* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Showing posts with label Awasome Sweets item. Show all posts
Showing posts with label Awasome Sweets item. Show all posts

May 16, 2020

ଫୁଟି କାକୁଡି ଆଇସକ୍ରିମ – Yellow Cucumber IceCream


ଫୁଟି କାକୁଡି ଆଇସକ୍ରିମ – Yellow Cucumber IceCream
ପ୍ରସ୍ତୁତି ସାମଗ୍ରୀ-

ଫୁଟି କାକୁଡି ୫୦୦ ଗ୍ରାମ, ମିଲ୍କ ପାଉଡର ୨୫୦ ଗ୍ରାମ, ଚିନି ୨୦୦ ଗ୍ରାମ, ଚେରୀ ୧୫ ଟି, ଗୁଜୁରାତି ୨ଟି       


ପ୍ରଣାଳୀ

ପ୍ରଥମେ ଫୁଟିକାକୁଡିରୁ  ଚୋପା ଛଡାଇ ମଞ୍ଜି ବାହାର କରି ରଖନ୍ତୁ ଏହାକୁ ଗ୍ରାଇଣ୍ଡରରେ  ଭଲ ଭାବରେ ଗ୍ରାଇଣ୍ଡ କରି ଏଥିରେ ମିଲ୍କ ପାଉଡର ଓ ଚିନି ପକାଇ ଭଲ ଭାବରେ ଫେଣ୍ଟି ଦିଅନ୍ତୁ । 
ଏବେ ଏହାକୁ ଫ୍ରିଜରେ ରଖି ଥଣ୍ଡା କରି ଗୁଜୁରାତି ଗୁଣ୍ଡ ଅଳ୍ପ ପକାଇ ଆଉଥରେ ଫେଣ୍ଟି ଦିଅନ୍ତୁ ।  


ଏହା ଉପରେ ଚେରୀ କାଟି ସଜାଇ ପରସନ୍ତୁ  ।  ଏହା ଯେପରି ସୁଆଦିଆ ସେପରି ଖାଦ୍ୟ ସାର ଯୁକ୍ତ ମଧ୍ୟ । 


Mar 16, 2020

ଅଟକାଳି– Atakali


ଅଟକାଳି– Atakali
ପ୍ରସ୍ତୁତି ସାମଗ୍ରୀ-

 ଅରୁଆ ଚାଉଳ ଚୂନା ୪ କପ, ଅଳ୍ପ ଲୁଣ, ବଡ ନଡିଆ ୧ଟି, ଗୋଲ ମରିଚ ୧୨ଟି, ଗୁଡ ୧ କପ, ଅଳ୍ପ କିସମିସ     
ପ୍ରଣାଳୀ

ପ୍ରଥମେ ନଡିଆକୁ ଭାଙ୍ଗି ଫାଳେ କୋରି ପାତ୍ରରେ ରଖନ୍ତୁ ।   ଆର ଫାଳ ନଡିଆକୁ ସରୁ ସରୁ କାଟି ଦିଅନ୍ତୁ । ଏବେ କରେଇରେ ୫ କପ ପାଣି ଫୁଟେଇ ସେଥିରେ ଗୁଡ ଓ ଲୁଣ ଦେଇ ଭଲ ଭାବେ ମିଶାଇ ଦିଅନ୍ତୁ ।  ଅନ୍ୟ ୪କପ ପାଣିରେ ଚାଉଳ ଚୂନା ମିଶାଇ ନେଇ ଫୁଟୁଥିବା ପାଣିରେ ଢାଳି ଦିଅନ୍ତୁ।  ନଡିଆ କୋରା ଓ ନଡିଆ ଖଣ୍ଡ  ସେଥିରେ ପକାଇ ଘଣ୍ଟି ଦିଅନ୍ତୁ ।  ୩୦ ମିନିଟ ଘାଣ୍ଟିଲା ପରେ ଆଞ୍ଚରୁ ବାହାର କରି ରଖି ଦିଅନ୍ତୁ ।  ଖାଇବା ବେଳେ ଗୋଲମରିଚ ଗୁଣ୍ଡ ପକାଇ ଥଣ୍ଡା କରି ଉପରେ କିଛି କିସମିସ ପକାଇ ଖାଇବାକୁ ଦିଅନ୍ତୁ ।

Aug 1, 2019

ଲସି – Lassi


ଲସି  Lassi
ପ୍ରସ୍ତୁତି ସାମଗ୍ରୀ-.

୫୦୦ ମି. ଲି. ଖଟା ବସାଦହି, ପାଣି , ମହୁ , ଆଲମଣ୍ଡ  ବାଦାମ ୧୦ ଟି ।

ପ୍ରଣାଳୀ -

ପୂର୍ବରାତିରୁ ଆଲମଣ୍ଡ  ବାଦାମ ୧୦ ଟିକୁ ପାଣିରେ ବତୁରାଇ ରଖନ୍ତୁ ।  ଏହାକୁ ଛୋଟ ଛୋଟ ପତଳା ପତଳା କରି କାଟି ରଖନ୍ତୁ ।  ବ୍ଲେଣ୍ଡରରେ ଦହିକୁ ଭଲଭାବେ ଫେଣ୍ଟି ଦିଅନ୍ତୁ ।  

ଏବେ ଲମ୍ବା ଲମ୍ବା ଗ୍ଲାସରେ ଅଧା ଗ୍ଲାସ ପାଣି ନିଅନ୍ତୁ ଓ ଅଧା ଦହି ନିଅନ୍ତୁ ।  ଏବେ ଏଥିରେ ଏକ ଚାମଚ ମହୁ ପକାଇ ଭଲ ଭାବେ ଚାମଚରେ ଘାଣ୍ଟି ଦିଅନ୍ତୁ । ଉପରେ ବାଦାମ ଖଣ୍ଡ ପକାଇ ପରସନ୍ତୁ ।   ଖରା ଦିନରେ  ଥଣ୍ଡା ପାଣି  ବା ଅଳ୍ପ ବରଫ ଖଣ୍ଡ ପକାଇ ପାରିବେ ।

Nov 1, 2018

ଆମ୍ବ ରାବଡି – Mango Rabdi


ଆମ୍ବ ରାବଡି  Mango Rabdi
ଆବଶ୍ୟକ ସାମଗ୍ରୀ: 

ଅଧା ଲିଟର କ୍ଷୀର, ୪/୫ ଟି ଗୁଜରାତି ଗୁଣ୍ଡ , ୨ କପ  ସଜ କ୍ରୀମ , ୨୫୦ ଗ୍ରାମ  ରାବିଡି, ୧ ଚାମଚ ବେକିଂ ପାଉଡର, ୫୦ ଗ୍ରାମ ବଟର, ୧ କଟା ପାଚିଲା ଆମ୍ବ  , ଅଧା କପ ଚିନି , ୧ ଟି ଜଠିକାଇ ( nutmeg) ପାଉଡର, ଆମ୍ବ ସସ, ୧୫୦ ଗ୍ରାମ ମଇଦା ବା self raising flour, ୧ ୧/୨ ଚାମଚ Vanila Essence, ଅଧା କପ ପାଣି  

ପ୍ରସ୍ତୁତି  ପ୍ରଣାଳୀ  :


ପ୍ରଥମେ ଏକ ପାତ୍ରରେ  ମଇଦା, ବେକିଂ ପାଉଡର , ବଟର, ରାବିଡି ଏକ ଚାମଚରେ ଭଲ ଭାବେ ଗୋଳାଇ ଦିଅନ୍ତୁ । ଏବେ ଏଥିରେ vanilla essence , ପାଣି ଦେଇ ଭଲଭାବେ ମିଶାଇ ରଖନ୍ତୁ ।  ଏହାକୁ ଏକ ପ୍ଲେଟରେ କାଢି ଓଭାନରେ ୨୦୦ ଡିଗ୍ରୀ ରେ ୧୦ ମିନିଟରେ ରଖି  ତା ପରେ ୧୭୫ ଡିଗ୍ରୀ ରେ ୧୫ ମିନିଟ  ରଖି ବେକିଂ କରନ୍ତୁ  । ଏବେ ଏହାକୁ କାଢି ଥଣ୍ଡା କରନ୍ତୁ ।  ଏବେ ଏକ ପ୍ୟାନରେ କ୍ଷୀର ନେଇ  ଫୁଟାଇ  ମାରି ଦିଅନ୍ତୁ ଯେପରି ତିନି ଭାଗରୁ ଭାଗେ ରହିବ ।  ଏବେ  ଏଥିରେ ଚିନି , ଗୁଜରାତି ଗୁଣ୍ଡ ଓ  ଜଠିକାଇ ( nutmeg) ପାଉଡର ପକାଇ ଗୋଳାଇ  ବାହାର କରି ରଖନ୍ତୁ । 

ଏବେ କ୍ରିମରେ ରାବଡି ଆମ୍ବ ସସ  ଭଲ ଭାବେ ମିଶାଇ ଥଣ୍ଡା କରି ରଖନ୍ତୁ ।  ଏବେ ସ୍ପଞ୍ଜ କେକ କୁ ଦୁଇ ପିସ କରି ସ୍ଲାଇସ କରି  ଏଥିରେ ରାବଡି ଢାଳି ଉପରେ ଆମ୍ବ ଖଣ୍ଡ ପକାଇ ଅଳ୍ପ କ୍ରୀମ ମାରି ପୁରା ଥଣ୍ଡା କରି ପରସନ୍ତୁ ।  ଖାଇ କରି କୁହନ୍ତୁ ୱାଓ , ଖୁବ ସୁନ୍ଦର  ଓ ସୁଆଦିଆ ।

Jul 1, 2018

ବୁଟ ଡାଲି ପୁରଦିଆ ମଣ୍ଡା ପିଠା– Buta Dal Manda Pitha

ବୁଟ ଡାଲି ପୁରଦିଆ ମଣ୍ଡା ପିଠାButa Dal Manda Pitha
ଆବଶ୍ୟକ ସାମଗ୍ରୀ: 

ଅରୁଆ ଚାଉଳ ୧ କି.ଗ୍ରା, , ବୁଟ ଡାଲି ୪୦୦ ଗ୍ରାମ, ଭଲ ଗୁଡ  ୨୦୦ ଗ୍ରାମ , ଅଦା ଖଣ୍ଡେ, ନଡିଆ ୧ଟି , ଗୋଲମରିଚ ୨ ଚାମଚ ।

ପ୍ରସ୍ତୁତି  ପ୍ରଣାଳୀ  :
ପ୍ରଥମେ ବୁଟ ଡାଲିକୁ ଭଲ ଭାବେ ଧୋଇ ୨ ଘଣ୍ଟା ବତୁରାଇ ରଖନ୍ତୁ ।  ଅରୁଆ ଚାଉଳକୁ ପାଣି ଛିଞ୍ଚି ଗ୍ରାଇଣ୍ଡର ଗ୍ରାଇଣ୍ଡରରେ ଚୂନା କରି ରଖନ୍ତୁ ।  ବୁଟ ଡାଲିକୁ ସିଝାଇ ରଖନ୍ତୁ । ନଡିଆ କୋରି କରି ରଖନ୍ତୁ । ଏବେ ବୁଟ ଡାଲିକୁ ଅଧା ଚକଟି ନଡିଆ କୋରା, ଅଦା ବଟା, ଗୁଲମରିଚ ଗୁଣ୍ଡ ଓ ଗୁଡ ପକାଇ ଭଲଭାବେ ମିଶାଇ ଦିଅନ୍ତୁ । ଏହାପରେ ଚାଉଳ ଚୂନାକୁ ଖଳି କରି ଏହାକୁ ଗୋଲ ଗୋଲ କରି ମଣ୍ଡା ପରି ଗଢି ସେଥିରେ ବୁଟ ଡାଲି ମିଶ୍ରଣକୁ ପୁର ଦେଇ ବନ୍ଦ କରି ଦିଅନ୍ତୁ । ଏବେ ମଣ୍ଡାକୁ ଇଡ୍ଲୀ ଛାଞ୍ଚରେ ସିଝାଇ ଦିଅନ୍ତୁ । ଏବେ ପ୍ରସ୍ତୁତ ଆପଣଙ୍କ ବୁଟ ଡାଲି ପୁରଦିଆ ମଣ୍ଡାପିଠା । 

Dec 1, 2017

ଲୁଣି ପୋଡପିଠା – Salty Whole Cake (luni podapithaa)

ଲୁଣି ପୋଡପିଠା – Salty Whole Cake (podapithaa)

ଆବଶ୍ୟକ ସାମଗ୍ରୀ:

ଅରୁଆ ଚାଉଳ ୨ କି.ଗ୍ରା., ତେଜପତ୍ର  ୪ ଟି, ନଡିଆ ୨ଟି, ଅଦା ଖଣ୍ଡେ , ଗୋଲମରିଚ ୧୫ଟି , ଘିଅ ୨୦୦ ଗ୍ରାମ, ଲୁଣ ସ୍ଵାଦ ଅନୁସାରେ ।

ପ୍ରସ୍ତୁତି  ପ୍ରଣାଳୀ  :


ପ୍ରଥମେ ଅରୁଆ ଚାଉଳକୁ ଗୁଣ୍ଡକରି ରଖନ୍ତୁ ।  ନଡିଆ ୧ଟି କୋରି କରି ରଖନ୍ତୁ । ଆଉ ଗୋଟେ ନଡିଆ ନେଇ ସରୁ ସରୁ କାଟି ଖଣ୍ଡ କରି ରଖନ୍ତୁ । ଏବେ ଗୋଟିଏ ଡେକଚିରେ ୬ ଗ୍ଲାସ ପାଣି ନେଇ ଫୁଟାଇ ଦିଅନ୍ତୁ ଓ ଏଥିରେ ଚୂନା ପକାଇ ଖଳି ଜନ୍ତି ଦିଅନ୍ତୁ । ଏବେ ଏଥିରେ କଟା ନଡିଆ, ଗୋଲ ମରିଚ ଗୁଣ୍ଡ , ତେଜପତ୍ର ଓ କଟା ଅଦା ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ । ଏହି ମିଶ୍ରଣକୁ ଥାଳିରେ କାଢି ଭଲଭାବେ ଚକଟି ଦିଅନ୍ତୁ । ଅନ୍ୟ ଏକ କରେଇରେ କଦଳିପତ୍ର ଦେଇ ଘିଅ ମାରି ଦେବେ ଓ ଖଳିକୁ ଦେଇ ପୁଣି କଦଳୀ ପତ୍ର ଦେଇ ଦିଅନ୍ତୁ । କଦଳୀ ପତ୍ର ଉପରେ ନିଆଁ ଥାଇ ଅଙ୍ଗାର କିମ୍ବା ଘଷି ଦିଅନ୍ତୁ । ଏହାକୁ କମ ଆଞ୍ଚରେ ୨ ଘଣ୍ଟା ଚୂଲିରେ ବସାଇବେ । ଏହାପରେ କଦଳୀ ପତ୍ର କାଢି ସଫା କରି ମୋଟା ମୋଟା ସ୍ଲାଇସ ବା ଖଣ୍ଡ କରି ଖାଇବାକୁ ଦିଅନ୍ତୁ । 
ଏବେ ପ୍ରସ୍ତୁତ ଆପଣଙ୍କ ଗରମା ଗରମ ଲୁଣି ସ୍ଵାଦଯୁକ୍ତ ପୋଡ ପିଠା । ଏହା ଖାଇବାକୁ ବହୁତ ଭଲଲାଗେ । 

Nov 1, 2017

ଚାଉଳ ବୁନ୍ଦି ଖିରି – Rice-Boondi Kheer

ଚାଉଳ ବୁନ୍ଦି ଖିରି – Rice-Boondi Kheer

ଆବଶ୍ୟକ ସାମଗ୍ରୀ :

ଚାଉଳ ୧୦୦ ଗ୍ରାମ, କାଜୁ କିସମିସ -୫୦ ଗ୍ରାମ, କ୍ଷୀର-୫୦୦ ମି. ଲି. , ଗୁଜୁରାତି – ୩ ଟି, ଚିନି -୧୦୦ ଗ୍ରାମ , ତେଜ ପାତ୍ର -୨/୩ ଟି, ଲୁଣ ସ୍ଵାଦ ଅନୁସାରେ । 


ପ୍ରସ୍ତୁତି  ପ୍ରଣାଳୀ  :


ପ୍ରଥମେ ଚାଉଳକୁ ଚିକ୍କଣ କରି ଭଲ ଭାବେ ବାଟି ରଖନ୍ତୁ ।  ଏଥିରେ ଲୁଣ ପକାଇ ଭଲ କରି ଗୋଳାଇ ଏହାକୁ ବୁନ୍ଦି ଛଣା ଜାଲି ଚଟୁରେ  ବୁନ୍ଦି ଛାଣି ରଖନ୍ତୁ । ଏବେ ଚିନି, କ୍ଷୀର, ଭଜା କାଜୁ ଓ କିସମିସ ଏବଂ ତେଜପତ୍ର ଫୁଟାଇ ଦିଅନ୍ତୁ । ଏଥିରେ ଚାଉଳ ଛଣା ବୁନ୍ଦି ପକାଇ ଫୁଟାନ୍ତୁ । ଶେଷରେ ଗୁଜୁରାତି ପକାନ୍ତୁ । ଥଣ୍ଡା ବା ଉଷୁମ ଉଷୁମ ଖାଇବାକୁ ଦେଇ ପାରନ୍ତି । 

Jun 10, 2017

ସିଝା ସନ୍ଦେଶ – Steamed Sandesh

ସିଝା ସନ୍ଦେଶ – Steamed Sandesh
ପ୍ରସ୍ତୁତି  ସାମଗ୍ରୀ :

ଛେନା ୨୫୦ ଗ୍ରାମ , ଚିନି ୧୫୦ ଗ୍ରାମ , ଗୁଜୁରାତି ୨ ଗ୍ରାମ , ମଇଦା ୨୫ ଗ୍ରାମ , ଘିଅ ୫୦ ଗ୍ରାମ ।

ପ୍ରଣାଳୀ  :



ଛେନାକୁ ପ୍ରଥମେ ଏକ କପଡ଼ାରେ  ବାନ୍ଧି ପାଣିତକ ବାହାର କରି ରଖନ୍ତୁ ।  ଏହାପରେ ଛେନା , ଚିନି , ଘିଅ , ମଇଦା ଓ ଗୁଜୁରାତି ଗୁଣ୍ଡକୁ  ମିଶାଇ ଭଲ ଭାବରେ ଚକଟି ଦିଅନ୍ତୁ । ଚକଟି ସାରିଲା ପରେ ଏକ ପାତ୍ରରେ ଘିଅ ମାରି ଏହି ମିଶ୍ରଣକୁ ରଖନ୍ତୁ । 

ଏହାପରେ ପ୍ରେସର କୁକରରେ ଅଳ୍ପ ପାଣି ଦେଇ ଏହି ପାତ୍ରଟିକୁ ରଖି ଷ୍ଟିମ କରାଇବେ । ମିଶ୍ରଣଟି ବସିଗଲା ପରେ ଥଣ୍ଡା କରି ରଖନ୍ତୁ ।  ଥଣ୍ଡା ହେଲା ପରେ ଏହାକୁ ଖଣ୍ଡ ଖଣ୍ଡ କରି କାଟି ରଖନ୍ତୁ । ଏବେ ପପ୍ରସ୍ତୁତ ଆପଣଙ୍କ ମନ ପସନ୍ଦର ମିଠା ସନ୍ଦେଶ । 

Jan 1, 2017

ଚିତ୍ରକୁଟ – Chitrakut

ଚିତ୍ରକୁଟ – Chitrakut
ପ୍ରସ୍ତୁତି  ସାମଗ୍ରୀ – 

ଦୁଧ ଛେନା – ୨୫୦ ଗ୍ରାମ , ଚିନି – ୧୦୦ ଗ୍ରାମ , ଖୁଆ – ୫୦ ଗ୍ରାମ , ବେକିଂ ପାଉଡର -୫ ଗ୍ରାମ , ମଇଦା – ୨୫ ଗ୍ରାମ, ରିଫାଇନ ତେଲ – ୫୦୦ ଗ୍ରାମ, ଗୁଜରାତି – ୫ ଗ୍ରାମ ।

ପ୍ରଣାଳୀ –


ପ୍ରଥମେ ଛେନାରୁ ପାଣି ଭଲଭାବେ ଛଡାଇ ରଖନ୍ତୁ ।  ଛେନାରେ ମଇଦା , ଖୁଆ , ଗୁଜରାତି ଓ ବେକିଂ ପାଉଡର ପକାଇ ଭଲଭାବେ ମିଶାଇ ଦିଅନ୍ତୁ । ଏହି ମିଶ୍ରଣକୁ ଭଲ ଭାବେ ଚକଟି ଦିଅନ୍ତୁ ।  ଏହାପରେ ଏହି ମିଶ୍ରଣକୁ ଏକ ପ୍ଲେଟରେ ଭଲଭାବେ ଚାପି ଚାପି ରଖନ୍ତୁ ଯେପରି ଖଣ୍ଡ ଖଣ୍ଡ କରି କାଟି ହେବ । ଏହାକୁ ଛୁଟ ଛୁଟ ଖଣ୍ଡ କରି କାଟନ୍ତୁ ।  ଚିନିରେ ପାଣି ମିଶାଇ ସିରା ପ୍ରସ୍ତୁତ କରନ୍ତୁ ।  ଅନ୍ୟ ଏକ କରେଇରେ  ତେଲ ଦେଇ ଗରମ କରନ୍ତୁ ।  ତେଲ ଭଲ ଭାବେ ଗରମ ହେଲେ ଏଥିରେ ଖଣ୍ଡ ଖଣ୍ଡ ଛେନା ମିଶ୍ରଣକୁ ପକାଇ ବାଦାମି ରଙ୍ଗ ପର୍ଯ୍ୟନ୍ତ ଛାଣି ତାକୁ କ୍ଷୀର ମଧ୍ୟରେ ପକାଇ ଦିଅନ୍ତୁ ।  କିଛି ସମୟ ଛାଡି ଦିଅନ୍ତୁ ।  ଏବେ ପ୍ରସ୍ତୁତ ଆପଣଙ୍କ ପ୍ରିୟ ଚିତ୍ରକୁଟ ମିଠା ।  ଏବେ ସ୍ଵାଦ ନିଅନ୍ତୁ ଓ ଅନ୍ୟକୁ ଦିଅନ୍ତୁ ।  ନିଶ୍ଚିତ କହିବେ ଆଃ କି ସ୍ଵାଦିଷ୍ଟ  !