକୁ  ପଡିବ ଯେ ଚାଉଳବଟା ଯେପରି ଅତି ପାଣିଆ ବା ପତଳା ହେବନାହିଁ ।   ଏହାପରେ ଏଥିରେ ପିଠଉ ପକାଇ ଥାଳିଆ ବା ମାଟି ଘୋଡଣି ଘୋଡେଇ ଦିଅନ୍ତୁ ଓଦା କପଡା ଥାଳିଆର ଚାରିପଟେ ବୁଲାଇ ଦିଅନ୍ତୁ ଯେପରି ପିଠା ଘୋଡଣି ଭିତରେ ବାମ୍ଫରେ ହେବ ପିଠା ସିଝି ଗଲାପରେ କାଢି ଦିଅନ୍ତୁ ଚିତଉ ପିଠା ଓଲଟା ଯାଏ ନାହିଁ , ଏକାଥରେ ସିଝିବାକୁ ଦିଆଯାଏ । ଆମ  ଓଡିଆ ପରମ୍ପରାରେ ଏହି ପିଠା ଚିତାଲାଗି ଅମବାସ୍ୟାରେ ଭୋଗ କରାଯାଏ । ଖାଇବାକୁ  ଏହା ଅତ୍ୟନ୍ତ ସ୍ଵାଦିଷ୍ଟ ଯେମିତି ସ୍ଵାସ୍ଥ୍ୟକର ମଧ୍ୟ ।