* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Jul 16, 2020

ପାଳଙ୍ଗ ବଡି ଚୁଡ୍ଚୁଡା – Palak Badi Chudchudaa


ପାଳଙ୍ଗ ବଡି ଚୁଡ୍ଚୁଡା – Palak Badi Chudchudaa
ପ୍ରସ୍ତୁତି ସାମଗ୍ରୀ-

ଫୁଲ ବଡି ୭-୮ ଟି, ତେଲ ଅଳ୍ପ, ପାଳଙ୍ଗ ଶାଗ ୨ ବିଡା, ରସୁଣ ୬-୮ କୋଲା, ସୋରିଷ ବଟା ୧ ଚାମଚ, ଲୁଣ ଆବଶ୍ୟକ ଅନୁଯାଇ, କଞ୍ଚା ଲଙ୍କା ୧ଟି  
  
ପ୍ରଣାଳୀ

ପ୍ରଥମେ ଫୁଲ ବଡିକୁ ତେଲରେ ଭାଜି ରଖନ୍ତୁ । ଏବେ କରେଇରେ ତେଲ ଫୁଟାଇ ସେଥିରେ କଟା ପାଳଙ୍ଗଶାଗ ପକାନ୍ତୁ ।  ପିଠା ଖଡିକାରେ ଏପଟ ସେପଟ କରି ଅଳ୍ପ ସିଝି ଆସିଲେ ଏଥିରେ ଛେଚା ରସୁଣ, ସୋରିଷ ବଟା, ଭଜା ବଡି ପକାଇ ଅଳ୍ପ ଆଞ୍ଚରେ ବସାଇ ଢାଙ୍କଣା ଦେଇ ୧-୨ ମିନିଟ ଛାଡି ଦିଅନ୍ତୁ। ଏବେ ଏଥିରେ ଲୁଣ ଆବଶ୍ୟକ ଅନୁସାରେ ପକାଇ ଗୋଳାଇ ପାଣି ମରିଗଲେ ଗରମ ଗରମ ପରସନ୍ତୁ ।   କଞ୍ଚା ଲଙ୍କା ଚୁନ ଚୁନ କରି ପକାଇ ପାରିବେ ।  

Jul 1, 2020

ପୋଟଳ ପିଆଜ ବସା – Potal (pointed guard) Onion Basaa


ପୋଟଳ ପିଆଜ ବସା – Potal (pointed guard) Onion Basaa

ପ୍ରସ୍ତୁତି ସାମଗ୍ରୀ-

ପୋଟଳ ୫୦୦ ଗ୍ରାମ, ପିଆଜ ୨୫୦ ଗ୍ରାମ, ହଳଦୀ, ଲଙ୍କା, ଡାଲଚିନ ଓ ଲୁଣ ଆବଶ୍ୟକ ଅନୁଯାଇ, ରସୁଣ ୨-୩ କୋଲା, ତେଲ ଅଳ୍ପ, କ୍ଷୀର ୨ ଚାମଚ ଓ  ଗୁଆ ଘିଅ ୧ ଚାମଚ, କାଜୁ ଓ କିସମିସ ଅଳ୍ପ     

ପ୍ରଣାଳୀ

ପ୍ରଥମେ ପୋଟଳକୁ ଚାଞ୍ଛି ଭଲ ଭାବେ ପାଣିରେ ଧୋଇ ଦୁଇ ଫାଳ କରି କାଟି  ରଖନ୍ତୁ ।  ପିଆଜ ଅଧା ନେଇ ସରୁ ସରୁ ଲମ୍ବା କରି କାଟି ରଖନ୍ତୁ   ଆର ଅଧକ ପିଆଜ ସହ ରସୁଣ, ଲଙ୍କା, ଡାଲଚିନି ବାଟି ଦିଅନ୍ତୁ    
ଏବେ ତେଲ ଗରମ କରି ପିଆଜ କଟା  ଓ ପୋଟଳ, ଲୁଣ ହଳଦୀ ଗୁଣ୍ଡ ଦେଇ ଭାଜନ୍ତୁ ।  ଅଧା ଭଜା ହୋଇଗଲେ ସେଥିରେ ବଟା  ମସଲାକୁ ପକାଇ ସିମରେ ଢାଙ୍କୁଣୀ ଦେଇ ଘୋଡାଇ ରଖନ୍ତୁ ।  ଭଲ ଭାବେ ଭାଜି ହୋଇଗଲେ ୨ ଚାମଚ କ୍ଷୀର ଓ ୧ ଚାମଚ ଗୁଆ ଘିଅ ଦେଇ ଗୋଳେଇ ଦିଅନ୍ତୁ । ଏଥିରେ ଭଜା କାଜୁ ଓ କିସମିସ ଦେଇ ପରସନ୍ତୁ ।   ଖାଆନ୍ତୁ ଓ ଖୁଆନ୍ତୁ ବହୁତ ଟେଷ୍ଟି ।   

Jun 16, 2020

ସାଧା ବେସର – Veg Besar

ସାଧା ବେସର – Veg Besar
ପ୍ରସ୍ତୁତି ସାମଗ୍ରୀ-

ମାଟି ଆଳୁ, ପୋଟଳ, କଖାରୁ, ସାରୁ, ଅମୃତ ଭଣ୍ଡା, କଞ୍ଚା କଦଳୀ ପ୍ରତ୍ୟକ ୨୫୦ ଗ୍ରାମ, ହଳଦୀ ଗୁଣ୍ଡ ଓ ଲୁଣ ଆବଶ୍ୟକ ଅନୁସାରେ, ଗୁଆ ଘିଅ ୨/୩ ଚାମଚ, ପାନମଧୁରୀ, ସୋରିଷ ଓ ପୋସ୍ତ ୨ ଚାମଚ କରି , ନଡିଆ ୧ଟି , ଶୁଖିଲା ଲଙ୍କା ୨/୩ ଟି , ଅଦା ଖଣ୍ଡେ, ଫୁଟଣ ୨ ଚାମଚ, ହେଙ୍ଗୁ ଅଧା ଚାମଚ    

ପ୍ରଣାଳୀ

ପ୍ରଥମେ ମାଟି ଆଳୁ, ପୋଟଳ, କଖାରୁ, ସାରୁ, ଅମୃତ ଭଣ୍ଡା, କଞ୍ଚା କଦଳୀକୁ ଭଲ ଭାବେ ଧୋଇ ଚାରିକୋଣି  ଭଳି କାଟି ରଖନ୍ତୁ ।   ନଡିଆ କୋରି କରି ରଖନ୍ତୁ ।  ବଡିକୁ ଅଳ୍ପ  ଗୁଆରେ ଭାଜି ରଖନ୍ତୁ ।   ପାନମଧୁରୀ, ସୋରିଷ ଓ ପୋସ୍ତ କୁ ବାଟି ବା ପେଷ୍ଟ  କରି ରଖନ୍ତୁ ।  

ଏବେ ଆଞ୍ଚରେ କରେଇ ବସେଇ ଅଳ୍ପ ପାଣି ଦେଇ ପାରିବା କଟା, ଲୁଣ, ହଲିଦି ଗୁଣ୍ଡ, ବଟା ମସଲା, କଟା ଅଦା ପକାଇ ଅଳ୍ପ ସମୟ ଢାଙ୍କି ସିଝାନ୍ତୁ ।   ଏହାପରେ ଏଥିରେ ନଡିଆ କୋରା, ଭଜା ବଡି ପକାଇ ଆଉ କିଛି ସମୟ ସିଝାନ୍ତୁ ।   ସିଝି ଆସିଲେ ଅନ୍ୟ ଏକ ପ୍ୟାନରେ ଘିଅ ଗରମ କରି, ଲଙ୍କା ଓ ଫୁଟଣ ଫୁଟାଇ ଏଥିରେ ହେଙ୍ଗୁ ପକାଇ ଗରମ ଗରମ ଅବସ୍ଥାରେ ତରକାରୀରେ  ଭଲ ଭାବେ ମିଶାଇ ଦିଅନ୍ତୁ ।   ଏବେ ପ୍ରସ୍ତୁତ ଆପଣଙ୍କ  ମନପସନ୍ଦ ପାରିବା ବେସର ।   

Jun 1, 2020

ପାଉଁରୁଟି ମାଲପୁଆ – Bread Malpuaa


ପାଉଁରୁଟି  ମାଲପୁଆ – Bread Malpuaa
ପ୍ରସ୍ତୁତି ସାମଗ୍ରୀ-

ପାଉଁରୁଟି ୫/୬ ପିସ, ମଇଦା ୧୦୦ ଗ୍ରାମ, ଛାଣିବା ପାଇଁ ରିଫାଇନ ତେଲ, ପାଚିଲା କଦଳୀ ୨ ଟି, ଗୁଜୁରାତି  ୨ଟି,  ଚିନି ୧୦୦ ଗ୍ରାମ, ଗୁଲମରିଚ ଗୁଣ୍ଡ ଅଧା ଚାମଚ, ପାନ ମହୁରୀ  ୧ ଚାମଚ, କିଛି କାଜୁ ଓ କିସମିସ       

ପ୍ରଣାଳୀ –.

ପ୍ରଥମେ ପାଉଁରୁଟିକୁ  କିଛି ସମୟ ପାଣିରେ  ଭିଜାଇ ରଖନ୍ତୁ।   ଏବେ ମଇଦା, ପାଚିଲା କଦଳୀ ପକାଇ ଏକାଠି ଭଲ ଭାବେ ଚକଟି ଦିଅନ୍ତୁ।   ପାନ ମହୁରୀ, ଗୋଲମରିଚ ଗୁଣ୍ଡ ଓ ଗୁଜୁରାତି ଗୁଣ୍ଡ ଏକାଠି ମିଶାଇ ଦିଅନ୍ତୁ ।  ଏବେ କରେଇରେ ତେଲ ଗରମ କରି ଏହାକୁ ଗୋଲ ଗୋଲ କରି ଛାଣି ଦିଅନ୍ତୁ । 

 ଏହାକୁ ଚିନି ସିରା କରି କିଛି ସମୟ ପକାଇ ରଖି ଖାଇବାକୁ ଦେଇପାରିବେ କିମ୍ବା ବିନା ଚିନି ସିରାରେ ମଧ୍ୟ ଖାଇ ପାରିବେ ।  ଏହା ଉପରେ କାଜୁ ସ୍ଲାଇସ ଓ କିସମିସ ସଜାଇ ପରସନ୍ତୁ ।