* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Showing posts with label veg odia kitchen tips. Show all posts
Showing posts with label veg odia kitchen tips. Show all posts

Jul 1, 2020

ପୋଟଳ ପିଆଜ ବସା – Potal (pointed guard) Onion Basaa


ପୋଟଳ ପିଆଜ ବସା – Potal (pointed guard) Onion Basaa

ପ୍ରସ୍ତୁତି ସାମଗ୍ରୀ-

ପୋଟଳ ୫୦୦ ଗ୍ରାମ, ପିଆଜ ୨୫୦ ଗ୍ରାମ, ହଳଦୀ, ଲଙ୍କା, ଡାଲଚିନ ଓ ଲୁଣ ଆବଶ୍ୟକ ଅନୁଯାଇ, ରସୁଣ ୨-୩ କୋଲା, ତେଲ ଅଳ୍ପ, କ୍ଷୀର ୨ ଚାମଚ ଓ  ଗୁଆ ଘିଅ ୧ ଚାମଚ, କାଜୁ ଓ କିସମିସ ଅଳ୍ପ     

ପ୍ରଣାଳୀ

ପ୍ରଥମେ ପୋଟଳକୁ ଚାଞ୍ଛି ଭଲ ଭାବେ ପାଣିରେ ଧୋଇ ଦୁଇ ଫାଳ କରି କାଟି  ରଖନ୍ତୁ ।  ପିଆଜ ଅଧା ନେଇ ସରୁ ସରୁ ଲମ୍ବା କରି କାଟି ରଖନ୍ତୁ   ଆର ଅଧକ ପିଆଜ ସହ ରସୁଣ, ଲଙ୍କା, ଡାଲଚିନି ବାଟି ଦିଅନ୍ତୁ    
ଏବେ ତେଲ ଗରମ କରି ପିଆଜ କଟା  ଓ ପୋଟଳ, ଲୁଣ ହଳଦୀ ଗୁଣ୍ଡ ଦେଇ ଭାଜନ୍ତୁ ।  ଅଧା ଭଜା ହୋଇଗଲେ ସେଥିରେ ବଟା  ମସଲାକୁ ପକାଇ ସିମରେ ଢାଙ୍କୁଣୀ ଦେଇ ଘୋଡାଇ ରଖନ୍ତୁ ।  ଭଲ ଭାବେ ଭାଜି ହୋଇଗଲେ ୨ ଚାମଚ କ୍ଷୀର ଓ ୧ ଚାମଚ ଗୁଆ ଘିଅ ଦେଇ ଗୋଳେଇ ଦିଅନ୍ତୁ । ଏଥିରେ ଭଜା କାଜୁ ଓ କିସମିସ ଦେଇ ପରସନ୍ତୁ ।   ଖାଆନ୍ତୁ ଓ ଖୁଆନ୍ତୁ ବହୁତ ଟେଷ୍ଟି ।   

Apr 1, 2020

ପାଳଙ୍ଗ ପୁରି – Palang Puri


ପାଳଙ୍ଗ ପୁରି – Palang Puri

ପ୍ରସ୍ତୁତି ସାମଗ୍ରୀ-

ପାଳଙ୍ଗ ୪ ଗିନା, ୨୫୦ ଗ୍ରାମ ମଇଦା, ଛଣିବା ପାଇଁ ରିଫାଇନ ତେଲ, ଆବଶ୍ୟକ ଲୁଣ, ୧ ଚାମଚ ଜୁଆଣୀ ,  ଚାମଚ ଚିନି    

ପ୍ରଣାଳୀ

ପାଳଙ୍ଗ ଶାଗକୁ ଧୋଇ କଢେଇରେ ଏକ କପ ପାଣି ଦେଇ ପକାନ୍ତୁ । ଏକ ଚାମଚ ଚିନି ଓ ଲୁଣ ପକାଇ ଶାଗକୁ ସିଝାନ୍ତୁ । ଶାଗ ସିଝିଗଲେ ଥଣ୍ଡାକରି  ଗ୍ରାଇଣ୍ଡର ପେଷ୍ଟ କରି ରଖନ୍ତୁ । ଏବେ  ମଇଦା, ଜୁଆଣୀ, ୪ ଚାମଚ ରିଫାଇନ ତେଲ ଓ ଲୁଣ ଆବଶ୍ୟକ ଅନୁସାରେ ପକାଇ ଗୋଳାଇ ଦିଅନ୍ତୁ। ଏଥିରେ ଶାଗ ପେଷ୍ଟକୁ ମିଶାଇ ଭଲଭାବେ ଗୋଳାଇ ଛୋଟ ଛୋଟ ଗୋଳା କରି ପୁରି ଆକାରରେ ବେଲି କଢେଇରେ ତେଲ ଗରମ କରି ଛାଣି ଦିଅନ୍ତୁ । ଏହାକୁ ଗରମ ଗରମ ବୁଟ ଡାଲି ବା ଟମାଟୋ  କିମ୍ବା ପୋଦିନା ଚଟଣି ସହ ଖାଇବାକୁ ଦିଅନ୍ତୁ

Mar 1, 2019

କଦଳୀ ଭଜା ଚାରିକୋଣିଆ – Green Banana Squre size Fry


କଦଳୀ  ଭଜା ଚାରିକୋଣିଆ – Green Banana Squre size Fry
ଆବଶ୍ୟକ ସାମଗ୍ରୀ:
 
କଞ୍ଚା କଦଳୀ – ୨ ଟି, କଞ୍ଚା ଲଙ୍କା – ୩/୪ ଟି , ରିଫାଇନ ତେଲ – ୧ ଚାମଚ, ଭୃସଙ୍ଗ  ପତ୍ର , ଅଦା ଅଳ୍ପ, ବିରି ଡାଲି – ୧ ଚାମଚ, ହଳଦୀ ଓ ଲୁଣ ଆବଶ୍ୟକ  ଅନୁସାରେ , ସୋରିଷ ଅଳ୍ପ , ଲାଲ ଲଙ୍କା ୧ଟି ,  ବୁଟ ଡାଲି  ୧ ଚାମଚ  
  
 
ପ୍ରସ୍ତୁତି  ପ୍ରଣାଳୀ  :

           ପ୍ରଥମେ କଞ୍ଚା କଦଳୀ ରୁ  ଚୋପା ଛଡାଇ ତାକୁ ଛୋଟ ଛୋଟ ଚାରିକଣିଆ ଆକାରରେ କାଟି ରଖନ୍ତୁ ।  ଏହାକୁ ହଳଦୀ , ଲୁଣ ଓ ଏକ କପ ପାଣି ଦେଇ ସିଝାନ୍ତୁ   

ଏବେ ଅନ୍ୟ ଏକ କରେଇରେ ତେଲ ଗରମ କରି ବୁଟ , ଲାଲ ଲଙ୍କା ପକାଇ ସୋରିଷ  ଫୁଟାଇ ସେଥିରେ ଭୃସଙ୍ଗ ପତ୍ର, ସିଝା କଦଳୀ, କଟା କଞ୍ଚାଲଙ୍କା ପକାଇ, ଅଦା ପକାଇ ଭଜା ଭାଜି କରି ପରସନ୍ତୁ  

Sep 16, 2018

ସପୁରୀ ରାଇତା – Pineapple Raita


ସପୁରୀ ରାଇତା – Pineapple Raita
ଆବଶ୍ୟକ ସାମଗ୍ରୀ: 

୧ କପ ଛୋଟ ଛୋଟ କାଟ ହୋଇଥିବା ପାଚିଲା ସପୁରୀ ପଣସ, ୧ କପ ଗୁଡ , ଅଧା କପ ନଡିଆ ବଟା ବା ପେଷ୍ଟ , କଟା କଞ୍ଚା ଲଙ୍କା ୧ ଟି, ଭୁଶୁଙ୍ଗା ପତ୍ର କିଛି, ଶୁଖିଲା ଲଙ୍କା, ସୁରିଷ ତେଲ,  ଗୋଟା ଜୀରା ଓ ସୋରିଷ  ଅଳ୍ପ , ଅଧା କପ ଦହି, ହଳଦୀ, ଲୁଣ ଓ ପାଣି  ଆବଶ୍ୟକ ଅନୁସାରେ ।

ପ୍ରସ୍ତୁତି  ପ୍ରଣାଳୀ  :

ପ୍ରଥମେ କଟା ସପୁରୀକୁ ଏକ ପ୍ୟାନରେ ଧୀରା ଆଞ୍ଚରେ ହଳଦୀ ଓ ଗୁଡ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ଏହା ଭଲଭାବେ ମିଶିଗଲା ପରେ ଅଳ୍ପ ପାଣି ଦେଇ ୨/୩ ମିନିଟ  ଗରମ  କରନ୍ତୁ ।  ଏହାପରେ ଏହାକୁ ଥଣ୍ଡା ହେବାକୁ ଦିଅନ୍ତୁ ।  

ଦହିକୁ ଭଲଭାବେ ଫେଣ୍ଟି ସପୁରୀ ଥଣ୍ଡା ହେବାପରେ ମିଶାନ୍ତୁ ।  ଏବେ ଅନ୍ୟ ଏକ ପ୍ୟାନରେ ତେଲ ଦେଇ ସୁରିଷ ଓ ଜୀରା ଫୁଟାଇ ଏଥିରେ ଶୁଖିଲା ଲଙ୍କା ୨ ଟି, କଟା କଞ୍ଚା ଲଙ୍କା   ଓ ଭୁଶୁଙ୍ଗା ପତ୍ର  ପକାନ୍ତୁ ।  ଏହା ଫୁଟିଗଲା ପରେ ସପୁରୀକୁ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ ।  

ଏବେ  ପ୍ରସ୍ତୁତ ଆପଣଙ୍କ ଅତିପ୍ରିୟ ସପୁରୀ ରାଇତା ।  
ଏହାକୁ ମୁଖ୍ୟ ଖାଇବା ବା ରୋଟି ସହ ଦେଇ ପାରିବେ । 

Jan 20, 2018

ଛତୁ ଛୁକଛୁକା – Mushroom Chhukchhuka

ଛତୁ ଛୁକଛୁକା – Mushroom Chhukchhuka

ଆବଶ୍ୟକ ସାମଗ୍ରୀ:

ଲମ୍ବା ଲମ୍ବା କଟା ଛତୁ ୨ କପ, ୧ କପ ଗ୍ରୀନ ମଟର, ୧ କପ ବଡ ବଡ କଟା ହୋଇଥିବା ଟମାଟୋ, ଅଳ୍ପ ମେଥି ପତ୍ର, ତେଲ, ଧନିଆ ଗୁଣ୍ଡ,  ୧ ଚାମଚ ଛେଚା ଅଦା ଓ  ଜୀରା, ଲଙ୍କା ଗୁଣ୍ଡ ଅଳ୍ପ , ଲେମ୍ବୁ ରସ ଅଧା ଚାମଚ, ଚୂନ ଚୂନ କଟା ଲଙ୍କା ୧ ଟି, ସ୍ଵାଦ ଅନୁଯାଇ ଲୁଣ ।

ପ୍ରସ୍ତୁତି  ପ୍ରଣାଳୀ  :


ପ୍ରଥମେ କରେଇରେ ତେଲ ଗରମ କରି ଜୀରା ଫୁଟେଇ ନିଅନ୍ତୁ ।  ଏବେ ଏଥିରେ ହଳଦୀ ଗୁଣ୍ଡ ପକାନ୍ତୁ ।  ସେଥିରେ ଟମାଟୋ, ଲୁଣ , ଧନିଆ ଗୁଣ୍ଡ, ଅଦା , ଗୁଣ୍ଡ ଲଙ୍କା ମିଶେଇ ଟମାଟୋ ନରମ ହେବା ପର୍ଯ୍ୟନ୍ତ ରାନ୍ଧନ୍ତୁ । ଏବେ ଏଥିରେ ଛତୁ ଓ ମଟର ପକାଇ ଅଳ୍ପ ପାଣି ଦେଇ ଫୁଟାନ୍ତୁ  ।  କିଛି ସମୟ ପରେ ଆଞ୍ଚ କମ କରି ଛତୁ ସିଝି ଗଲା ପର୍ଯ୍ୟନ୍ତ ଫୁଟାନ୍ତୁ ।  ଏବେ ଏଥିରେ ମେଥି ପତ୍ର ମିଶାଇ ୨-୩ ମିନିଟ ରାନ୍ଧି ଆଞ୍ଚ ବନ୍ଦ କରି ଦିଅନ୍ତୁ । ଲେମ୍ବୁ ରସ ଓ କଟା ଲଙ୍କା ପକେଇ ପରଷନ୍ତୁ ।  ଏହା ବହୁତ ସ୍ଵାଦିଷ୍ଟ ଓ ସ୍ଵାସ୍ଥ୍ୟକର । 

Jan 10, 2018

ଭେଣ୍ଡି ଆଚାର – Ladyfinger pickle

ଭେଣ୍ଡି ଆଚାର – Ladyfinger pickle
ଆବଶ୍ୟକ ସାମଗ୍ରୀ:

ତଟକା ଭେଣ୍ଡି- ୧ କି. ଗ୍ରା. , ଭିନେଗାର – ୧ କପ, କଞ୍ଚା ଲଙ୍କା -୧୦/୧୫ ଟି, ରସୁଣ – ୧ଟି , ଅଦା – ୧୦ ଗ୍ରାମ , ଲୁଣ ସ୍ଵାଦ ଅନୁଯାଇ , ଭଜା  ମେଥି – ୨ ଚାମଚ , ରିଫାଇନ ତେଲ – ୧୦୦ ଗ୍ରାମ , ସୋରିଷ ତେଲ – ୧ ଚାମଚ , ଚିନି – ୧୦ ଗ୍ରାମ , ହଳଦୀ ପାଉଡର – ୧ ଚାମଚ ।

ପ୍ରସ୍ତୁତି  ପ୍ରଣାଳୀ  :


ପ୍ରଥମେ ଭେଣ୍ଡିକୁ ଧୋଇ ପୋଛି ଛୋଟ ଛୋଟ ଖଣ୍ଡ କରି କାଟି ରଖନ୍ତୁ ।  ଅଦା , କଞ୍ଚା ଲଙ୍କା , ରସୁଣକୁ ଛୋଟ ଛୋଟ ଖଣ୍ଡ କରି କାଟି ରଖନ୍ତୁ । ଏବେ କରେଇରେ ତେଲ ଗରମ କରି ଭେଣ୍ଡି ପକାଇ ହଳଦୀ ଦେଇ ଲାଲ ହେଲେ କାଢି ରଖନ୍ତୁ । ଏବେ ସୋରିଷ ଫୁଟାଇ ସେଥିରେ କଟା ଲଙ୍କା , ଅଦା , ରସୁଣକୁ ପକାଇ ଲାଲ କରି ଭାଜନ୍ତୁ  । ଏଥିରେ ଭିନେଗାର , ହଳଦୀ , ଚିନି , ଲଙ୍କାଗୁଣ୍ଡ , ମେଥି ଗୁଣ୍ଡ , ଅଳ୍ପ ଲୁଣ ଓ ଭେଣ୍ଡି କୁ ଭଲ ଭାବେ ମିଶାନ୍ତୁ । ଏହାକୁ ୨ ମିନିଟ  ନିଆଁ ରେ ଫୁଟାଇ ବମରେ ରଖିବେ । ଏବେ ପ୍ରସ୍ତୁତ ଆପଣଙ୍କ ଭେଣ୍ଡି ଆଚାର । ଏହାକୁ ୩/୪ ମାସ ରଖି ପାରିବେ । 

Dec 20, 2017

ଛତୁ ପରଟା – Mushroom Paratha

ଛତୁ ପରଟା  – Mushroom Paratha
ଆବଶ୍ୟକ ସାମଗ୍ରୀ:

୧ କପ ଚୂନା ଚୂନା କଟା ଛତୁ , ୧ କପ ମଇଦା , ୧ କପ ଅଟା , ୨ ଟି ସିଝା ଆଳୁ , ଅଧା କପ କଟା ପିଆଜ, ଅଧା ଚାମଚ କଟା ଲଙ୍କା , ୨ ଚାମଚ ଅଦା ରସୁଣ ବଟା, ୧ ଚାମଚ ଗରମ ମସଲା ଗୁଣ୍ଡ , କଟା ଧନିଆ ପତ୍ର ଅଳ୍ପ , ଅଳ୍ପ ରିଫାଇନ ତେଲ ।

ପ୍ରସ୍ତୁତି  ପ୍ରଣାଳୀ  :


ପ୍ରଥମେ ମଇଦା ଓ ଅଟାକୁ ଏକାଠି ଅଳ୍ପ ଲୁଣ ଓ ପାଣି ଦେଇ ଭଲ ଭାବେ ଚକଟି ୧ ଘଣ୍ଟା  ରଖି ଦିଅନ୍ତୁ । ଏବେ  ସିଝା ଆଳୁ , ମସଲା ଓ ଛତୁ କଟା ପକାଇ ଛୋଟ ଛୋଟ ଗୁଳା କରି ରଖନ୍ତୁ । ଏବେ ଛୋଟ ଗୋଳାକୁ  ଅଟା ଗୁଳା ମଝିରେ ରଖି ପରଟା ଭଳି ବେଲନ୍ତୁ । ଏହି ପରଟାକୁ ତେଲ ପକାଇ ସେକି ଦିଅନ୍ତୁ । ଏବେ ପ୍ରସ୍ତୁତ ଆପଣଙ୍କ ପ୍ରିୟ ଛତୁ ପରଟା । 
ଏହାକୁ ବିନା ପିଆଜ ରସୁଣରେ ମଧ୍ୟ କରି ପାରିବେ । ଏହାକୁ ଟମାଟୋ ସସ କିମ୍ବା ଚଟଣି ସହ ଗରମ ଗରମ ଖାଇଲେ  ଭଲ ଲାଗେ । 

Oct 1, 2017

ମୁଢି ଚଟପଟା – Mudhi Chatpataa

ମୁଢି ଚଟପଟା  – Mudhi Chatpataa
ଆବଶ୍ୟକ ସାମଗ୍ରୀ :

ସଜ ଭଜା ମୁଢି ୧୦ କପ , ନଡିଆ ଫାଳେ , ସୁରିଷ ତେଲ ଅଳ୍ପ , କଳା ଲୁଣ, ଜୀରା ଗୁଣ୍ଡ , ଲଙ୍କା ଗୁଣ୍ଡ ଅଳ୍ପ, ସିଝା ଆଳୁ ୧ଟି, ଭଜା ହୋଇ ଚୋପା ଛଡା  ଚିନା ବାଦାମ ଓ ଚଣା ୧/୨  କପ , କାକୁଡି ୧ ଟି , ଟମାଟୋ ୧ ଟି , ଭଲ ସେଓ ମିକ୍ସଚର  ଅଳ୍ପ, କଞ୍ଚା ଲଙ୍କା ୨ ଟି , ଲେମ୍ବୁ ୧/୨  

ପ୍ରସ୍ତୁତି  ପ୍ରଣାଳୀ  :


ପ୍ରଥମେ ଏକ ବଡ ଗହିରିଆ ପାତ୍ରରେ ୧୦ କପ ମୁଢି ନିଅନ୍ତୁ । ଏଥିରେ ବାଦାମ , ଚଣା, ସେଓ ମିକ୍ସଚର  ଓ ସୁରିଷ ତେଲ ଅଳ୍ପ ଦେଇ ଘାଣ୍ଟି ଦିଅନ୍ତୁ । ଅନ୍ୟ ଏକ ପାତ୍ରରେ ସିଝା ଆଳୁକୁ ଚୋପା ଛଡାଇ  ଛୋଟ ଛୋଟ ଖଣ୍ଡ ପରି କାଟି ରଖନ୍ତୁ । କାକୁଡି, ଓ ଟମାଟୋକୁ ଧୋଇ ପୋଛି  ଛୋଟ ଛୋଟ କରି କାଟି ପକାନ୍ତୁ । ନଡିଆକୁ ଛୋଟ ଛୋଟ ଖଣ୍ଡ କରି କାଟି ଏଥିରେ ପକାନ୍ତୁ । ଏବେ ଏସବୁକୁ  ମୁଢିରେ ପକାଇ ଭଲଭାବେ ଘାଣ୍ଟି ଦିଅନ୍ତୁ । ଏଥିରେ ସ୍ଵାଦ ଅନୁସାରେ କଲାଲୁଣ , ଜୀରା ଗୁଣ୍ଡ , ଅଳ୍ପ ଲଙ୍କା ଗୁଣ୍ଡ ଓ ଅତି ଛୋଟ ଛୋଟ କଟା କଞ୍ଚା ଲଙ୍କା, ଲେମ୍ବୁ ଅଳ୍ପ  ପକାଇ ଭଲ ଭାବରେ ମିକ୍ସ କରି ଦିଅନ୍ତୁ । ଏବେ ପ୍ରସ୍ତୁତ ଆପଣଙ୍କ ମନପସନ୍ଦର ଓ ଦେହପାଇଁ  ଭଲ ସ୍ଵାଦିଷ୍ଟ ମୁଢି ଚଟପଟା । ଏହାକୁ ୨/୩ ଜଣ ଖାଇ ପାରିବେ ।  ଏବେ ଚଟପଟ କରି ମଜା ନିଅନ୍ତୁ ।  

Aug 1, 2017

ଆମ୍ବ ଶଢା ଚମଚମ – Mango Shadhaa Chamcham

ଆମ୍ବ ଶଢା ଚମଚମ – Mango Shadhaa Chamcham

ପ୍ରସ୍ତୁତି  ସାମଗ୍ରୀ :

ଆମ୍ବ ଶଢା ୫-୬ ପିସ , ଭୃଶୁଙ୍ଗା ପତ୍ର ୧୫-୨୦ ଟି , ଗୋଟା ବୁଟ-୧୦୦  ଗ୍ରାମ ,  ତେନ୍ତୁଳୀ ଅଳ୍ପ , ପାଞ୍ଚ ଫୁଟଣ , ହେଙ୍ଗୁ  ଅଳ୍ପ , କଞ୍ଚା ଲଙ୍ଗ ୨ ଟି , ତେଲ ଅଳ୍ପ , ଲୁଣ, ହଳଦୀ ସ୍ଵାଦ ଅନୁଯାଇ ।

ପ୍ରଣାଳୀ  :


ପ୍ରଥମେ କରେଇ ଆଞ୍ଚରେ ବସାଇ ତେଲ ପକାଇ ଗରମ ହେଲେ ପାଞ୍ଚ ଫୁଟଣ, ଭୃଶୁଙ୍ଗା ପତ୍ର , ହେଙ୍ଗୁ ପକାଇ ଛୁଙ୍କ ଦିଅନ୍ତୁ । ସେଥିରେ ଏବେ ଆଗରୁ ଭିଜା ଯାଇଥିବା ଗୋଟା ବୁଟ ପକାଇ ଓ ତାପରେ ଆମ୍ବ ଶଢା ପକାଇ ଅଳ୍ପ ପାଣି  ଦେଇ  ସିଝିବା ପାଇଁ ଢାଙ୍କି ଦିଅନ୍ତୁ ।  ୮-୧୦ ମିନିଟ ସିଝିଲା ପରେ  ଆମ୍ବ ଶଢାକୁ  ଭଲଭାବେ ମିଶାଇ ଦିଅନ୍ତୁ ଓ ଦେଖନ୍ତୁ ଯେପରି  ପାଣି ଜୁକ ଜୁକିଆ ହୋଇ ଆସିବ ଆସିବ ଏବେ ଅଳ୍ପ ତେନ୍ତୁଳୀ ନେଇ ଅଧାକପ ପାଣିରେ ଚକଟି ଖଦାକୁ ବାହାରକରି ଏହି ପାଣିକୁ ଦିଅନ୍ତୁ ଓ ଅଳ୍ପ ସମୟ ଫୁଟାଇ ଆଞ୍ଚରୁ ବାହାର କରି ପରସନ୍ତୁ । ଏହା ଖାଇବାକୁ ସ୍ଵାଦିଷ୍ଟ ଓ  ଭାତ , ରୋଟି କିମ୍ବା ବ୍ରେଡ ସହ ଖାଇବାକୁ ଭଲଲାଗେ । 

Jul 20, 2017

ଛତୁ ମଲାଇ – Mushroom Malai

ଛତୁ ମଲାଇ – Mushroom Malai
ପ୍ରସ୍ତୁତି  ସାମଗ୍ରୀ :

୧ କପ ଧୁଆ ହେବାପରେ କଟା ହୋଇଥିବା ଛତୁ, ୧/୨ କପ କଟା ପିଆଜ , ୧/୨ ଚାମଚ ଗରମ ମସଲା, ୧/୨ ଚାମଚ ଅଦା ଓ ରସୁଣ ପେଷ୍ଟ, ୨ ଚାମଚ ଟମାଟୋ ସସ , ୧/୨ ଚାମଚ ଦେଶୀ ଘିଅ , ୧/୨ ଚାମଚ କ୍ରିମ , ୧/୨ ଚାମଚ ଗୋଲମରିଚ ଗୁଣ୍ଡ , ସ୍ଵାଦ ଅନୁଯାଇ ଲୁଣ ଓ ଧଣିଆପତ୍ର । 
  
ପ୍ରଣାଳୀ  :
ଛତୁ ମଲାଇ – Mushroom Malai


ପ୍ରଥମେ  କରେଇରେ ଘିଅ ଗରମ କରି କଟା ପିଆଜ ପକାଇ ବାଦାମୀ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ଏହାପରେ ଏଥିରେ ଅଦା ରସୁଣ ପେଷ୍ଟ ଦେଇ ଗୋଳାନ୍ତୁ ଓ ଅଳ୍ପ ସମୟ କଷି  ହେଲା ପରେ ସେଥିରେ ଟମାଟୋ ସସ ଗୋଳାନ୍ତୁ ଏବଂ  ପରେ ଛତୁ ମିଶାଇ ଭାଜନ୍ତୁ ।  ଏବେ ଏଥିରେ  ୧/୨ କପ ରୁ କମ ପାଣି ଦେଇ ୧୦ ମିନିଟ ପର୍ଯ୍ୟନ୍ତ  ଫୁଟାନ୍ତୁ । ଏଥର  କ୍ରିମ , ଗରମ ମସଲା ଓ ସ୍ଵାଦ ଅନୁସାରେ ଲୁଣ ପକାଇ ସାମାନ୍ୟ  ଫୁଟାନ୍ତୁ । ଏବେ କରେଇ ଆଞ୍ଚରୁ ବାହାର କରି ଏଥିରେ ଗୋଲମରିଚ ଓ ଧଣିଆ ପତ୍ର ସଜାଇ ଗରମ ଗରମ ସ୍ଵାଦିଷ୍ଟ ଓ ଉତ୍ତମ ପୁଷ୍ଟିକର  ଛତୁ ମଲାଇ ପରସନ୍ତୁ । 

Jun 1, 2017

ଛେନା ପାଳଙ୍ଗ- Panir Spinach

ଛେନା  ପାଳଙ୍ଗ- Panir Spinach
ପ୍ରସ୍ତୁତି  ସାମଗ୍ରୀ :

ପାଳଙ୍ଗଶାଗ   ୫୦୦  ଗ୍ରାମ , ଛେନା   ୨୦୦ ଗ୍ରାମ , ଟମାଟୋ  ୧ ଟି , ବଡପିଆଜ  ୧ ଟି , ରସୁଣ  ୫ ପାଖୁଡା , ତେଲ  ୪/୫ ଚାମଚ , [ଲୁଣ , ହଳଦୀ , ଲଙ୍କାଗୁଣ୍ଡ , ଧନିଆପତ୍ର , ଗରମମସାଲା ] ଦରକାର ଅନୁଯାଇ 

 ପ୍ରଣାଳୀ  :


ପ୍ରଥମେ  ପାଳଙ୍ଗକୁ  ଧୋଇ କାଟି  ସିଝେଇ  ନେବେ  ଓ ଶିଳରେ  ବାଟିନେବେ  ପିଆଜ , ଅଦା , ରସୁଣ  ଭଲଭାବରେ  ବାଟିନେବେ  ଛେନାକୁ   ଭଲଭାବରେ  ଚକଟି  ସେଥିରେ  ଲୁଣ , ଲଙ୍କାଗୁଣ୍ଡ  ମିଶାନ୍ତୁ  ଏବଂ  ଏହାକୁ  ଅଳ୍ପ ତେଲରେ  ଭାଜି  ରଖନ୍ତୁ  । ଏହାପରେ  ତେଲ  ଗରମ  କରି  ମସଲା  ଭାଜନ୍ତୁ ।  ଏଥିରେ  ଧନିଆଗୁଣ୍ଡ , ଲଙ୍କାଗୁଣ୍ଡ  ଦିଅନ୍ତୁ  । ଟମାଟୋ  ପକାଇ ଭାଜନ୍ତୁ  ଏବଂ  ବଟା  ପାଳଙ୍ଗଶାଗ  ପକେଇ  ମିଶାନ୍ତୁ ।  ଫୁଟାପାଣି , ଦୁଧ  ୨  ଚାମଚ  ଓ ଗରମମସଲା  ଦିଅନ୍ତୁ  । ଫୁଟିଲାବେଳକୁ ଭଜା  ଛେନା  ପକେଇ  ମିଶାନ୍ତୁ ।  ୧୦/୧୫  ମିନିଟ  ଫୁଟିଲା ପରେ  ଚୁଲାରୁ  କାଢି ଦିଅନ୍ତୁ  ।  

May 20, 2017

ଆଖୁବଡି – Sugarcane Badi (chunks)

ଆଖୁବଡି – Sugarcane Badi (chunks)

ସାମଗ୍ରୀ 

୧ ଫୁଟ ଲମ୍ବର ଆଖୁ ଖଣ୍ଡେ , ୨୫୦  ଗ୍ରାମ ଚୋପା ଛଡା ବିରି, ପୋସ୍ତ ଅଳ୍ପ   ।

ପ୍ରଣାଳୀ 


ପ୍ରଥମେ ବିରିକୁ ୫/୬ ଘଣ୍ଟା ବତୁରାଇ ଭଲ ଭାବେ ଧୋଇ  ଛଣି ରଖନ୍ତୁ ।  ଆଖୁରୁ ଚୋପା ଛଡାଇ ଗୁଆ କାତିରେ ଅତି ଛୋଟ ଛୋଟ  ଖଣ୍ଡ କରି  କାଟି ରଖନ୍ତୁ । ଏହାପରେ  ମିକ୍ସ ରେ ବିରି ଓ ଆଖୁ ଖଣ୍ଡକୁ ପକାଇ ଭଲ ଭାବରେ ଚିକ୍କଣ କରି ବାଟି ଦିଅନ୍ତୁ ।  ଏବେ  ଏକ ରୁମାଲ ନେଇ ସେଥିରେ ବୋତାମ ଘର ସିଲେଇ କଲାପରି ୩/୪ ଟି କଣା କରି ରଖନ୍ତୁ । ବିରି କୁ  ଭଲ ଭାବେ ଫେଣେଇ ଦିଅନ୍ତୁ । ଏହାପରେ କୋଲାରେ ବା ଟିଣ ରେ ପୋସ୍ତ ବିଛାଇ ଦିଅନ୍ତୁ । କଣା ହୋଇଥିବା ରୁମାଲକୁ ଓଦା କରି ସେଥିରେ ବିରି ବଟାକୁ ନେଇ ଜିଲିପି କଲା ପରି ବିଛା ଯାଇଥିବା ପୋସ୍ତ ଉପରେ ଗୋଟିଏ ଗୋଟିଏ ବଡି ପକାନ୍ତୁ । ଏହାକୁ ଖରାରେ ଶୁଖାଇ ଦିଅନ୍ତୁ ।  ୬/୭ ଘଣ୍ଟା ଭଲ ଖରାରେ ଶୁଖିଲା ପରେ ହାତରେ ଧୀରେ ଧୀରେ ଓଲଟାଇ ଦିଅନ୍ତୁ । ଏହାପରେ ଗୋଟେ କିମ୍ବା ଦୁଇ ଦିନ ଖରାରେ ଶୁଖାଇ ଚଉଡା  ମୁହଁ ଥିବା ପ୍ଲାଷ୍ଟିକ ଡବାରେ ମୁହଁ ବନ୍ଦ କରି ରଖନ୍ତୁ । ଏହା ଅନେକ ଦିନ ପର୍ଯ୍ୟନ୍ତ ରଖି ପାରିବେ ।  ଏହାକୁ ଖାଇବା ଆଗରୁ ଧୀର ଆଞ୍ଚ ରେ ଘିଅରେ ଭାଜି ଖାଇବାକୁ ଦିଅନ୍ତୁ ।  ଏହା ଅତି ସ୍ଵାଦିଷ୍ଟ ଓ ମସମସିଆ । 

May 10, 2017

ଥାଲକୁଡି ଚଟଣି – Thalkudi Chatni

ଥାଲକୁଡି ଚଟଣି – Thalkudi Chatni

ସାମଗ୍ରୀ 

୨୦୦ ଗ୍ରାମ ଥାଲକୁଡି ପତ୍ର , ୧/୨ ଚାମଚ ସୋରିଷ , ୨ ଟି କଞ୍ଛା ଲଙ୍କା , ୧/୨ ଜୀରା , ୪ ପାଖୁଡା ରସୁଣ , ଅଳ୍ପ ସୁରିଷ ତେଲ , ସ୍ଵାଦ ଅନୁଯାଇ ଲୁଣ ।
 

ପ୍ରଣାଳୀ 

ପ୍ରଥମେ ଥାଲକୁଡି  ପତ୍ରକୁ ନେଇ ଭଲଭାବେ ଧୋଇ ପରିଷ୍କାର କରି ଡେମ୍ଫ ଛିଣ୍ଡେଇ ରଖନ୍ତୁ । ଏହାପରେ  ସୋରିଷ , କଞ୍ଛା ଲଙ୍କା , ଜୀରା ସହ ଏହି ପତ୍ରକୁ ମିଶାଇ ବାଟି ବା ଗ୍ରାଇଣ୍ଡିଙ୍ଗ କରି ଚଟଣି କରନ୍ତୁ । ଲୁଣ ଓ ଅଳ୍ପ ସୁରିଷ ତେଲ ଗୋଳେଇ ଦିଅନ୍ତୁ । 
ଏବେ ଆପଣଙ୍କ ସ୍ଵାଦିଷ୍ଟ ଥାଲକୁଡି ଚଟଣି ପ୍ରସ୍ତୁତ । ଥାଲକୁଡି ଚଟଣି ଅଳ୍ପ ଅଳ୍ପ କରି ଖାଇବାକୁ ଦିଅନ୍ତୁ । ଥାଲକୁଡି ଚଟଣି ସ୍ଵାସ୍ଥ୍ୟକର ଓ ବୁଦ୍ଧି ବଢାଇବାରେ ସାହାଯ୍ୟ କରେ ।

May 1, 2017

ମୂଳା ପତ୍ର ତରକାରୀ – Radish Leaves Curry

ମୂଳା ପତ୍ର ତରକାରୀ – Radish Leaves Curry

ସାମଗ୍ରୀ  : 

କାଜୁ ବା ଚିନା ବାଦାମ  -  ୫୦  ଗ୍ରାମ  , ରସୁଣ  -  ୪/୫  କୋଲା  ,  ଲଙ୍କା  -  ୨/୩ ଟା  ,  ଜିରା ଅଳ୍ପ  , କଖାରୁ  ଅଳ୍ପ , ମୂଳାପତ୍ର  ଓ  ଧନିଆପତ୍ର , ସୋରିଷ  ଚିମୁଟେ ,  ତେଲ  ୨  ଚାମଚ 

ପ୍ରଣାଳୀ 


ପ୍ରଥମେ  କାଜୁ  ଓ  ଜିରାକୁ  କିଛି  ସମୟ   ପାଣିରେ  ବତୁରାଇ  ଦିଅନ୍ତୁ   ଏହାପରେ  କାଜୁ , ଜିରା , ରସୁଣ ଓ ଲଙ୍କାକୁ  ମିଶାଇ   ବାଟି ପେଷ୍ଟ ପ୍ରସ୍ତୁତ କରି ରଖନ୍ତୁ ।  ଏବେ ଗ୍ଯାସରେ କଡେଇ ବସାଇ  କଖାରୁ ଓ ମୂଳା ପତ୍ର କୁ ଆପଣଙ୍କ ସ୍ଵାଦ ଅନୁସାରେ ହଳଦୀ ଓ ଲୁଣ ପକାଇ ହାଲକା ସିଝାନ୍ତୁ ।  ସିଝି ଗଲେ କାଢି ରଖନ୍ତୁ ।  ଏବେ କରେଇ ବସେଇ ଗରମ ହେଲେ ୨  ଚାମଚ  ତେଲ ପକାଇ ସୋରିଷ ପକାଇ ଫୁଟାଇ ଦିଅନ୍ତୁ ।  ଏଥିରେ  ମସଲା ପେଷ୍ଟକୁ କରେଇରେ ଢାଳି କିଛି ସମୟ କଷିବା ପରେ କଖାରୁ ଓ ମୁଲାପତ୍ର ସିଝାକୁ ଭଲଭାବେ ଫୁଟାନ୍ତୁ । ଏହାପରେ ଏଥିରେ ଅଳ୍ପ ଧନିଆ ପତ୍ର କାଟି ପକାନ୍ତୁ ଓ ଖାଇବାକୁ ପରସନ୍ତୁ ।  ଏହା ମିନେରଲ୍ସରେ  ଭରା ଓ ସ୍ଵାଦିଷ୍ଟ ମଧ୍ୟ । 

Oct 20, 2016

ଫୁଲ କୋବି ରସା – Cauliflower Rasaa

ଫୁଲ କୋବି ରସା Cauliflower Rasaa
ପ୍ରସ୍ତୁତି  ସାମଗ୍ରୀ – 

ତାଜା  ଫୁଲ କୋବି  ଗୋଟେ , ବଟର  ୫୦ ଗ୍ରାମ , ୨ ଚାମଚ ଭଜା ଜୀରା ,୨ ଚାମଚ ଭଜା ଧନିଆ, ୨ ଟି ବିଲାତି ବାଇଗଣ , ୨ ଚାମଚ ଭଜା ଲଙ୍କା ଗୁଣ୍ଡ, ଲୁଣ ଓ ହଳଦୀ ସ୍ଵାଦ ଅନୁସାରେ , ଅଦା ଛୋଟ ଖଣ୍ଡେ   



ପ୍ରଣାଳୀ –


ପ୍ରଥମେ ଫୁଲକୋବିକୁ ଭଲ ଭାବେ ଧୋଇ ଲୁଣ ଓ ହଳଦୀ ଗୋଳେଇ ରଖନ୍ତୁ କରେଇ ବସାଇ ବଟର ପକାଇ ବଟା ଅଦା ପକାଇ କଷି କୋବିକୁ ପକାଇ ଦିଅନ୍ତୁ ୫/୭ ମିନିଟ ପରେ ବିଲାତି ବାଇଗଣ ପକାଇ ଭଲ ଭାବେ ଘାଣ୍ଟି ଭାଜନ୍ତୁ ଏଥିରେ ଏବେ ଜୀରା ,ଧଣିଆ ଓ ଲଙ୍କା ଗୁଣ୍ଡ ଦେଇ ହଲକା ଆଞ୍ଚରେ ଅଳ୍ପ ସମୟ ରଖନ୍ତୁ । 
ଏବେ ପ୍ରସ୍ତୁତ ଆପଣଙ୍କ ସ୍ଵାଦିଷ୍ଟ ଫୁଲ କୋବି ରସା ଗରମ ଗରମ ଖାଇବାକୁ ଦିଅନ୍ତୁ । 

May 10, 2016

ଡାଲି ଦହି - DAL-CURD

ଡାଲି ଦହି - DAL-CURD
ସାମଗ୍ରୀ:-

ଧନିଆ ଓ ପୋଦିନା ପତ୍ର ବଟା -୩ ଚାମଚ , ଗଜା ବୁଟ/ମୁଗ , ଚୁନ ଚୁନ କଟା ହୋଇଥିବା କଞ୍ଚା ଲଙ୍କା -୨ ଟି , ବସାଦହି -୩ ୧/୨ କପ, ଚାଟ ମସଲା ଅଧା ଚାମଚ, ଲଙ୍କା ଗୁଣ୍ଡ , ଗୁଡ ୩ ଚାମଚ , ଲୁଣ , ତେନ୍ତୁଳୀ ମଣ୍ଡ ୧/୪ କପ


ପ୍ରସ୍ତୁତି  ପ୍ରଣାଳୀ:


ପ୍ରଥମେ ୨ କପ ଲୁଣ ପାଣିରେ ଗଜା ମୁଗକୁ ସିଝାଇ ରଖନ୍ତୁ  ଦହିକୁ ଭଲଭାବରେ ଫେଣ୍ଟି ସେଥିରେ ମସଲା ସବୁକୁ ମିଶାଇ ଏଥିରେ ଡାଲିକୁ ମିଶାଇ ଦିଅନ୍ତୁ ଏଥିରେ ତେନ୍ତୁଳୀ ରସ , ଗୁଡ , ଧନିଆ ପତ୍ର , ପୋଦିନା ଚଟଣିକୁ ଢାଳି ଦିଅନ୍ତୁ ଏବେ  ପ୍ରସ୍ତୁତ ଆପଣଙ୍କର ସ୍ପେଶଲ ଡାଲି ଦହି  ଯାହା ସ୍ଵାଦିଷ୍ଟ ଓ ଖୁବ ସ୍ଵାସ୍ଥ୍ୟକର ଅଟେ ।