* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Showing posts with label Sweets-IceCreame Recipe. Show all posts
Showing posts with label Sweets-IceCreame Recipe. Show all posts

Oct 1, 2015

ମାଲପୁଆ – Mal Pua

ମାଲପୁଆ – Mal Pua
ପ୍ରସ୍ତୁତି  ସାମଗ୍ରୀ –  ମଇଦା – ୨୦୦ ଗ୍ରାମ , ଚିନି -  ୫୦୦ ଗ୍ରାମ , ପାଚିଲା  କଦଳୀ -୩ ଟି , କ୍ଷୀର - ମଇଦାକୁ  ଗୋଳେଇବା  ପାଇଁ , ଘିଅ -  ଛାଣିବା  ପାଇଁ ,  ପାନମହୁରୀ -୧ ଚାମଚ , ଗୁଜୁରାତି – ୪ ଟା ,  ଲୁଣ  -  ଆବଶ୍ୟକ  ଅନୁଯାଇ  |


 ପ୍ରଣାଳୀ  -  ପ୍ରଥମେ  କ୍ଷୀର  ଓ  ମଇଦାକୁ   ଭଲଭାବରେ  ମିଶାଇ  ଦିଅନ୍ତୁ  |  ଏହି  ମିଶ୍ରଣରେ  ଲୁଣ ,  ପାଚିଲା  କଦଳୀ , ପାନମହୁରୀ , ଗୁଜୁରାତି  ପକାଇ  ଭଲଭାବରେ  ମିଶାଇ  ଦିଅନ୍ତୁ  | କଡେଇରେ  ଘିଅ  ଗରମ  କରିଦିଅନ୍ତୁ  | ଏହି  ମିଶ୍ରଣକୁ  ଗୋଲ  ଗୋଲ  କରି  ଛାଣିଦିଅନ୍ତୁ  | ଅନ୍ୟ  ଏକ  ପାତ୍ରରେ  ପାଣି  ଓ  ଚିନି  ଫୁଟାଇ  ସିରା  ପ୍ରସ୍ତୁତ  କରନ୍ତୁ  | ଛଣାଯାଇଥିବା  ମାଲପୁଆଗୁଡିକୁ  ଏହି  ସିରାରେ  ପକାଇ  କିଛି  ସମୟ  ଛାଡିଦିଅନ୍ତୁ  ଓ  କିଛିସମୟ   ପରେ   ଚିନି  ସିରାରୁ   ଛାଣି  ଗୋଟିଏ   ପାତ୍ରରେ  ରଖନ୍ତୁ  | ଏହାକୁ  ଥଣ୍ଡାକରି  ଖାଇବାକୁ  ଦିଅନ୍ତୁ  |

Jun 20, 2015

ପୋଡପିଠା - Poda Pithaa

               ପୋଡପିଠା - Poda Pithaa

ପ୍ରସ୍ତୁତି  ସାମଗ୍ରୀ  - 
ଅରୁଆ  ଚାଉଳ  - ୧  କି . ଗ୍ରା ,  ଘିଅ -  ୧୦୦ ଗ୍ରାମ ,  ଗୁଡ – ୨୫୦ ଗ୍ରାମ ,  ପାନମଧୁରୀ – ୧  ଛୋଟ  ଚାମଚ ,  ନଡିଆ -  ୧ ଟା ,  ଅଳେଇଚ – ୨ ଟା , ଲୁଣ  -  ସ୍ଵାଦ  ଅନୁସାରେ 


ପ୍ରଣାଳୀ  - 
ନଡିଆକୁ  ଭାଙ୍ଗି  ସରୁ  ସରୁ   କରି  କାଟିଦିଅ   ଅରୁଆ  ଚାଉଳକୁ   ଗୁଣ୍ଡ  କରି  ରଖ  ଗୁଡରେ  ୧  ଗ୍ଳାସ   ପାଣି  ଦେଇ  ଚୁଲିରେ  ବସାନ୍ତୁ  ଏହି  ଗୁଡରେ  ଲୁଣ ,  ପାନମଧୁରୀ , ଅଳେଇଚ ପକାନ୍ତୁ  ଗୁଡ  ମିଶିଯାଇ   ପାଣି  ଫୁଟିଲେ  ସେଥିରେ  ଖଣ୍ଡନଡିଆ  ମଧ୍ୟ  ପକାନ୍ତୁ  ଏହାପରେ  ସେଥିରେ   ଚାଉଳ  ଚୂନା  ପକାଇ  ଖଳି  କରି  ଦିଅନ୍ତୁ   ଘିଅ  ହାତ  ମାରି  ଖଳି  ଥଣ୍ଡା  କରି  ଭଲଭାବରେ  ଚକଟିଦିଅନ୍ତୁ  ଏବେ   ଗୋଟିଏ  ଲୁହା  କଡେଇରେ  କଦଳିପତ୍ର  ପକାଇ ଦିଅନ୍ତୁ  ଏହା ଉପରେ  ଖଳିକୁ  ଭଲଭାବରେ  ଢାଳିଦିଅନ୍ତୁ   ପୁଣି  କଦଳିପତ୍ର  ଘୋଡାଇ  ଉପରେ  କାଠ  ନିଆଁ ଥୋଇଦିଅନ୍ତୁ  ଓ  ଏହାକୁ   ଚୁଲିରେ  ବସାନ୍ତୁ  ୧  ଘଣ୍ଟାପରେ  ବା  ଆଗରୁ  ହେଲାଣି  କି  ନୁହେଁ    ଦେଖି  ଚୁଲି  ଉପରୁ   କାଢି  ଦେବେ  । 

May 10, 2015

ଚାଉଳ ଲଡୁ –Rice Laddu


ଚାଉଳ ଲଡୁ –Rice Laddu
ସାମଗ୍ରୀ : 
୧  କପ  ଚାଉଳଗୁଣ୍ଡ , ଲଡୁ  ଲାଗି   ଘିଅ ,  ଅଳ୍ପ  ଗୁଡ ,  ୩/୪  କପ   ଚିନି ,  ୨ ଚାମଚ   ଗୁଜୁରାତି  ଗୁଣ୍ଡ , ୨ ବଡ  ଚାମଚ  କଟା  ବାଦାମ  ଓ  ପିସ୍ତା , ୧  କପ  କୋରା  ନଡିଆ ,  ଖୁଆ , କେଶର (ସଜାଇବା  ଲାଗି ) ଓ  ୨ /୪  ବୁନ୍ଦା  ଗୋଲାପ  ଜଳ 




ପ୍ରଣାଳୀ :  
ଚାଉଳ  ଗୁଣ୍ଡକୁ ଘିଅ  କଡେଇରେ   ପକାଇ  ମଧ୍ୟମ  ଆଞ୍ଚରେ  ଭଲ  ଭାବେ  ଭାଜନ୍ତୁ   ଯେପରି   ଚାଉଳଗୁଣ୍ଡ  ହାଲକା  ସୁନେଲି  ରଙ୍ଗ  ହୋଇଯିବ   ଯଦି   ଚାହାନ୍ତି  , ତେବେ  ଅଧିକ  କଡା  କରି  ମଧ୍ୟ  ଭାଜିପାରିବେ   ଏପରି  କଲେ  ସ୍ଵାଦରେ  ସାମାନ୍ୟ  ଅଲଗା   ଆସିବ  ଚାଉଳ  ଭାଜି  ହେବା  ପରେ  ଏହାକୁ  ସାମାନ୍ୟ  ଟିଏଚଏଏନଡ଼ିଏ   ହେବାକୁ  ଛାଡି   ଦିଅନ୍ତୁ   ଏବେ  ଭଜା  ଚାଉଳକୁ  ପୁଣିଥରେ  ପେଶି  ଦିଅନ୍ତୁ   କୋରା  ନଡିଆକୁ  ଅନ୍ୟ  ଏକ  କଡେଇରେ  ଭାଜି  ଏଥିରେ  ଗୁଡ  ମିଶାନ୍ତୁ   ଗୁଡ  ମିଶିଲା ପରେ  ସାମାନ୍ୟ   ଭାଜନ୍ତୁ  ,  ଯେପରିକି  ଲଡୁ  ବାନ୍ଧି  ହୋଇ  ରହିବା  ସହଜ  ହେବ   ଏହି  ଗୁଡ  ଓ  ନଡିଆ  ଭଜାକୁ  ଚାଉଳରେ  ମିଶାଇ  ଦିଅନ୍ତୁ   ଏବେ  ଏଥିରେ  ଖୁଆ  ଓ  ଗୁଜୁରାତି  ଗୁଣ୍ଡ  ପକାନ୍ତୁ   ଏହି  ମିଶ୍ରଣକୁ  ହାତରେ  ନେଇ  ଲଡୁ  ଆକାର  ଦିଅନ୍ତୁ  ଯଦି  ଲଡୁ  ତିଆରିରେ  ସମସ୍ୟା  ଆସିବ  ,  ତେବେ  ସ୍ଵାଦ  ଅନୁସାରେ  ଘିଅ  ମିଶାନ୍ତୁ  ଏବେ  ଲଡୁକୁ  କେଶରରେ  ସଜାଇ  ଖାଇବାକୁ  ଦିଅନ୍ତୁ  ଓ  ନିଜେ  ମଧ୍ୟ   ଚାଖନ୍ତୁ   

Mar 1, 2015

ଚାଉଳ ମାଣ୍ଡୁଅ –Rice Mandua

ଚାଉଳ ମାଣ୍ଡୁଅ –Rice Mandua

ସାମଗ୍ରୀ:

ଚାଉଳ ଚୂନା ୨୫୦ ଗ୍ରାମ , ଅଟା ୨୫୦ ଗ୍ରାମ, ଗୁଡ ୨୦୦ ଗ୍ରାମ , ଚିନି ୧୦୦ ଗ୍ରାମ , ନଡିଆ ୧ ଟା, ଛେନା ୧୦୦ ଗ୍ରାମ , ଗୁଜରାତି ୫ଟା, ଘିଅ (ଗୁଆ ଘିଅ ହେଲେ ଭଲ) ଛଣିବା ପାଇଁ ।

ପ୍ରଣାଳୀ:

ଗୁଡ ଓ ପାଣି ଦେଇ ଭଲ ଭାବେ ଫୁଟାଇ ଦିଅନ୍ତୁ । ଏହା ଫୁଟିବା ବେଳେ ଏଥିରେ ଅଟା ଓ ଚାଉଳ ଚୂନା ପକାଇ ଘଟନ୍ତୁ ଏବଂ ଖଳି ଜନ୍ତି ଦିଅନ୍ତୁ । ନଡିଆ କୋରା, ଛେନା, ଚିନି ଓ ଗୁଜରାତି ଗୁଣ୍ଡକୁ ଭଲଭାବେ ମିଶାଇ ଭାଜି ଦିଅନ୍ତୁ । ଏହାପରେ ଏହି ଖଳିକୁ ଗୁଳା କରି ବେଲେନା ପେଡିରେ ପତଳା ପତଳା ବେଲି ପୁର କରି ଭାଗ ଦିଅନ୍ତୁ ଏବଂ ଅନ୍ୟ ଗୋଟିଏ ଖଳି ଗୋଳା ବେଲି ଏହା ଉପରେ ପକାଇ ଚାରି ପଟରୁ ମୁଡି ଦିଅନ୍ତୁ ଯେପରି ଖୋଲି ନ ଯାଏ । କରେଇରେ ଘିଅ ଗରମ କରି ଧୀରେ ଧୀରେ ପିଠାତକ ଛାଣି ଦିଅନ୍ତୁ । ଏହା ଥଣ୍ଡା ହେଲେ ଖାଇବାକୁ ଦିଅନ୍ତୁ ।

Feb 15, 2015

ରସ ବରା –Rasa Bada

ରସ ବରା –Rasa Bada

ଆବଶ୍ୟକ ସାମଗ୍ରୀ :

୨୫୦ ଗ୍ରା . ମୁଗଡାଲି , ୫୦୦ ଗ୍ରା . ଚିନି , ୪ ଟି ଗୁଜୁରାତି , ଆବଶ୍ୟକ ଅନୁଯାୟୀ ଲୁଣ ଏବଂ ଛାଣିବା ଲାଗି ରିଫାଇନ

ପ୍ରସ୍ତୁତ ପ୍ରଣାଳୀ :

ମୁଗଡାଲିକୁ ୫ ଘଣ୍ଟା ବତୁରାଇ ଦିଅନ୍ତୁ | ତା  ପରେ ପାଣିରୁ ଛାଣି , ଲୁଣ ପକାଇ ଶୁଖିଲା ଶୁଖିଲା ବାଟିଦିଅନ୍ତୁ | କଡେଇରେ ତେଲ ଗରମ କରି ଛୋଟଛୋଟ ବରାଭଳି ଏହାକୁ ଛାଣିଦିଅନ୍ତୁ | ଅନ୍ୟ ଏକ ପାତ୍ରରେ ଚିନି ଓ ପାଣି ଗରମ କରି ସିରା ପ୍ରସ୍ତୁତ କରନ୍ତୁ | ଗୁଜୁରାତିକୁ ଗୁଣ୍ଡ କରି ସିରାରେ ମିଶାଇ ଦିଅନ୍ତୁ | ଏହି ସିରାରେ ମୁଗବରାଗୁଡିକ ୧ ଘଣ୍ଟା ବତୁରାଇ ରଖନ୍ତୁ | ଏବେ ପ୍ରସ୍ତୁତ ହୋଇଗଲା ରସବରା | ଏହି ରସବରାକୁ ପ୍ଳେଟରେ କାଢି ପରିବେଷଣ କରନ୍ତୁ |

Feb 1, 2015

ବାଦାମ ରାବିଡି – BADAM RABDI

ବାଦାମ ରାବିଡି

ସାମଗ୍ରୀ :
କ୍ଷୀର ୨ ଲିଟର , ଚିନି ୨ କପ୍ (ଆବଶ୍ୟକ ଅନୁସାରେ ) , ଗୁଜୁରାତି ଗୁଣ୍ଡ , ସାମାନ୍ୟ କେଶର , କାଜୁ ଓ ପେସ୍ତା ଅଳ୍ପ ।

ପ୍ରସ୍ତୁତି ପ୍ରଣାଳୀ :

ତଳ ମୋଟା ଥିବା ଏକ ପାତ୍ରରେ କ୍ଷୀର ସିଝାନ୍ତୁ । କ୍ଷୀର ଫୁଟିଫୁଟି ଅଧା ହୋଇଗଲେ ଆଞ୍ଚ ଧିମା କରି ସେଥିରେ ଚିନି ପକାଇ ମିଶାନ୍ତୁ । କ୍ଷୀର ଯେମିତି ତଳେ ନ ଲାଗିଯାଏ ସେଥିପ୍ରତି ଦୃଷ୍ଟି ଦେଉଥିବେ । ପୁରା ବହଳିଆ ହୋଇଆସିଲେ କେଶର ପକାଇ ଭଲକରି ମିଶାନ୍ତୁ । ଉପରେ କାଜୁ , ପେସ୍ତା ପକାଇ ଆଞ୍ଚ ବନ୍ଦ କରନ୍ତୁ । ଥଣ୍ଡା ହୋଇଗଲା ପରେ ଫ୍ରିଜରେ ରଖିଦିଅନ୍ତୁ । ଏହି ରାବିଡି ଥଣ୍ଡା ଅବସ୍ଥାରେ ଖାଇଲେ ଏହା ଅଧିକ ଭଲ ଲାଗିଥାଏ ।

Jan 15, 2015

ଡବଲ ସୁଇଟ- Double Sweet

ଡବଲ ସୁଇଟ

ଆବଶ୍ୟକ ସାମଗ୍ରୀ :

୫ ଖଣ୍ଡ ବ୍ରେଡ , ୨୦୦ ଗ୍ରା . ଘିଅ , ୨ କପ୍ କ୍ଷୀର , ୨ କପ୍ ଚିନି , ୧ କପ୍ କ୍ରିମ , ଅଳ୍ପ କାଜୁ , କଟା ପେସ୍ତା ବାଦାମ , କିସମିସ ଓ ଚେରି |

ପ୍ରସ୍ତୁତ ପ୍ରଣାଳୀ :

ଚିନିରେ ଅଧା କପ୍ ପାଣି ଦେଇ ସିରା ପ୍ରସ୍ତୁତ କରନ୍ତୁ | ବ୍ରେଡକୁ ଘିଅରେ ଛାଣି ଚିନି ସିରାରେ ପକାଇ ୧ ମିନିଟ ପରେ କାଢି ତାକୁ ଗରମ କ୍ଷୀରରେ ଢାଳି ଦିଅନ୍ତୁ | କିଛି ସମୟ ପରେ ଏହାକୁ ପ୍ଳେଟକୁ କାଢି ଆଣନ୍ତୁ | ଏବେ ବ୍ରେଡକୁ କ୍ରିମ ସହିତ ସଜାଇ ଦିଅନ୍ତୁ | ତା ,ଉପରେ ଭଜା କାଜୁ , କିସମିସ , କଟା ପେସ୍ତା ବାଦାମ ଓ ଚେରି ସହ ସଜାଇ ୧୦ ମିନିଟ ଡିପ୍ ଫ୍ରିଜରେ ରଖନ୍ତୁ | ଏବେ ପ୍ରସ୍ତୁତ ହୋଇଗଲା ଡବଲ ସୁଇଟ |

Jan 2, 2015

ଅଟା ଲଡୁ - Wheat Laddu

ଅଟା ଲଡୁ

ଆବଶ୍ୟକ ସାମଗ୍ରୀ :

୧ କପ୍ ଅଟା , ଅଧା କପ୍ କ୍ଷୀର ସର , ୪ କପ୍ ଚିନି , ୧ ଛୋଟ ଚାମଚ ପାନମହୁରି , ୧ କପ୍ କ୍ଷୀର ,୨ ଚାମଚ ରିଫାଇନ , ୩ ଟି ଗୁଜୁରାତିର ଗୁଣ୍ଡ , ଅଳ୍ପ ଛୋଟଛୋଟ କଟା କାଜୁ ଓ ବାଦାମ , ଛାଣିବା ଲାଗି ତେଲ , ଅଳ୍ପ ବେକିଂ ପାଉଡର ଏବଂ ଆବଶ୍ୟକ ଅନୁଯାୟୀ ଲୁଣ |



ପ୍ରସ୍ତୁତ ପ୍ରଣାଳୀ :

ଉପରୋକ୍ତ ସମସ୍ତ ସାମଗ୍ରୀକୁ ଭଲ ଭାବରେ ଗୋଳାଇ ବରାର ପିଠଉ ପରି କରନ୍ତୁ | ଏହାକୁ ଭଲ ଭାବରେ ଫେଣ୍ଟି ୧୦ ମିନିଟ ଯାଏ ରଖି ଦିଅନ୍ତୁ | ଏବେ କଡେଇରେ ତେଲ ଗରମ କରି ପିଠଉକୁ ଛୋଟ ଛୋଟ ଲଡୁ ଆକାରରେ କରି ଲାଲ ହେବା ଯାଏ ଛାଣନ୍ତୁ | ଏହା ଭଲଭାବରେ ଭାଜି ହୋଇଗଲେ ପ୍ଳେଟକୁ କାଢି ଦିଅନ୍ତୁ | ଏବେ ତା , ଉପରେ କଟା କାଜୁ ଓ ବାଦାମ ସଜାଇ ଦିଅନ୍ତୁ | ଏବେ ପ୍ରସ୍ତୁତ ହୋଇଗଲା ଅଟା ଲଡୁ | ଏବେ ପ୍ଳେଟକୁ କାଢି ପରିବେଷଣ କରନ୍ତୁ ଅଟା ଲଡୁ |

Dec 16, 2014

ରସଗୋଲା ପାଏସ- Rasagola Paies

ରସଗୋଲା ପାଏସ

ଆବଶ୍ୟକ ସାମଗ୍ରୀ :

୫୦ ଗ୍ରା . ବାସୁମତୀ ଅରୁଆ ଚାଉଳ , ୨ ଲିଟର କ୍ଷୀର , ୧୫୦ ଗ୍ରା . ଚିନି , ୪ ଟି ଗୁଜୁରାତି , ୪ ଟି ଲବଙ୍ଗ , ୨ ଟି ତେଜପତ୍ର , ୧ ଛୋଟ ଚାମଚ ଦେଶୀ ଘିଅ ଓ ଗୋଲାପଜଳ, ୧୦ ଟି ଛୋଟଛୋଟ ରସଗୋଲା , ୫ ଟି ପେସ୍ତା ବାଦାମ |



ପ୍ରସ୍ତୁତ ପ୍ରଣାଳୀ :

ଡେକଚିରେ ଘିଅ ଗରମ କରି ତେଜପତ୍ର , ଲବଙ୍ଗ ଓ ଚାଉଳ ପକାଇ ଅଳ୍ପ ସମୟ ଭାଜନ୍ତୁ | ଏବେ କ୍ଷୀର ଢାଳି ଧିମା ଆଞ୍ଚରେ ଚାଉଳ ସିଝିବା ଯାଏ ରାନ୍ଧନ୍ତୁ | ଏଥିରେ ଏବେ ଛୋଟଛୋଟ ରସଗୋଲାକୁ ପକାଇ ଧୀରେଧିରେ ଗୋଳାନ୍ତୁ | ଚିନି ପକାଇ ୫ ମିନିଟ ଫୁଟାନ୍ତୁ | ଗୁଜୁରାତିକୁ ଗୁଣ୍ଡ କରି ଉପରେ ପକାନ୍ତୁ | ଚୁଲିରୁ ଓହ୍ଲାଇ ଥଣ୍ଡାକରି ଗୋଲାପ ଜଳ ପକାନ୍ତୁ | ଥଣ୍ଡାଥଣ୍ଡା ପରିବେଷଣ କରନ୍ତୁ ରସଗୋଲା ପାଏସ |

Dec 1, 2014

ବୁନ୍ଦି ପାଏସ୍-Bondi Paies

ବୁନ୍ଦି ପାଏସ୍

ଆବଶ୍ୟକ ସାମଗ୍ରୀ :

୧୦୦ ଗ୍ରା . ବେସନ , ୨ ଲିଟର କ୍ଷୀର , ୨୫୦ ଗ୍ରା . ଚିନି , ୨୦ ଗ୍ରା . କାଜୁ , ୨୦ ଗ୍ରା . କିସମିସ , କିଛି ଗୁଜୁରାତି ଗୁଣ୍ଡ ୧ କପ୍ ରିଫାଇନ ତେଲ |



ପ୍ରସ୍ତୁତ ପ୍ରଣାଳୀ :

ବେସନରେ ଅଳ୍ପ ପାଣି ଦେଇ ଗୋଳାଇ ରଖନ୍ତୁ | କଡେଇରେ ତେଲ ଗରମ କରି ବେସନରେ ବୁନ୍ଦି ଛାଣି ରଖନ୍ତୁ | କ୍ଷୀରକୁ ଧିମା ଆଞ୍ଚରେ ବସାଇ ଫୁଟାନ୍ତୁ | କ୍ଷୀର ଫୁଟି ଅଧା ହୋଇଗଲେ ଚିନି ପକାନ୍ତୁ | କାଜୁ , କିସମିସକୁ ତେଲରେ ଭାଜି କ୍ଷୀରରେ ପକାନ୍ତୁ | ଛାଣି ରଖିଥିବା ବୁନ୍ଦିକୁ ପକାଇ ଧୀରେଧୀରେ ଗୋଳାଇ ଗୁଜୁରାତି ଗୁଣ୍ଡ ପକାଇ ଚୁଲିରୁ ଓହ୍ଲାଇ ଥଣ୍ଡା କରି ପରିବେଷଣ କରନ୍ତୁ ବୁନ୍ଦି ପାଏସ୍ |

Nov 26, 2014

ଛେନା ପାଏସ୍ - CHHENAA PAIES

ଛେନା ପାଏସ୍ - CHHENAA PAIES

ଆବଶ୍ୟକ ସାମଗ୍ରୀ :

୨୫୦ ଗ୍ରା . ଚିପୁଡା ଛେନା , ୨ ଲିଟର କ୍ଷୀର , ୨୦୦ ଗ୍ରା . ଚିନି , ୪ ଟି ଗୁଜୁରାତି , ଗୋଟେରୁ ଚଉଠ ଜାଇଫଳ , ୧ କପ୍ ରିଫାଇନ ତେଲ |

ପ୍ରସ୍ତୁତ ପ୍ରଣାଳୀ :

କଡେଇରେ ତେଲ ଗରମ କରି ଛେନାକୁ ଗ୍ରେଅରରେ କୋରି ତେଲରେ ଛାଣି ରଖନ୍ତୁ | ଅନ୍ୟ ଏକ ପାତ୍ରରେ ୧ ଚାମଚ ଘିଅ ଦେଇ ଗୋଟା ଗୁଜୁରାତିକୁ ଫାଳ କରି ଏବଂ ଲବଙ୍ଗକୁ ସେଥିରେ ପକାନ୍ତୁ | ଏଥିରେ ଏବେ କ୍ଷୀର ଦେଇ ଧିମା ଆଞ୍ଚରେ କ୍ଷୀର ବହଳିଆ ହେବା ଯାଏ ଫୁଟାନ୍ତୁ | ଏବେ ଏଥିରେ ଚିନି ପକାନ୍ତୁ | ୫ ମିନିଟ କ୍ଷୀରକୁ ଭଲ ଭାବରେ ଗୋଳାନ୍ତୁ , ଚିନି ମିଶିଗଲେ ଆଗରୁ ଛାଣିରଖିଥିବା ଛେନାକୁ ପକାଇ ୫ ମିନିଟ ଚୁଲିରେ ବସାନ୍ତୁ | ଚୁଲିରୁ ଓହ୍ଲାଇ ଥଣ୍ଡା କରନ୍ତୁ | ଜାଇଫଳକୁ ଗୁଣ୍ଡ କରି ତା , ଉପରେ ପକାଇ ପରିବେଷଣ କରନ୍ତୁ ଛେନା ପାଏସ |

Nov 21, 2014

ରସାବଳୀ- RasaBali

ରସାବଳୀ- RasaBali

ଆବଶ୍ୟକ ସାମଗ୍ରୀ :

୧ ଲିଟର କ୍ଷୀର , ୨୦୦ ଗ୍ରା . ଚିନି , ୪୦୦ ଗ୍ରା . ଛେନା ଏବଂ ଆବଶ୍ୟକ ଅନୁସାରେ ଗୁଜୁରାତି |




ପ୍ରସ୍ତୁତ ପ୍ରଣାଳୀ :

ପ୍ରଥମେ ଛେନାକୁ ଚିପୁଡି ଚକଟି ରଖନ୍ତୁ | ଚୂଲିରେ କଡେଇ ବସାଇ ଘିଅ ଗରମ କରି ଛେନାକୁ ବରା ପରି କରି ଛାଣି ରଖନ୍ତୁ | ତା, ପରେ କ୍ଷୀରରେ ଚିନି ପକାଇ ଗରମ କରି ଫୁଟାନ୍ତୁ | କିଛି ସମୟ ଫୁଟିଲା ପରେ ସେଥିରେ ଆଗରୁ ଛାଣି ରଖିଥିବା ଛେନା ବରାକୁ ପକାନ୍ତୁ | ଏହା କିଛି ସମୟ ଫୁଟିଲା ପରେ ଗୁଜୁରାତିକୁ ଗୁଣ୍ଡ କରି ସେଥିରେ ପକାଇ ଓହ୍ଲାଇ ଆଣନ୍ତୁ | ଥଣ୍ଡା ହେଲା ପରେ ଏହାକୁ ଖାଇବାକୁ ଦିଅନ୍ତୁ |