* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Showing posts with label Fruit Recipe. Show all posts
Showing posts with label Fruit Recipe. Show all posts

Dec 20, 2016

କଷି ଆମ୍ବ ଆଚାର – Baby Mango Pickle

କଷି ଆମ୍ବ ଆଚାର – Baby Mango Pickle

ପ୍ରସ୍ତୁତି  ସାମଗ୍ରୀ – 

ଟାକୁଆ ହୋଇ ନଥିବା କଷି ଆମ୍ବ ୧ କିଲୋ , ସୋରିଷ ୨ ଚାମଚ , ମେଥି ୧ ଚାମଚ , ଲଙ୍କା ଗୁଣ୍ଡ ୧ ଚାମଚ , ସୋରିଷ ତେଲ ୧ କପ , ଲୁଣ ଓ ହଳଦୀ ଆବଶ୍ୟକ ଅନୁସାରେ ।

ପ୍ରଣାଳୀ –

କଷି ଆମ୍ବ ଚୋପ ଛଡାଇ ଚାରି ଖଣ୍ଡ କରି କାଟି ରଖନ୍ତୁ । ଏହାପରେ ଏଥିରେ ମେଥିକୁ ଭାଜି ଗୁଣ୍ଡ କରି ଗୋଳାନ୍ତୁ । ଏଥିରେ ଲଙ୍କା ଗୁଣ୍ଡ , ହଳଦୀ ଗୁଣ୍ଡ , ତେଲ ସୋରିଷ ଗୁଣ୍ଡ ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହାପରେ ଏଥିରେ ଲୁଣ ଦେଇ କାଚ ବମରେ ରଖି କିଛିଦିନ ଖରାରେ ରଖନ୍ତୁ । ପ୍ରାୟ ୧ ମାସ ପର୍ଯ୍ୟନ୍ତ ଖରାରେ ଶୁଖାନ୍ତୁ । ମଝିରେ ମଝିରେ ଗୋଳାଇ ଦିଅନ୍ତୁ ଯେପରି ଆମ୍ବ ଖଣ୍ଡ ଉପର ତଳ ହେବ । କଷି ଆମ୍ବ ଆଚାର ବହୁତ ସ୍ଵାଦିଷ୍ଟ ଓ ଏହାକୁ ସମସ୍ତେ ଖାଇ ପାରିବେ । ଏହା ବହୁତ ଦିନ ପର୍ଯ୍ୟନ୍ତ ରହି ପରେ । 

Mar 1, 2015

କ୍ଷୀର କମଳା- Milk Orange Twist

କ୍ଷୀର କମଳା- Milk Orange Twist

ସାମଗ୍ରୀ:
କ୍ଷୀର ୧ ଲିଟର, କମଳା ୨ଟି, ଚିନି ୫୦ ଗ୍ରାମ ।

ପ୍ରଣାଳୀ:

ମିଠା କମଳା ୨ଟି ବାଛି ଏହାର ଚୋପା ଓ ପାଖୁଡା ଛଡାଇ କେବଳ ଦନାଗୁଡ଼ିକ ବାହାର କରିବେ । ମଞ୍ଜି ମଧ୍ୟ କାଢି ପରିଷ୍କାର ଭାବେ ରଖନ୍ତୁ । ଏହାପରେ କ୍ଷୀର ଓ ଚିନି ଭଲଭାବେ ସିଝାଇ ଗାଢ ହୋଇଗଲେ ଆଞ୍ଚରୁ କାଢି ଦିଅନ୍ତୁ । ଏହାକୁ ଭଲଭାବେ ଥଣ୍ଡା କରି ଏହା ସହିତ କମଳା ଦନାଗୁଡିକୁ ମିଶାଇ ଦିଅନ୍ତୁ । ଭଲଭାବେ ମିଶିଗଲାପରେ ଖାଇବାକୁ ଦିଅନ୍ତୁ । ଦେଖନ୍ତୁ ଏହାର ସ୍ଵାଦ କିପରି ଅଛି ।

Feb 15, 2015

ସେଓ ସାଣ୍ଡୱିଚ-Apple Sandwich

ସେଓ ସାଣ୍ଡୱିଚ-Apple Sandwich

ଆବଶ୍ୟକ ସାମଗ୍ରୀ :
ସେଓ , କିଛି ଲେମ୍ବୁ ଜୁସ , ଚିଜ୍, ଡାଲଚିନି ଏବଂ ତାଜା ଫଳ ( ପତଳା ଖଣ୍ଡ ହୋଇଥିବା ଷ୍ଟ୍ରାବେରି ଏବଂ କାକୁଡି ) ଏବଂ ଟୁଥ ପିନ୍ ।

ପ୍ରଣାଳୀ :

ସେଓକୁ ଗୋଲ ଭାବରେ ୩ ରୁ ୪ ଫାଳ କାଟନ୍ତୁ । ଏହା ପରେ ସେଥିରୁ ମଞ୍ଜି କାଢିଦିଅନ୍ତୁ । ସେଓ ରଙ୍ଗ ମାଟିଆ ନ ପଡିବା ଲାଗି ଲେମ୍ବୁ ଜୁସରେ ସେଓ ଖଣ୍ଡକୁ ପକାନ୍ତୁ । ଏହା ପରେ ଗୋଟିଏ ସେଓ ଫାଳ ଉପରେ ଚିଜ୍ ଦେଇ ପତଳା ଖଣ୍ଡ ହୋଇଥିବା ଫଳକୁ ସଜାନ୍ତୁ । ଏହା ଉପରେ ଡାଲଚିନ ଛିଞ୍ଚି ଦେଇ ଅନ୍ୟ ସେଓ ଫାଳ ଉପରେ ରଖନ୍ତୁ । ଏହି ସେଓ ସାଣ୍ଡୱିଚ ଠିକ ଭାବେ ରହିବା ଲାଗି ଏହା ଉପରେ ଟୁଥ ପିନ୍ ଦେଇଦିଅନ୍ତୁ । ଏବେ ଏହାକୁ ନିଜେ ଖାନ୍ତୁ ଓ ଅନ୍ୟକୁ ଖାଇବାକୁ ଦିଅନ୍ତୁ ଏବଂ ଏହାର ସ୍ଵାଦ ବାରନ୍ତୁ ।

Feb 1, 2015

ମକା ବ୍ରେଡ ଉପମା – CORN BREAD UPMA

ମକା ବ୍ରେଡ ଉପମା

ଆବଶ୍ୟକ ସାମଗ୍ରୀ :

ଅଧା କପ ମକା , ଅଧା କପ ପାଣି, ୧ କପ ଚୁରା ବ୍ରେଡ (ପାଉରୁଟିର ସାଇଡକୁ ରଖନ୍ତୁ ନାହିଁ ), ୨ ଚାମଚ ତେଲ , ୨ ଚାମଚ (ଭଜା ହରଡ , ଚଣା ଓ ସୋରିଷ ) ପେଷ୍ଟ , ୬ ଟି ଭୃସଙ୍ଗ ପତ୍ର , ୧ ଚାମଚ ପିଆଜ ପେଷ୍ଟ , ୧ ଚାମଚ ଲେମ୍ବୁରସ , ୧ ଚାମଚ ଟମାଟୋ ପେଷ୍ଟ , ୧ ଚାମଚ କଞ୍ଚାଲଙ୍କା ପେଷ୍ଟ ଓ ସଜାଇବା ଲାଗି ଧନିଆପତ୍ର |


ପ୍ରସ୍ତୁତ ପ୍ରଣାଳୀ :

ପ୍ୟାନରେ ତେଲ ଗରମ କରି ଭୃସଙ୍ଗ ପତ୍ର ପକାଇ ତା , ପରେ ହରଡ , ଚଣା ଓ ସୋରିଷ ପେଷ୍ଟକୁ ପକାନ୍ତୁ | ଏବେ ପିଆଜ , ଟମାଟୋ , କଞ୍ଚାଲଙ୍କା ପେଷ୍ଟ ପକାଇ ଭାଜନ୍ତୁ | ଭାଜି ହେବା ପରେ ମକା ଓ ପାଣି ଦେଇ ଢାଙ୍କି ଦିଅନ୍ତୁ । ମକା ନରମ ହେବା ପରେ ଲୁଣ ପକାଇ କଡେଇକୁ ଚୁଲିରୁ ଓହ୍ଲାଇ ନିଅନ୍ତୁ | ଏଥିରେ ବ୍ରେଡ ଚୁରା ଓ ଲେମ୍ବୁରସ ମିଶାନ୍ତୁ । ଶେଷରେ କଟା ଧନିଆ ପତ୍ରରେ ସଜାଇ ପରିବେଷଣ କରନ୍ତୁ ମକା ବ୍ରେଡ ଉପମା ।

Jan 15, 2015

କୁକୁମ୍ବର କ୍ୟାଟ୍ ଫେସସ- Cucumber Cat-face

କୁକୁମ୍ବର କ୍ୟାଟ୍ ଫେସସ

ଆବଶ୍ୟକ ସାମଗ୍ରୀ :

ଗୋଟିଏ ପ୍ଳେଟ , କିଛି କାକୁଡି ଖଣ୍ଡ , ପତଳା କଞ୍ଚା ପିଆଜ ଖଣ୍ଡ , ପତଳା ଗାଜର ଖଣ୍ଡ , ୩ଟି ତିନିକୋଣିଆ ଛେନାଖଣ୍ଡ|



ପ୍ରସ୍ତୁତ ପ୍ରଣାଳୀ :

ପ୍ରଥମେ ପ୍ଳେଟରେ କାକୁଡି ଖଣ୍ଡକୁ ସଜାଇ ରଖନ୍ତୁ | ଏଥିରେ ସୁନ୍ଦର ଦିଶିଲା ଭଳି ପିଆଜ ଖଣ୍ଡକୁ ସଜାଇ ରଖନ୍ତୁ | କାକୁଡି ଖଣ୍ଡର ମଧ୍ୟଭାଗରେ ଛେନାର ଖଣ୍ଡ ରଖିବା ପରେ ଏହାର କଡରେ ଗାଜର ଖଣ୍ଡକୁ ସଜାଇ ରଖନ୍ତୁ | ଏବେ ପ୍ରସ୍ତୁତ ହୋଇଗଲା କୁକୁମ୍ବର କ୍ୟାଟ୍ ଫେସସ |

Jan 2, 2015

ସେଲ୍ ବୋନସ୍ - Shell Bones

ସେଲ୍ ବୋନସ୍

ଆବଶ୍ୟକ ସାମଗ୍ରୀ :

ଛେନା , ଟୁଥ ପିକ୍ , ଛୋଟଛୋଟ କଦଳୀ ଖଣ୍ଡ , ତରଭୁଜ ଖଣ୍ଡ |

 ପ୍ରସ୍ତୁତ ପ୍ରଣାଳୀ :

ପ୍ରଥମେ ଛେନାକୁ ଖଣ୍ଡ ଖଣ୍ଡ କରି ତ୍ରିଭୁଜ ଆକାରରେ କାଟନ୍ତୁ | ଏବେ ଏହାକୁ ଗୋଟିଏ ପ୍ଳେଟରେ ସଜାଇ ରଖନ୍ତୁ | ତା , ଉପରେ କଦଳୀ ଖଣ୍ଡ ଓ ତରଭୁଜକୁ ସଜାଇ ରଖନ୍ତୁ | ଏହାର ମଝିରେ ଟୁଥ ପିକ୍ ଲଗାଇବା ସହିତ ଚାରିପଟେ ମଧ୍ୟ ଟୁଥ ପିକ୍ ଲଗାନ୍ତୁ | ଏବେ ପ୍ରସ୍ତୁତ ହୋଇଗଲା ସେଲ୍ ବୋନସ୍ | ଏହାକୁ ଏବେ ଆରାମରେ ଖାଆନ୍ତୁ ଓ ଏହାର ମଜା ଉଠାନ୍ତୁ |

Dec 16, 2014

ଷ୍ଟପିଙ୍ଗ କାକୁଡି- Stamping Cucumber

ଷ୍ଟପିଙ୍ଗ କାକୁଡି

ଆବଶ୍ୟକ ସାମଗ୍ରୀ :

୨ ଟି କାକୁଡି , ଅଧା କପ୍ ଭଜା ଗ୍ରୀନ ମଟର , ୧ କପ୍ ସିଝା ଚକଟା ଆଳୁ , ଅଧା କପ୍ ଖଟା ମିଠା ବସାଦହି , ୧ ଚାମଚ ଜିରା ଗୁଣ୍ଡ , ୧ ଚାମଚ ଲଙ୍କାଗୁଣ୍ଡ , ୧ ଟି ପିଆଜ , ୧ ଟି ଟମାଟୋ , ୧ ଟି ଗାଜର , ୨ ମୁଠା ଗଜାମୁଗ, ସଜାଇବା ଲାଗି କିଛି ଧନିଆପତ୍ର ଓ ପୋଦିନାପତ୍ର , ସୋରିଷତେଲ ଓ ଆବଶ୍ୟକ ଅନୁଯାୟୀ ଲୁଣ |



ପ୍ରସ୍ତୁତ ପ୍ରଣାଳୀ :

ପ୍ରଥମେ କାକୁଡିରୁ ଚୋପା ଛଡାଇ ଲମ୍ବା ଆକାରରେ ୨ ଖଣ୍ଡ କରି କାଟନ୍ତୁ ଓ ମଞ୍ଜି ବାହାର କରି ଗୋଟିଏ ପାତ୍ରରେ ରଖନ୍ତୁ | ପିଆଜକୁ ଛୋଟଛୋଟ କରି କାଟି ରଖନ୍ତୁ | ଏବେ ସିଝା ଚକଟା ଆଳୁରେ ଗ୍ରୀନ ମଟର , ଲୁଣ , ସୋରିଷତେଲ , କଟା ପିଆଜ , ଗୁଣ୍ଡ ଜିରା , ଗୁଣ୍ଡ ଲଙ୍କା , ଗଜାମୁଗ ପକାଇ ମିଶାନ୍ତୁ | ତା ,ପରେ ଫାଳ କାକୁଡି ମଝିରେ ଏହି ଚକଟା ଦିଅନ୍ତୁ | ଏବେ ଏହାକୁ ପ୍ଳେଟରେ ରଖି କଟା ପିଆଜ, ଟମାଟୋ , ଗାଜର , ଧନିଆପତ୍ର ଓ ପୋଦିନାପତ୍ରରେ ସଜାନ୍ତୁ | ଖାଇବାର ଠିକ୍ ଆଗରୁ ଥଣ୍ଡା ଖଟା ମିଠା ଦହିକୁ କାକୁଡିର ଷ୍ଟପିଙ୍ଗ ଉପରେ ଦେଇ ଖାଇବାକୁ ଦିଅନ୍ତୁ ଷ୍ଟପିଙ୍ଗ କାକୁଡି |

Dec 1, 2014

ପାଇନାପୁଲ୍ ରାଇସ- Pineapple rice

ପାଇନାପୁଲ୍ ରାଇସ

ଆବଶ୍ୟକ ସାମଗ୍ରୀ :

୧ ଟି ପାଚିଲା ସପୁରି , ୫୦୦ ଗ୍ରା . ବାସୁମତୀ ଚାଉଳ , ୧ କପ୍ କୋରା ବିଟ , ୧ କପ୍ କୋରା ଗାଜର , ୧ କପ୍ କାଜୁ- କିସମିସ , ୧ ଚାମୁଚ ଲେମ୍ବୁରସ , ୪ ଟି ଅଳେଇଚ , ୪ ଚାମଚ ଗୁଆ ଘିଅ , ୧ ଚାମଚ ଚିନି , ସଜେଇବା ଲାଗି କିଛି ଚେରିକୋଳି , ଆବଶ୍ୟକ ଅନୁଯାୟୀ ଲୁଣ , ୧ ଫର୍ଦ ଆଲ୍ମୁନିୟମ ଫଏଲ |



ପ୍ରସ୍ତୁତ ପ୍ରଣାଳୀ :

ପ୍ରଥମେ ବାସମତି ଚାଉଳକୁ ଧୋଇ କିଛି ସମୟ ଶୁଖାଇ , ଅଳ୍ପ ଟାଣ ଥାଇ ଭାତ ରାନ୍ଧି ନିଅନ୍ତୁ | ପାଚିଲା ସପୁରିକୁ ମଝିରୁ ଦୁଇ ଫାଳ କରି ପତ୍ର ସହ କାଟନ୍ତୁ | ସ୍କୋୟାର ସାଇଜର ଭିତର ସସକୁ ଛୁରୀ ସାହାଯ୍ୟରେ କାଟି ରଖନ୍ତୁ | ସପୁରିକୁ ପୂରା ଚାଞ୍ଝି କରି ଖୋଳ କରିଦିଅନ୍ତୁ | ଏହାକୁ ସଫା କପଡାରେ ଛାପି ଦିଅନ୍ତୁ | ଏବେ କଡେଇରେ ଘିଅ ଗରମ କରି ଚିନି ଓ କାଜୁ – କିସମିସ ଭାଜନ୍ତୁ | ସେଥିରେ ବିଟ , ଗାଜର ପକାଇ ଘାଣ୍ଟାନ୍ତୁ | ତା , ପରେ ସପୁରି ପକାଇ , ଲୁଣ ଦେଇ ଘାଣ୍ଟି ଭାତ ପକାନ୍ତୁ | ସେଥିରେ ଲେମ୍ବୁରସ ଦେଇ , ଅଳେଇଚ ଗୁଣ୍ଡ ପକାଇ ଭଲଭାବରେ ଘାଣ୍ଟି ଓହ୍ଲାଇ ଆଣନ୍ତୁ | ସପୁରି ଖୋଳରେ ଫଏଲ୍ ପକାଇ ତା, ଉପରେ ରାଇସ ଢାଳି ଉପରେ ଚେରିକୋଳି ସଜାଇ ଏହି ପାଇନାପୁଲ ରାଇସକୁ ଗରମଗରମ ଦିଅନ୍ତୁ |

Nov 16, 2014

ନଡିଆ ଗଇଁଠା Coconut Gaintha

ନଡିଆ ଗଇଁଠା Coconut Gaintha

ଆବଶ୍ୟକ ସାମଗ୍ରୀ :

ଅଧଲିଟର କ୍ଷୀର , ୧୦୦ ଗ୍ରା . ଚିନି , ୩ ଟି ଗୁଜୁରାତି , ୧ ଫାଳ କୋରାନଡିଆ , ୧ ଫାଳ ଛୋଟଛୋଟ ଖଣ୍ଡରେ କଟା ନଡିଆ , ୨୫୦ ଗ୍ରା . ଅରୁଆ ଚାଉଳ ଚୂନା ଓ ଆବଶ୍ୟକ ଅନୁଯାୟୀ ଲୁଣ |

ନଡିଆ ଗଇଁଠା Coconut Gaintha 

ପ୍ରସ୍ତୁତ ପ୍ରଣାଳୀ :

ପ୍ରଥମେ କଡେଇରେ କ୍ଷୀର , ଚିନି , ଲୁଣ , କୋରାନଡିଆ , ଖଣ୍ଡନଡିଆ , ଗୁଜୁରାତି ଗୁଣ୍ଡ ପକାଇ ଫୁଟାନ୍ତୁ | କ୍ଷୀର ଫୁଟି ଆସିଲେ ଚାଉଳ ଚୂନା ପକାଇ ଜନ୍ତି ଦିଅନ୍ତୁ | ଏହାକୁ ଗୋଟିଏ ପାତ୍ରକୁ କାଢି ଥଣ୍ଡାକରି ଚକଟି ରଖନ୍ତୁ | ଖଳି ଯନ୍ତାକୁ ଗଇଁଠା ଆକାରରେ ଗଢି ହାଣ୍ଡିରେ ସିଝାନ୍ତୁ | ପ୍ରସ୍ତୁତ ହୋଇଗଲା ନଡିଆ ଗଇଁଠା | ଥଣ୍ଡା ହୋଇଗଲା ପରେ ହାଣ୍ଡିରୁ ବାହାର କରି ଖାଇବାକୁ ଦିଅନ୍ତୁ |

Nov 2, 2014

ପଣସମଞ୍ଜି ବରଫି – BARFI WITH JACK FRUIT SEEDS

ପଣସମଞ୍ଜି ବରଫି – BARFI WITH JACK FRUIT SEEDS

ଆବଶ୍ୟକ ସାମଗ୍ରୀ :

୧ ପତ୍ରରେ କିଛି ପଣସମଞ୍ଜି, ଅଧା କପ ମିଲ୍କମେଡ, ୧ କପ ଚିନି , ୮ ଟି ଗୁଜରାତି , ୨ ଚାମକ ଗୁଆଘିଅ ଓ ୧୫ ଟି କାଜୁ |


ପ୍ରସ୍ତୁତି ପ୍ରଣାଳୀ :

ପଣସମଞ୍ଜିରୁ ଚୋପା ଛଡାଇ ଫାଳକରି ସିଝାଇ ଦିଅନ୍ତୁ | ସିଝା ପଣସମଞ୍ଜି ସହିତ ଅଧା କପ ଚିନି ଓ ଗୁଜରାତି ପକାଇ ଗ୍ରାଇଣ୍ଡ କରି ରଖନ୍ତୁ | କଡେଇରେ ଗୁଆଘିଅ ପକାଇ ସେଥିରେ ବଟା ପଣସମଞ୍ଜି ପକାନ୍ତୁ ଏବଂ ଧୀରେ ଧୀରେ ଗୋଳାନ୍ତୁ | ୫/୬ ମିନିଟ ପରେ ମିଲ୍କମେଡ ପକାଇ ପଣି ଶୁଖି ଯିବା ପର୍ଯ୍ୟନ୍ତ ଗୋଳାନ୍ତୁ | ପୂରା ଶୁଖିଗଲାପରେ ସେଥିରେ ଅଳ୍ପ ଗୁଣ୍ଡଚିନି ପକାଇ ଗୋଳାନ୍ତୁ ଓ ସଙ୍ଗେ ସଙ୍ଗେ ଗୋଟିଏ ଥାଳିରେ ଘିଅ ମାରି ଢାଳି ଦିଅନ୍ତୁ | ଏହାକୁ ହାତରେ ଚାପି ସମାନ କରନ୍ତୁ | କାଜୁକୁ ଟିକେ ଗୁଣ୍ଡକରି ଏହା ଉପରେ ଛିଞ୍ଚନ୍ତୁ | ଏବେ ଏହାକୁ ୧ ଘଣ୍ଟା ପର୍ଯ୍ୟନ୍ତ ଫ୍ରିଜରେ ରଖନ୍ତୁ | ଥଣ୍ଡା ହୋଇଗଲାପରେ କାଟି ଖାଇବାକୁ ଦିଅନ୍ତୁ |

Oct 16, 2014

ଟମାଟୋ ବରା - TAMATO BADA

ଟମାଟୋ ବରା - TAMATO BADA


ଆବଶ୍ୟକ ସାମଗ୍ରୀ:

୫୦୦ ଗ୍ରା . ଟମାଟୋ , ୨୫୦ ଗ୍ରା . ବିରି , ୧ ଖଣ୍ଡ ଅଦା , ୧ ଚାମଚ ଜିରା , ୨ ଚାମଚ ଗୁଣ୍ଡଲଙ୍କା , ଅଧା କପ୍ ସରୁସେଉ (ସେଉ ମିକ୍ସଚର ) , ଛାଣିବା ଲାଗି ରିଫାଇନ୍ ଓ ଆବଶ୍ୟକ ଅନୁଯାୟୀ ଲୁଣ |

ବିଲାତି  ବାଇଗଣ  ଆଚାର - Tamato BADA

ପ୍ରସ୍ତୁତ ପ୍ରଣାଳୀ :

ବିରିକୁ ୪/୫ ଘଣ୍ଟା ବତୁରାଇ ପାଣିରୁ ଛାଣି ଅଦା ଓ ଲୁଣ ମିଶାଇ ଶୁଖିଲା ଶୁଖିଲା ବାଟିଦିଅନ୍ତୁ | କଡେଇରେ ତେଲ ଗରମ କରି ଏହି ବିରିକୁ ବରା ଆକାର କରି ଛାଣିଦିଅନ୍ତୁ | ଟମାଟୋକୁ ସିଝାଇ ଗ୍ରାଇଣ୍ଡ କରିଦିଅନ୍ତୁ | ଏବେ ଏହାକୁ ଛାଣି ରସ ବାହାର କରି ଲୁଣ ଓ ଲଙ୍କାଗୁଣ୍ଡ ମିଶାନ୍ତୁ | ଏହି ଟମାଟୋ ରସରେ ବରାଗୁଡିକ ପକାଇ କିଛି ସମୟ ରଖିଦିଅନ୍ତୁ | ଏବେ ପ୍ରସ୍ତୁତ ହୋଇଗଲା ଟମାଟୋ ବରା | ଏହି ଟମାଟୋ ବରାକୁ ଗୁଣ୍ଡଜିରା ଓ ସରୁସେଉରେ ସଜାଇ ପରିବେଷଣ କରନ୍ତୁ |

Oct 2, 2014

ନାଳି ନଡିଆ ପାଏସ-Sweet Coconut Paies

ନାଳି ନଡିଆ ପାଏସ - Sweet Coconut Paies

ଆବଶ୍ୟକ ସାମଗ୍ରୀ :

୨ ଲିଟର କ୍ଷୀର , ୨୦୦ ଗ୍ରା . ଚିନି , ୨ ଛୋଟ ଚାମଚ ଗୁଜୁରାତି ଗୁଣ୍ଡ ଓ ଅଧାକପ କଟା ନାଳୀନଡିଆ
Nadia nali paies
ପ୍ରସ୍ତୁତ ପ୍ରଣାଳୀ :

ଧିମା ଆଞ୍ଚରେ କ୍ଷୀର ବସାଇ ଧୀରେଧିରେ ଘାଣ୍ଟାନ୍ତୁ | କ୍ଷୀର ଶୁଖି ବହଳିଆ ହୋଇଆସିଲେ ଚିନି ପକାନ୍ତୁ | ଚିନି ପକାଇ କିଛି ସମୟ ଘାଣ୍ଟାନ୍ତୁ | ଚୁଲିରୁ ଓହ୍ଲାଇ ଗୁଜୁରାତି ଗୁଣ୍ଡ ପକାନ୍ତୁ | ନାଳୀନଡିଆକୁ ଛୋଟଛୋଟ ଚାରିକୋଣିଆ ଖଣ୍ଡ ଆକାରରେ କାଟି ଛୋଟଛୋଟ ଗିନାରେ ରଖନ୍ତୁ | ଆଗରୁ ପ୍ରସ୍ତୁତ କରି ରଖିଥିବା କ୍ଷୀରକୁ ଗିନାରେ ଢାଳନ୍ତୁ | ଗିନାଗୁଡିକ ଫ୍ରିଜରେ ୫ /୧୦ ମିନିଟ ରଖନ୍ତୁ | ଫ୍ରିଜରୁ ବାହାର କରି ଏହାକୁ ଥଣ୍ଡାଥଣ୍ଡା ପରିବେଷଣ କରନ୍ତୁ |

Sep 15, 2014

ସିଝା ମଣ୍ଡା - Boiled Manda Pitha

ସିଝା ମଣ୍ଡା - Boiled Manda Pitha

ଆବଶ୍ୟକ ସାମଗ୍ରୀ :

ଚାଉଳ ଚୂନା ୨ କପ, କ୍ଷୀର ୨ କପ, ନାଡିଆ କୋରା ୧ କପ, ଚିନି ଅଧା କପ, ଅଳେଇଚ ୪/୫ ଟି, ଗୋଲମରିଚ ଗୁଣ୍ଡ ୧ ଚାମଚ, ସାମାନ୍ୟ ଲୁଣ |



ପ୍ରଣାଳୀ :

ଚିନି, ନଡିଆକୋରା, ଗୋଲମରିଚ ଗୁଣ୍ଡ, ଅଲେଇଚ ଆଦି ମିଶାଇ କଡେଇରେ ପୁର ପ୍ରସ୍ତୁତ କରନ୍ତୁ ରଖିଦିଅନ୍ତୁ |

ଏକ ପାତ୍ରରେ କ୍ଷୀର ଫୁଟାନ୍ତୁ | ଏଥିରେ ସାମାନ୍ୟ ଲୁଣ ପକାନ୍ତୁ ଓ ଚାଉଳ ଚୂନାକୁ ଯନ୍ତି ଦିଅନ୍ତୁ | ଚାଉଳଚୂନା ଭଲଭାବେ ସିଝି ଗଲାପରେ ଏହାକୁ ସାମାନ୍ୟ ଥଣ୍ଡା କରାନ୍ତୁ | ଏବେ ଏଥିରେ ୧ ଚାମଚ ରିଫାଇନ ପକାଇ ଭଲଭାବେ ଚକଟି ଦିଅନ୍ତୁ | ୮/୧୦ ଗୋଳା କରନ୍ତୁ | ପ୍ରତ୍ୟେକ ଗୋଳାରେ ନାଡିଆପୁର ଦେଇ ଗୋଲ ଗୋଲ କରି ମଣ୍ଡା ପିଠା ଗଢନ୍ତୁ | ଏବେ ପିଠାଗୋଡିକୁ ସିଝାଇ ଦିଅନ୍ତୁ |ଏଥିପାଇଁ ଇଡ୍ଲୀ ଛାଞ୍ଚର ବ୍ୟବହାର କରିପାରିବେ କିମ୍ବା ଏକ ପାତ୍ରରେ କପଡା ବାନ୍ଧି ମଧ୍ୟ ଏହି ପିଠା କରିପରିବେ | ସିଝାମଣ୍ଡା ଖାଇବାକୁ ଯେତିକି ସ୍ଵାଦିଷ୍ଟ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଭଲ | ଏବେ ମଣ୍ଡା ପିଠାର ସ୍ଵାଦ ପରଖନ୍ତୁ |

Sep 1, 2014

ଟମାଟୋ ଚଟଣି - Tamato curry

ଟମାଟୋ ଚଟଣି - Tamato curry

ସାମଗ୍ରୀ –କଟା ଯାଇଥିବା ଚାରୋଟି ଟମାଟୋ ,ଦୁଇ ଚାମଚ ତେଲ , ଚିମୁଟାଏ ଜୀରା , ଚିମୁଟାଏ ହେଙ୍ଗୁ, ଏକ ଚାମଚ ଲାଲ ଲଙ୍କା ପାଉଡର ,ଆବଶ୍ୟକ ଅନୁଯାୟୀ ଲୁଣ ଓ ଚିନି |
ବିଲାତି  ବାଇଗଣ  Tamato curry 

ପ୍ରଣାଳୀ :

କଡେଇରେ ତେଲ ଗରମ କରି ଜିରା ଓ ହେଙ୍ଗୁ ପକାଇବା ପରେ କଟା ଯାଇଥିବା ଟମାଟୋକୁ ପକାଇ ଦିଅନ୍ତୁ | ୫ ମିନିଟ ଚୁଲିରେ ବସିବା ପରେ ଲୁଣ ଓ ଚିନି ପକାଇ ଦିଅନ୍ତୁ | ପରେ ଲଙ୍କା ଗୁଣ୍ଡ ପକାଇ ଘାଣ୍ଟି ଦିଅନ୍ତୁ | ଆଉ ପାଞ୍ଚ ମିନିଟ ଚୁଲିରେ ବସାଇବା ପରେ ତାକୁ ଓହ୍ଲାଇ ଦିଅନ୍ତୁ |

Aug 15, 2014

ଅମୃତଭଣ୍ଡା କ୍ଷୀରୀ - sweet khiri with papaye


ଅମୃତଭଣ୍ଡା କ୍ଷୀରୀ - sweet khiri with papaye

ଆବଶ୍ୟକ ସାମଗ୍ରୀ : 

୫୦୦ ଗ୍ରା . ଓଜନର ଗୋଟିଏ ଅଧା ପାଚିଆସୁଥିବା ଅମୃତଭଣ୍ଡା , ୨୫୦ ଗ୍ରା . କଞ୍ଚା ମୁଗଜାଇ , ୧ ଲିଟର କ୍ଷୀର , ଗୋଟିଏ ଛୋଟ ନଡିଆ , କିଛି କାଜୁ ଓ କିସମିସ , ୨ ଟି ତେଜପତ୍ର , କିଛି ଗୁଣ୍ଡ ଗୁଜରାତି , ୧୦୦ ଗ୍ରା . ଚିନି ଓ ଆବଶ୍ୟକ ଅନୁଯାୟୀ ଲୁଣ |



papaya khiri



ପ୍ରସ୍ତୁତ ପ୍ରଣାଳୀ : 

ପ୍ରଥମେ ଅମୃତଭଣ୍ଡାକୁ କୋରି ମୁଗଜାଇ ସହିତ ୧/୨ ଲିଟର ପାଣିରେ ଭଲଭାବେ ସିଝାଇ ସାଥିରେ କ୍ଷୀର ଢାଳନ୍ତୁ | କାଜୁ, କିସମିସକୁ ବାଦାମି ରଙ୍ଗ ହେବା ଯାଏ ଘିଅରେ ଭାଜି ସେଥିରେ ପକାନ୍ତୁ | କ୍ଷୀର ସହିତ ଜାଇ- ଅମୃତଭଣ୍ଡା କୋର ସିଝି ମିଶିଗଲେ , କୋର ନଡିଆ, ଗୁଣ୍ଡ ଗୁଜରାତି, ଲୁଣ ଓ ସାମାନ୍ୟ ଚିନି ମିଶାଇ ଘଣ୍ଟାନ୍ତୁ | ଚୂଳିରୁ ଓହ୍ଳାଇ ରଖି ଦିଅନ୍ତୁ | ଏହା ଥଣ୍ଡାହେଲା ପରେ ଖାଇବାକୁ ପରସନ୍ତୁ | ଏବେ ଅମୃତଭଣ୍ଡା କ୍ଷୀରୀର ସ୍ଵାଦ ଚାଖନ୍ତୁ |

Aug 2, 2014

ତେନ୍ତୁଳୀ ଆଚାର Tamarind Pickle

ତେନ୍ତୁଳୀ ଆଚାର Tamarind Pickle

ଅନୁପାତ--- 
 ତେନ୍ତୁଳୀ ୧ କି.ଗ୍ରା , ଗୁଡ – ୧ କି .ଗ୍ରା ୫ ୦୦ ଗ୍ରା . , ଲୁଣ – ୧୦୦ ଗ୍ରା . , ସୋରିଷ ତେଲ – ୧୦୦ଗ୍ରା. , ଲଙ୍କାଗୁଣ୍ଡ – ୫୦ଗ୍ରା. , ପାନମଥୁରୀ – ୧୦ଗ୍ରା , କଳାଜୀରା -୧୦ଗ୍ରା. , ଜିରାଗୁଣ୍ଡ – ୨୫ଗ୍ରା. , ମେଥିଗୁଣ୍ଡ – ୧୫ଗ୍ରା. |


ତେନ୍ତୁଳୀ  ଆଚାର Tamarind Pickle



ପ୍ରଣାଳୀ-- 
 ପ୍ରଥମେ ତେଲ ଗରମ କରାଯିବ | ତେଲ ଗରମ ହୋଇଗଲେ ପାନମଧୁରୀ ଓ କଳାଜୀରାକୁ ଫୁଟଣ କରାଯିବ | ଫୁଟଣ ପକାଇସାରିବାପରେ ଆବଶ୍ୟକ ପରିମାଣର ଗୁଡଗୁଣ୍ଡକୁ ପକାଇ ଘଣ୍ଟିବ | ଗୁଡ ତରଳି ଗଲେ ପ୍ରାୟ ୨୦୦ମି.ଲି ପାଣି ଆବଶ୍ୟକ ଲୁଣ ଓ ଲଙ୍କାଗୁଣ୍ଡ ପକାଯିବ | ଯେତେବେଳେ ଗୁଡ ଓ ପାଣି ଫୁଟିବ ତେନ୍ତୁଳି ପକାଇ ଘାଣ୍ଟିବ ଓ ଚୁଲିରୁ ଓହ୍ଲାଇଦେବ | ଥଣ୍ଡା ହୋଇଗଲେ ଜିରାଗୁଣ୍ଡ ଓ ମେଥିଗୁଣ୍ଡ ପକାଇ ଭଲଭାବରେ ଆଚାରରେ ମିଶାଇଦେବ ଓ ଜାରରେ ପୁରାଇ ରଖିବ |

Jul 16, 2014

ବରକୋଳି ଆଚାର - Barakoli Achaar

ବରକୋଳି ଆଚାର - Barakoli Achaar

ଅନୁପାତ--

ବରକୋଳି -୧କି.ଗ୍ରା., ଲୁଣ , ତେନ୍ତୁଳି -୨୫୦ ଗ୍ରା.(ମଞ୍ଜିଥିବା), ଗୁଡ – ୫୦୦ଗ୍ରା., ସୁରିଷ ତେଲ , ଲଙ୍କାଗୁଣ୍ଡା , ଜୀରାଗୁଣ୍ଡ , ମେଥିଗୁଣ୍ଡ

ପ୍ରଣାଳୀ-- ପ୍ରଥମେ କୋଳିକୁ ଭଲଭାବରେ ଧୁଆଯିବ | ଧୂଆହେବାପରେ ଉକ୍ତ କୋଳିରେ ଲୁଣ ପକାଇ ପ୍ରାୟ ୭ଦିନ ପାଯ୍ୟନ୍ତ ଜୁଆଇବ | (ସବୁବେଳେ କୋଳିକୁ ତଳଉପର କରୁଥିବ) | ତାପରେ ଉକ୍ତ କୋଳିକୁ ଖରାରେ ଶୁଖାଇବ | ( ପ୍ରାୟ ୨ ଦିନ )

ତେନ୍ତୁଳିରୁ ମଣ୍ଡ ବାହାର କରିବ | ଉକ୍ତ ମଣ୍ଡକୁ ମଶାରୀ କପଡା ସାହାଯ୍ୟରେ ଛାଣିଦେବ |( ଯେପରି ମଞ୍ଜି ଓ ତନ୍ତୁ ନରହେ) ତାପରେ ତେଲ ଗରମ କରାଯିବ | ତେଲ ଗରମ ହୋଇଗଲେ ଗୁଡ ଓ ତେନ୍ତୁଳି ମଣ୍ଡ ପକାଇ ଫୁଟାଇବ | ଫୁଟିବା ସମୟରେ କୋଳିକୁ ଓ ଲଙ୍କାଗୁଣ୍ଡ ପକାଇ ଚୂଲିରୁ ଓହ୍ଳାଇବ | ଥଣ୍ଡା ହୋଇଗଲେ ଜୀରାଗୁଣ୍ଡ , ମେଥିଗୁଣ୍ଡ ପକାଇ ଭଲଭାବରେ ଗୋଳାଇବ ଓ ଜାରରେ ରଖିବ |

Jul 1, 2014

ଲେମ୍ବୁ ଆଚାର (ମିଠା) - Lemon Pickle (sweet)

ଲେମ୍ବୁ ଆଚାର (ମିଠା) - Lemon Pickle (sweet) 

ଆବଶ୍ୟକୀୟ ଉପକରଣ : 

ଲେମ୍ବୁ , ଲୁଣ , କଞ୍ଚାଲଙ୍କା ,ସୋରିଷ ତେଲ , ଅଦା , ହଳଦୀ , ସୋରିଷ ଗୁଣ୍ଡ ,ମେଥି ଗୁଣ୍ଡ ,ଲଙ୍କାଗୁଣ୍ଡ , ହେଙ୍ଗୁ , ଗୁଡ   



lemon pickle -odiatastykhana

ପ୍ରଣାଳୀ --- ପ୍ରଥମେ ଲେମ୍ବୁକୁ ଭଲ ପାଣିରେ ଧୋଇଦେବ | ଧୁଆହେବା ଲେମ୍ବୁ ଛୋଟ ଛୋଟ କରି କାଟିବେ | ଗୋଟା କଞ୍ଚାଲଙ୍କାକୁ ମୁଣ୍ଡି ବାହାର କରିଦେଇ ଭଲ ଭାବରେ ଧୋଇ ଦେବ | ଉକ୍ତ ଲଙ୍କାରୁ କିଛି ଅଂଶ କାଟିଦେବ | ଅଦାକୁ ଭଲ ଭାବରେ ଧୋଇଦେଇ ଛୋଟ ଛୋଟ ଖଣ୍ଡ କରି କାଟିଦେବ | ଲେମ୍ବୁ , ଲଙ୍କା ଓ ଅଦାକୁ ମିଶାଇ ଆବଶ୍ୟକ ପରିମାଣର ଲୁଣ ଓ ହଳଦୀ ମିଶାଇ କିଚ୍ଛିଦିନ ପାଇ ରଖିବ | ପ୍ରତିଦିନ ଲେମ୍ବୁ ଘାଣ୍ଟୁଥିବ | ଯେତେବେଳେ ଲେମ୍ବୁ ସଢିଯିବ ବା ନରମ ହୋଇଯିବ ଉକ୍ତ ଲେମ୍ବୁକୁ ପ୍ଳେଟ କିମ୍ବା କୁଲା ଉପରେ ଉକ୍ତ ଲେମ୍ବୁକୁ 2 ଦିନ ଶୁଖାଇବ | ଅତ୍ୟଧିକ ଲେମ୍ବୁକୁ ଶୁଖାଇଲେ ଆମ୍ବୁଲ ପରି ହୋଇଯିବ | ତେଣୁ ୨/୩ ଟି ଖରା ଯଥେଷ୍ଟ | ଆଚାର ପାଇ ମସଲା ପ୍ରସ୍ତୁତି କରି ଆଚାର କରିବ |

ପ୍ରଥମେ ତେଲକୁ ଚୁଲିରେ ବସାଇ ଗରମ କରିବ | ତେଲରୁ ଫେଣ ଅଂଶ ମରିଗଲେ ଗୁଡ ଖଣ୍ଡ ପକାଇ ଗୋଳାଇ ଦେବ ଓ ସଙ୍ଗେ ସଙ୍ଗେ ଚୁଲିରୁ କାଢି ଦେବ | ତେଲ ଅଳ୍ପ ଗରମ ଥିବା ଅବସ୍ଥାରେ ଲଙ୍କାଗୁଣ୍ଡ ଓ ହେଙ୍ଗୁ ପକାଇବ | ପୁରା ଥଣ୍ଡା ହୋଇଗଲେ ଉପରୋକ୍ତ ମସଲା ପକାଇ ଗୋଳାଇଦେବ ଓ ପାଗ ହୋଇଥିବା ଲେମ୍ବୁକୁ ପକାଇ ଗୋଳାଇବ ଓ ଜାରରେ ରଖିବ ଯେପରିକି ଆଚାର ତେଲ ବୁଡିକରି ରହିବ | 

Jun 15, 2014

ଲେମ୍ବୁ ଆଚାର (ରାଗ) - Lemon pickle (Chil)

ଲେମ୍ବୁ  ଆଚାର    (ରାଗ)  - Lemon Pickle 



ଆବଶ୍ୟକୀୟ  ଉପକରଣ :

 ଲେମ୍ବୁ  ,  ଲୁଣ , କଞ୍ଚାଲଙ୍କା ,ସୋରିଷ ତେଲ , ଅଦା , ହଳଦୀ , ସୋରିଷ  ଗୁଣ୍ଡ  ,ମେଥି  ଗୁଣ୍ଡ   ,ଲଙ୍କାଗୁଣ୍ଡ , ହେଙ୍ଗୁ  |
lemon pickle -odiatastykhana


 ପ୍ରଣାଳୀ ---  ପ୍ରଥମେ  ଲେମ୍ବୁକୁ   ଭଲ  ପାଣିରେ  ଧୋଇଦେବ |  ଧୁଆହେବା  ଲେମ୍ବୁ  ଛୋଟ ଛୋଟ  କରି  କାଟିବେ    |  ଗୋଟା  କଞ୍ଚାଲଙ୍କାକୁ   ମୁଣ୍ଡି  ବାହାର  କରିଦେଇ  ଭଲ  ଭାବରେ  ଧୋଇ  ଦେବ  |  ଉକ୍ତ  ଲଙ୍କାରୁ  କିଛି  ଅଂଶ  କାଟିଦେବ  | ଅଦାକୁ ଭଲ  ଭାବରେ  ଧୋଇଦେଇ  ଛୋଟ ଛୋଟ    ଖଣ୍ଡ  କରି କାଟିଦେବ  |  ଲେମ୍ବୁ , ଲଙ୍କା  ଓ ଅଦାକୁ  ମିଶାଇ ଆବଶ୍ୟକ   ପରିମାଣର ଲୁଣ  ଓ  ହଳଦୀ  ମିଶାଇ  କିଚ୍ଛିଦିନ  ପାଇ  ରଖିବ  |  ପ୍ରତିଦିନ  ଲେମ୍ବୁ  ଘାଣ୍ଟୁଥିବ  |  ଯେତେବେଳେ  ଲେମ୍ବୁ  ସଢିଯିବ  ବା  ନରମ  ହୋଇଯିବ  ଆଚାର ପାଇଁ  ମସଲା   ପ୍ରସ୍ତୁତି  କରି  ଆଚାର  କରିବ |

 ପ୍ରଥମେ   ତେଲକୁ    ଚୁଲିରେ  ବସାଇ  ଗରମ  କରିବ   |  ତେଲରୁ  ଫେଣ  ଅଂଶ   ମରିଗଲେ  ଚୁଲିରୁ  କାଢି  ଦେବ  |  ତେଲ   ଅଳ୍ପ  ଗରମ   ଥିବା  ଅବସ୍ଥାରେ  ଲଙ୍କାଗୁଣ୍ଡ  ଓ  ହେଙ୍ଗୁ  ପକାଇବ  |   ପୁରା  ଥଣ୍ଡା  ହୋଇଗଲେ  ଉପରୋକ୍ତ  ମସଲା  ପକାଇ   ଗୋଳାଇଦେବ  ଓ  ପାଗ  ହୋଇଥିବା  ଲେମ୍ବୁକୁ  ପକାଇ  ଗୋଳାଇବ  ଓ  ଜାରରେ    ରଖିବ  ଯେପରିକି  ଆଚାର  ତେଲ  ବୁଡିକରି  ରହିବ   | 

Jun 2, 2014

କମଳା ଚୋପା ଆଚାର - Lemon Skin Pickle

କମଳା  ଚୋପା ଆଚାର - Lemon Skin Pickle

କମଳା  ଚୋପା ଆଚାର


କମଳା ଚୋପାକୁ     ଲୁଣ  ପାଣିରେ   ପକାଇ  ଏହାକୁ  ଛାଣି   ଖରାରେ ପକାଅ   |   ଏହା   ଶୁଖି  ହାତରେ ଗୁଣ୍ଡକଲା ପରି ହେଲେ ରଖ | ମେଥି ,  ଜୁଆଣିକୁ   ଭାଜି   ଗୁଣ୍ଡ   କରି  ନିଅ  |

କଡ଼ାଇରେ   ତେଲକୁ   ଫୁଟାଇ  ଶୁଖିଲା  କମଳା ଚୋପାକୁ   ପକାଇ  କଡ଼ାଇ ଓହ୍ଲାଇନେବ  |   ଏହାକୁ   ଥଣ୍ଡାକରି   ଗୋଟିଏ  କାଚ  ବମରେ  ରଖିବ  |  ଏଥିରେ  ଲଙ୍କାଗୁଣ୍ଡ  , ମେଥି , ଜୁଆଣି   ଗୁଣ୍ଡ    ଚିନି  ମିଶାଇ   ଭଲଭାବେ  ବମର   ମୁଖକୁ   ବାନ୍ଧି   ଖରାରେ   ଆOଦିନ  ଦେଇ  ଖାଇବାକୁ  ଦେବ   |