* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Jun 1, 2020

ପାଉଁରୁଟି ମାଲପୁଆ – Bread Malpuaa


ପାଉଁରୁଟି  ମାଲପୁଆ – Bread Malpuaa
ପ୍ରସ୍ତୁତି ସାମଗ୍ରୀ-

ପାଉଁରୁଟି ୫/୬ ପିସ, ମଇଦା ୧୦୦ ଗ୍ରାମ, ଛାଣିବା ପାଇଁ ରିଫାଇନ ତେଲ, ପାଚିଲା କଦଳୀ ୨ ଟି, ଗୁଜୁରାତି  ୨ଟି,  ଚିନି ୧୦୦ ଗ୍ରାମ, ଗୁଲମରିଚ ଗୁଣ୍ଡ ଅଧା ଚାମଚ, ପାନ ମହୁରୀ  ୧ ଚାମଚ, କିଛି କାଜୁ ଓ କିସମିସ       

ପ୍ରଣାଳୀ –.

ପ୍ରଥମେ ପାଉଁରୁଟିକୁ  କିଛି ସମୟ ପାଣିରେ  ଭିଜାଇ ରଖନ୍ତୁ।   ଏବେ ମଇଦା, ପାଚିଲା କଦଳୀ ପକାଇ ଏକାଠି ଭଲ ଭାବେ ଚକଟି ଦିଅନ୍ତୁ।   ପାନ ମହୁରୀ, ଗୋଲମରିଚ ଗୁଣ୍ଡ ଓ ଗୁଜୁରାତି ଗୁଣ୍ଡ ଏକାଠି ମିଶାଇ ଦିଅନ୍ତୁ ।  ଏବେ କରେଇରେ ତେଲ ଗରମ କରି ଏହାକୁ ଗୋଲ ଗୋଲ କରି ଛାଣି ଦିଅନ୍ତୁ । 

 ଏହାକୁ ଚିନି ସିରା କରି କିଛି ସମୟ ପକାଇ ରଖି ଖାଇବାକୁ ଦେଇପାରିବେ କିମ୍ବା ବିନା ଚିନି ସିରାରେ ମଧ୍ୟ ଖାଇ ପାରିବେ ।  ଏହା ଉପରେ କାଜୁ ସ୍ଲାଇସ ଓ କିସମିସ ସଜାଇ ପରସନ୍ତୁ ।

May 16, 2020

ଫୁଟି କାକୁଡି ଆଇସକ୍ରିମ – Yellow Cucumber IceCream


ଫୁଟି କାକୁଡି ଆଇସକ୍ରିମ – Yellow Cucumber IceCream
ପ୍ରସ୍ତୁତି ସାମଗ୍ରୀ-

ଫୁଟି କାକୁଡି ୫୦୦ ଗ୍ରାମ, ମିଲ୍କ ପାଉଡର ୨୫୦ ଗ୍ରାମ, ଚିନି ୨୦୦ ଗ୍ରାମ, ଚେରୀ ୧୫ ଟି, ଗୁଜୁରାତି ୨ଟି       


ପ୍ରଣାଳୀ

ପ୍ରଥମେ ଫୁଟିକାକୁଡିରୁ  ଚୋପା ଛଡାଇ ମଞ୍ଜି ବାହାର କରି ରଖନ୍ତୁ ଏହାକୁ ଗ୍ରାଇଣ୍ଡରରେ  ଭଲ ଭାବରେ ଗ୍ରାଇଣ୍ଡ କରି ଏଥିରେ ମିଲ୍କ ପାଉଡର ଓ ଚିନି ପକାଇ ଭଲ ଭାବରେ ଫେଣ୍ଟି ଦିଅନ୍ତୁ । 
ଏବେ ଏହାକୁ ଫ୍ରିଜରେ ରଖି ଥଣ୍ଡା କରି ଗୁଜୁରାତି ଗୁଣ୍ଡ ଅଳ୍ପ ପକାଇ ଆଉଥରେ ଫେଣ୍ଟି ଦିଅନ୍ତୁ ।  


ଏହା ଉପରେ ଚେରୀ କାଟି ସଜାଇ ପରସନ୍ତୁ  ।  ଏହା ଯେପରି ସୁଆଦିଆ ସେପରି ଖାଦ୍ୟ ସାର ଯୁକ୍ତ ମଧ୍ୟ । 


May 1, 2020

ଚୋକଲେଟ କେକ – Chocolate Cake


ଚୋକଲେଟ କେକ – Chocolate Cake
ପ୍ରସ୍ତୁତି ସାମଗ୍ରୀ-

ଓରିୟ ବା ଅନ୍ୟ ଚୋକଲେଟ ବିସକୁଟ ପ୍ୟାକଟ 3 ଟି, ଲହୁଣୀ ( butter) ଅଳ୍ପ, କ୍ଷୀର, ବଟର ପେପର,  ଚେରି, ବେକିଂ ପାଉଡର  
   
ପ୍ରଣାଳୀ


ପ୍ରଥମେ ବିସକୁଟକୁ ପ୍ୟାକଟରୁ କାଢି କ୍ରିମକୁ  ବାହାର କରି ଅଲଗା ରଖନ୍ତୁ । ଗ୍ରାଇଣ୍ଡରରେ ବିସକୁଟ ଗୋଡିକୁ ଗୁଣ୍ଡ କରି ରଖନ୍ତୁ ।  ଏଥିରେ ଅଳ୍ପ ବେକିଂ ପାଉଡର, ଲହୁଣୀ ଏବଂ ଆବଶ୍ୟକ  କ୍ଷୀର ମିଶାଇ ଭଲଭାବେ ଗୋଳେଇ ଦିଅନ୍ତୁ ଯେପରି ଅଧିକ ପଣିଆ ନ ହୁଏ  । ଏହା କେକର ପେଷ୍ଟ ହୋଇଗଲା । ଏବେ ପ୍ରେସର କିମ୍ବା କରେଇ ଗରମ କରି ଏକ କେକ ଫ୍ରେମ ବା ଗ୍ରୀଲ ପକାଇ ରଖନ୍ତୁ ଯେପରି ତା ଉପରେ କେକ ପ୍ୟାନ ରଖି ପାରିବେ । ଏବେ କେକ ପ୍ୟାନ ବା ଷ୍ଟିଲ ପାତ୍ରରେ ପ୍ରଥମେ ଲହୁଣୀ ମାରି  ତା ଉପରେ ବଟର ପେପର ପକାଇ ଏହା ଉପରେ ବିସକୁଟ କେକ ପେଷ୍ଟକୁ ଅଧା ଦେଇ ଭଲ ଭାବେ ବସାଇ ଦିଅନ୍ତୁ ।  ଏବେ ଗରମ କରି ଢାଙ୍କୁଣୀ ବନ୍ଦ କରି  ୫/୭ ମିନିଟ  ହୋଇଗଲେ ବାହାରକୁ ଆଣି କ୍ରିମକୁ କେକ ଉପରେ ଭଲଭାବେ ପକାଇ ଏହା ଉପରେ ଆର ଅଧକ କେକ ପେଷ୍ଟ ଦେଇ ଆଞ୍ଚରେ ବସାଇ ଦିଅନ୍ତୁ ।   ୫/୭ ମିନିଟ ହୋଇଗଲେ ଟୁଥପିକ ବା ଫୋର୍କ ବା ଛୁରୀ ରେ ଦାଗୀ ମାରି ଦେଖିବେ ଯେପରି ସେଥିରେ କେକ ଲାଗିବା ନାହିଁ , ତେବେ କେକ ହୋଇଗଲା ଜାଣିବେ ଏବଂ  ବାହାରକୁ ଆଣି  ଥଣ୍ଡା କରି ଏହା ଉପରେ କେକ କ୍ରିମ ଓ ଚେରୀ ୪/୫ ଟି   ପକାଇ ସଜାଇ ପରସନ୍ତୁ ।

Apr 16, 2020

କଞ୍ଚା କଦଳୀ ଦମ – Green Banana Dum


କଞ୍ଚା କଦଳୀ ଦମ  – Green Banana Dum
ପ୍ରସ୍ତୁତି ସାମଗ୍ରୀ-

 କଞ୍ଚା କଦଳୀ  ୩ ଟି, ଲଙ୍କା ଗୁଣ୍ଡ ଅଧା ଚାମଚ, ପୋସ୍ତ ୧ ଚାମଚ, ରିଫାଇନ ତେଲ ୨ ଚାମଚ, ଲୁଣ ଓ ହଳଦୀ ଆବଶ୍ୟକ ପରିମାଣ, ତେଜ ପତ୍ର ୨-୩ ଟି, ଗୁଜୁରାତି ୩ଟି, ଡାଲଚିନି ୪-୫ ଟି ଛୋଟ ଛୋଟ ଖଣ୍ଡ ବିଲାତି ବାଇଗଣ ୧ ଟି , ନଡିଆ କୋରା ୧ ଚାମଚ, ଧନିଆ ଓ ଜୀରା ଗୁଣ୍ଡ ୨ ଚାମଚ, ଅଦା ଖଣ୍ଡେ     

ପ୍ରଣାଳୀ

ପ୍ରଥମେ କଞ୍ଚା କଦଳୀକୁ ଚୋପା ଛଡାଇ ବଡ ବଡ ଖଣ୍ଡ କରି କାଟି ରଖନ୍ତୁ    ଏବେ ପୋସ୍ତ, ଅଦା ଓ ନଡିଆ କୋରାକୁ  ବାଟି ରଖନ୍ତୁ ।   ଏବେ କରେଇରେ ତେଲ ଗରମ କରି ଏଥିରେ ତେଜ ପତ୍ର, ଡାଲଚିନି ଓ  ଗୁଜୁରାତି  ଫୁଟାଇ ଦିଅନ୍ତୁ ।  ସେଥିରେ କଦଳୀ ପକାଇ ଲୁଣ , ହଳଦୀ  ପକାଇ ଭଲ ଭାବେ ଗୋଳାଇ ଅଳ୍ପ ଭାଜି ଦିଅନ୍ତୁ ।  ଏଥିରେ ଏବେ ଅଳ୍ପ ପାଣି ଦେଇ ଘୋଡାଇ ଦିଅନ୍ତୁ ।   କଦଳୀ ସିଝି ଗଲେ ସେଥିରେ ପୋସ୍ତ , ନଡିଆ ବଟା , ଲଙ୍କା ଗୁଣ୍ଡ ଓ ବିଲାତି କଟା ପକାଇ ଗୋଳାଇ ଦିଅନ୍ତୁ ।  ଏହାପରେ ଏଥିରେ ଧନିଆ ଓ ଜୀରା ଗୁଣ୍ଡ ପକାଇ ରଖନ୍ତୁ ଯେପରି ଅଳ୍ପ ଝୋଳ ରହିବ । ଏବେ  ପ୍ରସ୍ତୁତ ଆପଣଙ୍କ ସୁନ୍ଦର ଓ ସୁଆଦିଆ କଞ୍ଚା କଦଳୀ ଦମ